ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୂଚୀ;୧୦ ସ୍ଥାନ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୧୦-୧୦: ଗ୍ଲୋବାଲ କମ୍ପିଟିଟିଭ୍‌ ଇଣ୍ଡେକ୍ସ ବା ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୂଚୀରେ ଭାରତ ୧୦ଟି ସ୍ଥାନ ତଳକୁ ଖସି ୬୮ତମ ସ୍ଥାନରେ ରହିଛି। ବିଶ୍ୱର ଅନ୍ୟ ଦେଶଗୁଡିକରେ ଉନ୍ନତି ହେବା କାରଣରୁ ଘରୋଇ ବଜାର ତଳକୁ ଖସିଛି। ଅପରପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇ ସିଙ୍ଗାପୁର ବିଶ୍ୱର ସବୁଠାରୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଅର୍ଥନୀତି ସ୍ଥାନ ହାସଲ କରିଛି। ଜେନେଭା ଭିତ୍ତିକ ଓ୍ବାର୍ଲଡ ଇକୋନୋମିକ ଫୋରମ(ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ୫୮ତମ ସ୍ଥାନରେ ରହିଥିଲା। ବ୍ରିକ୍ସ ଦେଶଗୁଡିକ ମଧ୍ୟରେ ଭାରତ ଏବଂ ବ୍ରାଜିଲ ଖରାପ ପ୍ରଦର୍ଶନ କରୁଥିବା ଦେଖାଯାଇଛି। ତାଲିକାରେ ବ୍ରାଜିଲର ସ୍ଥାନ ୭୧ରହିଛି।
ବୁଧବାର ଡବ୍ଲ୍ୟୁଇଏଫ୍‌ ଘୋଷଣା ମୁତାବକ ଭାରତ ଢାଞ୍ଚାଗତ ସ୍ଥିରତା, ବଜାର ଆକାର କ୍ଷେତ୍ରରେ ଉଚ୍ଚ ର଼୍ୟାଙ୍କରେ ରହୁଛି। ଏହାର ଆର୍ଥତ୍କ କ୍ଷେତ୍ର ସ୍ଥିର ହାର ଉଚ୍ଚରେ ରହିବା ଯୋଗୁ ବ୍ୟାଙ୍କିଙ୍ଗ ସିଷ୍ଟମରେ ଭଲ ସ୍ଥିତି ଫେରି ପାରୁ ନ ଥିବା ପ୍ରକାଶ ପାଇଛି। କର୍ପୋରେଟ ଗଭର୍ନାସ କ୍ଷେତ୍ରରେ ଭାରତ ୧୫ ତମ, ଅଂଶୀଦାର ଗଭର୍ନାସରେ ୨ୟ ସ୍ଥାନରେ ରହିଥିବା ଉକ୍ତ ସର୍ଭେରୁ ଜଣାପଡ଼ିଛି। ସେହିଭଳି ମାର୍କେଟ ଆକାରରେ ତୃତୀୟ, ଅଣପାରମ୍ପରିକ ଶକ୍ତି ନିୟମ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି। ସେହିଭଳି ଅନ୍ୟ ପ୍ରସଙ୍ଗଗୁଡିକ ଉପରେ ସର୍ଭେରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶ୍ଚିତ ଭବିଷ୍ୟ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ,୧୨।୪: ଦେଶର ପ୍ରମୁଖ ଘରୋଇ ଜୀବନ ବୀମାକାରୀ କମ୍ପାନୀ ରିଲାଏନ୍ସ ନିପନ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ନୂତନ ଉତ୍ପାଦ ନିଶ୍ଚିତ ଭବିଷ୍ୟ ଯୋଜନାର ଶୁଭାରମ୍ଭ...

ଗ୍ଲୋବାଲ ବିଜ୍‌ନେସ୍‌ ଫୋରମରେ ମୋଦି: ‘ଭାରତରେ ନିବେଶ ଲାଗି ସୁବର୍ଣ୍ଣ ସୁଯୋଗ’

ନ୍ୟୁୟର୍କ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏଠାରେ ବ୍ଲୁମ୍‌ବର୍ଗ ଗ୍ଲୋବାଲ ଇନ୍‌ଭେଷ୍ଟର ଫୋରମ୍‌ରେ ଯୋଗ ଦେଇଛନ୍ତି। ଭାରତରେ ରାଜନୈତିକ ସ୍ଥିରତା ରହିଥିବା ବେଳେ ନିବେଶ ଲାଗି...

ନିୟନ୍ତ୍ରଣ ପାଇଁ ପ୍ରତିଷ୍ଠା ହେବ ନିୟାମକ;ତେଜସ୍‌ ଟ୍ରେନ ଭଡ଼ା ବଢ଼ାଇ ପାରିବେନି ଘରୋଇ ଅପରେଟର

ନୂଆଦିଲ୍ଲୀ,୧୧-୯: ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍‌ ଏକ୍ସପ୍ରେସ୍‌ ଆସନ୍ତା ମାସରେ ଚଳାଚଳ କରିବା ସମ୍ଭାବନା ରହିଛି। ଭାରତୀୟ ରେଳର ସହାୟକ କମ୍ପାନୀ ଇଣ୍ଡିଆନ ରେଲଓ୍ବେ...

ଜେଟ୍‌ ଏୟାରଓ୍ବେଜ ପରେ ସଙ୍କଟରେ ପଓ୍ବନହଂସ, ଦେଇ ପାରିଲାନି ଏପ୍ରିଲ ବେତନ

ନୂଆଦିଲ୍ଲୀ,୨୯-୪: କିଙ୍ଗଫିଶର ଏବଂ ଜେଟ୍‌ ଏୟାରଓ୍ବେଜ ପରେ ପଓ୍ବନହଂସ ହେଲିକପ୍ଟର କମ୍ପାନୀ ଉପରେ ଏବେ ସଙ୍କଟ ଦେଖାଦେଇଛି। ବିଏସ୍‌ଏନ୍‌ଏଲ, ଏମ୍‌ଟିଏନ୍‌ଏଲ, ଏୟାର ଇଣ୍ଡିଆ, ଇଣ୍ଡିଆ ପୋଷ୍ଟ...

ମାନ୍ଦାବସ୍ଥା ଲାଗି ଜିଏସ୍‌ଟି ପ୍ରମୁଖ କାରଣ: ବିବେକ ଦେବରୟ

ନୂଆଦିଲ୍ଲୀ,୧୨-୧୦: ଦେଶରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କାର୍ଯ୍ୟକାରୀ ହେବା ପରେ ଜିଡିପି ଅଭିବୃଦ୍ଧି କେତେ ପ୍ରତିଶତ ପ୍ରଭାବିତ ହୋଇଛି ତାହା ପରିସଂଖ୍ୟାନଗତ ଭାବେ କହିବା...

‘ସ୍ବଚ୍ଛତା ରହିଲେ ବିଶ୍ୱାସ ବଢ଼ିବ’

ଓଡ଼ିଶା ଆଡଭର୍ଟାଇଜିଂ ମାର୍କେଟରେ ୨୦୦୧ରୁ ‘ଏକ୍ସପୋଜ୍‌’ ଆଡଭର୍ଟାଇଜିଂ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଏପରିକି ୪ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଉକ୍ତ ଏଜେନ୍ସି ବର୍ତ୍ତମାନ...

ଏସ୍‌ବିଆଇ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ

ଭୁବନେଶ୍ୱର,୨୩।୩: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ)ର ଭୁବନେଶ୍ବର ମଣ୍ଡଳ ପକ୍ଷରୁ ବୁଧବାର କୋଣାର୍କ କ୍ୟାନ୍‌ସର ଫାଉଣ୍ଡେଶନ(କେସିଏଫ୍‌)କୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ୟୁନିଟ୍‌-୧...

ବଢିଲା ପ୍ରତିରକ୍ଷା ବଜେଟ

ନୂଆଦିଲ୍ଲୀ,୧।୨: ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରତିରକ୍ଷା ବଜେଟର ପରିମାଣକୁ ବୃଦ୍ଧି କରାଯାଇଛି। ଶନିବାର ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ବଜେଟରେ...

Advertisement
Archives

Model This Week