Posted inଫୁରସତ

ବିଶ୍ୱ ଦୟା ଦିବସ: ଜୀବନକୁ ସ୍ପର୍ଶ କରେ ଦୟା

ଦୟା ଜୀବନକୁ ବଦଳାଇଦିଏ। ଏହା ଆନନ୍ଦର ଅଗ୍ରଦୂତ। ଯେଉଁମାନେ ଦୟାର ଅଲୌକିକତା ଅନୁଭବ କରିଛନ୍ତି ସେମାନେ ସବୁବେଳେ ଦୟାଳୁ। ଦୟା ଭାବ ମାନବ ଜୀବନର ଏକ ମୌଳିକ ଅଂଶ। ଏହା ଜାତି, ଧର୍ମ,ସମ୍ପ୍ରଦାୟ, ଲିଙ୍ଗଗତ ପାର୍ଥକ୍ୟ ତଥା ରାଜନୀତିର ବାଦ ବିବାଦକୁ ସହଜରେ ସମାଧାନ କରିପାରେ। ଏଣୁ ଦୟାଳୁ କାର୍ଯ୍ୟ ଦ୍ୱାରା ବିଶ୍ୱକୁ ଏକ ସୁନ୍ଦର ସ୍ଥାନରେ ପରିଣତ କରିବା ଲାଗି ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ସ୍ତରରେ ପ୍ରତିବର୍ଷ ୧୩ ନଭେମ୍ବରରେ ପାଳନ କରାଯାଉଛି ‘ବିଶ୍ୱ ଦୟା ଦିବସ’। ଦୟା ଉପରେ ବିଶ୍ୱାସ ରଖୁଥିବା ବିଭିନ୍ନ ଦେଶର ସଂଗଠନଗୁଡିକ ଦ୍ୱାରା ୧୯୯୭ରେ ଗଠିତ ‘ଓ୍ବଲର୍‌ଡ କାଇଣ୍ଡ୍‌ନେସ୍‌ ମୁଭ୍‌ମେଣ୍ଟ’ ଦ୍ୱାରା ୧୯୯୮ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଏହି ସଂଗଠନଗୁଡିକ କୌଣସି ଧାର୍ମିକ କି ରାଜନୈତିକ ମୁଭ୍‌ମେଣ୍ଟ ସହ ଅନୁବନ୍ଧିତ ହୋଇନାହାନ୍ତି। ଏବେ ଏହି ମୁଭ୍‌ମେଣ୍ଟରେ ୨୮ଟି ଦେଶ ଜଡିତ ରହିଛନ୍ତି। ବିଶ୍ୱ ଦୟା ଦିବସ ଲୋକମାନଙ୍କୁ ତଥା ରାଷ୍ଟ୍ରଗୁଡିକୁ ଏକ ଦୟାପୂର୍ଣ୍ଣ ବିଶ୍ୱ ନିର୍ମାଣ କରିବା ପାଇଁ ପ୍ରେରଣା ଯୋଗାଇଥାଏ। ଓ୍ବାଲର୍‌ଡ କାଇଣ୍ଡ୍‌ନେସ୍‌ ମୁଭ୍‌ମେଣ୍ଟ ଦୟା ଦିବସକୁ ଆଧିକାରିକ ସ୍ତରରେ ସ୍ବୀକୃତି ହେବା ଲାଗି ଅନୁରୋଧ କରାଯିବା ପରେ ଜାତିସଂଘ ବିଶ୍ୱସ୍ତରରେ ଏହାକୁ ପାଳନ କରାଯିବା ପାଇଁ ଘୋଷଣା କରିଥିଲା। ‘ବିଶ୍ୱ ଦୟା ଦିବସ’ କାନାଡା, ନାଇଜେରିଆ, ଜାପାନ, ଅଷ୍ଟ୍ରେଲିଆ ଓ ସଂଯୁକ୍ତ ଆରବ ସଂଘ ସମେତ ବିଭିନ୍ନ ଦେଶରେ ଏହା ପାଳନ କରାଯାଉଛି। ୨୦୦୯ରେ ସିଙ୍ଗାପୁର ପ୍ରଥମେ ଏହି ଦିବସ ପାଳନ କରିଥିଲା। ସେହି ବର୍ଷ ଭାରତ ଓ ଇଟାଲୀରେ ଏହା ପାଳନ କରାଯାଇଥିଲା। ୨୦୧୦ରେ ‘କାଇଣ୍ଡ୍‌ନେସ୍‌ ୟୁକେ’ ଦ୍ୱାରା ଇଂଲଣ୍ଡରେ ଦୟା ଦିବସ ପାଳନ କରାଯାଇଥିଲା। ଏହାପରେ ପ୍ରତିବର୍ଷ ଲୋକପ୍ରିୟତା ଲାଭ କରିବା ସହ ଏଥିରେ ଅଧିକ ବ୍ୟକ୍ତି, ସ୍କୁଲ୍‌ , ସ୍ବେଚ୍ଛାସେବୀ ସଂଗଠନ ଓ ବ୍ୟବସାୟୀ ସଂସ୍ଥାର ଯୋଗଦାନ ବୃଦ୍ଧି ପାଇବାରେ ଲାଗିଲା। ଏହି ଦିବସ ଅବସରରେ ଅନେକ ସ୍ଥାନରେ ଲୋକମାନେ ଦୟା କାର୍ଡ ମଧ୍ୟ ବାଣ୍ଟିଥାନ୍ତି। ଏନ୍‌ଜିଓ ରେସ୍ପୋଏଣ୍ଟ ଭାରତର୧୩ଟି ରାଜ୍ୟରେ ୧୭,୦୦୦ ପିଲାଙ୍କୁ ଫୁଡ୍‌ ବ୍ୟାଙ୍କ ମାଧ୍ୟମରେ ଖାଇବାକୁ ଦେଉଛି। ବିଭିନ୍ନ ଆଶ୍ରୟସ୍ଥଳୀ, ଶିକ୍ଷାନୁଷ୍ଠାନ ତଥା ବସ୍ତିର ଶିଶୁଗୃହକୁ ଏହା ଖାଦ୍ୟ ଯୋଗାଉଛି। ଦୟାର ପରିସରକୁ ବି କ୍ୟାନ୍‌ସର ରୋଗୀଙ୍କ ପାଖକୁ ପହଞ୍ଚାଇଛନ୍ତି ୩୫ବର୍ଷୀୟା ଅଞ୍ଚଳ ଶର୍ମା। କ୍ୟାନ୍‌ସରରୁ ମୁକ୍ତି ପାଇଥିବା ଏହି ବ୍ୟକ୍ତି ଜଣକ ପ୍ରତିଦିନ ୫୦୦ ଅସହାୟ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ଏହାର ଖର୍ଚ୍ଚ ନିଜେ ବହନ କରୁଛନ୍ତି। ଏହାବାଦ୍‌ ପୁଖରାଜ ଗତ ୭ ବର୍ଷ ହେବ ସପ୍ତାହରେ ୩ଦିନ ଏଆଇଆଇଏମଏସକୁ ଯାଇ କ୍ୟାନ୍‌ସର ରୋଗୀଙ୍କ ଜୀବନ ସଂଗ୍ରାମର କଥା ଶୁଣୁଛନ୍ତି। ସେମାନଙ୍କୁ କୋଳେଇ ନେଉଛନ୍ତି ଯାହା ଦ୍ୱାରା ସେମାନେ ସୁଖଦ ଅନୁଭବ କରୁଛନ୍ତି। କୁହାଯାଏ ,ଦୟା ଏକାଥରକେ ଜୀବନକୁ ସ୍ପର୍ଶ କରିଥାଏ। ଏଭଳି ସ୍ନେହ ଓ ଭଲପାଇବା ରୋଗୀମାନଙ୍କ ସାମାଜିକ ଓ ମାନସିକ ଯନ୍ତ୍ରଣା ଲାଘବ କରିପାରୁଛି। ଆସନ୍ତୁ ବିଶ୍ୱରେ ଦୟା ପରିବେଶ ଆଣିବା ପାଇଁ ଏହି ଦିବସରେ ଏଭଳି ସବୁ କାର୍ଯ୍ୟ ଆରମ୍ଭ କରିବା। ଘରେ , କାର୍ଯ୍ୟକ୍ଷେତ୍ର,ସ୍କୁଲ ଓ ଆମେ ରହୁଥିବା ଜାଗାରୁ ଖାଦ୍ୟ ସଂଗ୍ରହ କରି ତାହାକୁ ଅସହାୟ ପିଲାମାନଙ୍କୁ ବି ଖୁଆଇ ପାରିବା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri