Posted inଫୁରସତ

ବିଶ୍ୱ ଦୟା ଦିବସ: ଜୀବନକୁ ସ୍ପର୍ଶ କରେ ଦୟା

ଦୟା ଜୀବନକୁ ବଦଳାଇଦିଏ। ଏହା ଆନନ୍ଦର ଅଗ୍ରଦୂତ। ଯେଉଁମାନେ ଦୟାର ଅଲୌକିକତା ଅନୁଭବ କରିଛନ୍ତି ସେମାନେ ସବୁବେଳେ ଦୟାଳୁ। ଦୟା ଭାବ ମାନବ ଜୀବନର ଏକ ମୌଳିକ ଅଂଶ। ଏହା ଜାତି, ଧର୍ମ,ସମ୍ପ୍ରଦାୟ, ଲିଙ୍ଗଗତ ପାର୍ଥକ୍ୟ ତଥା ରାଜନୀତିର ବାଦ ବିବାଦକୁ ସହଜରେ ସମାଧାନ କରିପାରେ। ଏଣୁ ଦୟାଳୁ କାର୍ଯ୍ୟ ଦ୍ୱାରା ବିଶ୍ୱକୁ ଏକ ସୁନ୍ଦର ସ୍ଥାନରେ ପରିଣତ କରିବା ଲାଗି ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ସ୍ତରରେ ପ୍ରତିବର୍ଷ ୧୩ ନଭେମ୍ବରରେ ପାଳନ କରାଯାଉଛି ‘ବିଶ୍ୱ ଦୟା ଦିବସ’। ଦୟା ଉପରେ ବିଶ୍ୱାସ ରଖୁଥିବା ବିଭିନ୍ନ ଦେଶର ସଂଗଠନଗୁଡିକ ଦ୍ୱାରା ୧୯୯୭ରେ ଗଠିତ ‘ଓ୍ବଲର୍‌ଡ କାଇଣ୍ଡ୍‌ନେସ୍‌ ମୁଭ୍‌ମେଣ୍ଟ’ ଦ୍ୱାରା ୧୯୯୮ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଏହି ସଂଗଠନଗୁଡିକ କୌଣସି ଧାର୍ମିକ କି ରାଜନୈତିକ ମୁଭ୍‌ମେଣ୍ଟ ସହ ଅନୁବନ୍ଧିତ ହୋଇନାହାନ୍ତି। ଏବେ ଏହି ମୁଭ୍‌ମେଣ୍ଟରେ ୨୮ଟି ଦେଶ ଜଡିତ ରହିଛନ୍ତି। ବିଶ୍ୱ ଦୟା ଦିବସ ଲୋକମାନଙ୍କୁ ତଥା ରାଷ୍ଟ୍ରଗୁଡିକୁ ଏକ ଦୟାପୂର୍ଣ୍ଣ ବିଶ୍ୱ ନିର୍ମାଣ କରିବା ପାଇଁ ପ୍ରେରଣା ଯୋଗାଇଥାଏ। ଓ୍ବାଲର୍‌ଡ କାଇଣ୍ଡ୍‌ନେସ୍‌ ମୁଭ୍‌ମେଣ୍ଟ ଦୟା ଦିବସକୁ ଆଧିକାରିକ ସ୍ତରରେ ସ୍ବୀକୃତି ହେବା ଲାଗି ଅନୁରୋଧ କରାଯିବା ପରେ ଜାତିସଂଘ ବିଶ୍ୱସ୍ତରରେ ଏହାକୁ ପାଳନ କରାଯିବା ପାଇଁ ଘୋଷଣା କରିଥିଲା। ‘ବିଶ୍ୱ ଦୟା ଦିବସ’ କାନାଡା, ନାଇଜେରିଆ, ଜାପାନ, ଅଷ୍ଟ୍ରେଲିଆ ଓ ସଂଯୁକ୍ତ ଆରବ ସଂଘ ସମେତ ବିଭିନ୍ନ ଦେଶରେ ଏହା ପାଳନ କରାଯାଉଛି। ୨୦୦୯ରେ ସିଙ୍ଗାପୁର ପ୍ରଥମେ ଏହି ଦିବସ ପାଳନ କରିଥିଲା। ସେହି ବର୍ଷ ଭାରତ ଓ ଇଟାଲୀରେ ଏହା ପାଳନ କରାଯାଇଥିଲା। ୨୦୧୦ରେ ‘କାଇଣ୍ଡ୍‌ନେସ୍‌ ୟୁକେ’ ଦ୍ୱାରା ଇଂଲଣ୍ଡରେ ଦୟା ଦିବସ ପାଳନ କରାଯାଇଥିଲା। ଏହାପରେ ପ୍ରତିବର୍ଷ ଲୋକପ୍ରିୟତା ଲାଭ କରିବା ସହ ଏଥିରେ ଅଧିକ ବ୍ୟକ୍ତି, ସ୍କୁଲ୍‌ , ସ୍ବେଚ୍ଛାସେବୀ ସଂଗଠନ ଓ ବ୍ୟବସାୟୀ ସଂସ୍ଥାର ଯୋଗଦାନ ବୃଦ୍ଧି ପାଇବାରେ ଲାଗିଲା। ଏହି ଦିବସ ଅବସରରେ ଅନେକ ସ୍ଥାନରେ ଲୋକମାନେ ଦୟା କାର୍ଡ ମଧ୍ୟ ବାଣ୍ଟିଥାନ୍ତି। ଏନ୍‌ଜିଓ ରେସ୍ପୋଏଣ୍ଟ ଭାରତର୧୩ଟି ରାଜ୍ୟରେ ୧୭,୦୦୦ ପିଲାଙ୍କୁ ଫୁଡ୍‌ ବ୍ୟାଙ୍କ ମାଧ୍ୟମରେ ଖାଇବାକୁ ଦେଉଛି। ବିଭିନ୍ନ ଆଶ୍ରୟସ୍ଥଳୀ, ଶିକ୍ଷାନୁଷ୍ଠାନ ତଥା ବସ୍ତିର ଶିଶୁଗୃହକୁ ଏହା ଖାଦ୍ୟ ଯୋଗାଉଛି। ଦୟାର ପରିସରକୁ ବି କ୍ୟାନ୍‌ସର ରୋଗୀଙ୍କ ପାଖକୁ ପହଞ୍ଚାଇଛନ୍ତି ୩୫ବର୍ଷୀୟା ଅଞ୍ଚଳ ଶର୍ମା। କ୍ୟାନ୍‌ସରରୁ ମୁକ୍ତି ପାଇଥିବା ଏହି ବ୍ୟକ୍ତି ଜଣକ ପ୍ରତିଦିନ ୫୦୦ ଅସହାୟ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ଏହାର ଖର୍ଚ୍ଚ ନିଜେ ବହନ କରୁଛନ୍ତି। ଏହାବାଦ୍‌ ପୁଖରାଜ ଗତ ୭ ବର୍ଷ ହେବ ସପ୍ତାହରେ ୩ଦିନ ଏଆଇଆଇଏମଏସକୁ ଯାଇ କ୍ୟାନ୍‌ସର ରୋଗୀଙ୍କ ଜୀବନ ସଂଗ୍ରାମର କଥା ଶୁଣୁଛନ୍ତି। ସେମାନଙ୍କୁ କୋଳେଇ ନେଉଛନ୍ତି ଯାହା ଦ୍ୱାରା ସେମାନେ ସୁଖଦ ଅନୁଭବ କରୁଛନ୍ତି। କୁହାଯାଏ ,ଦୟା ଏକାଥରକେ ଜୀବନକୁ ସ୍ପର୍ଶ କରିଥାଏ। ଏଭଳି ସ୍ନେହ ଓ ଭଲପାଇବା ରୋଗୀମାନଙ୍କ ସାମାଜିକ ଓ ମାନସିକ ଯନ୍ତ୍ରଣା ଲାଘବ କରିପାରୁଛି। ଆସନ୍ତୁ ବିଶ୍ୱରେ ଦୟା ପରିବେଶ ଆଣିବା ପାଇଁ ଏହି ଦିବସରେ ଏଭଳି ସବୁ କାର୍ଯ୍ୟ ଆରମ୍ଭ କରିବା। ଘରେ , କାର୍ଯ୍ୟକ୍ଷେତ୍ର,ସ୍କୁଲ ଓ ଆମେ ରହୁଥିବା ଜାଗାରୁ ଖାଦ୍ୟ ସଂଗ୍ରହ କରି ତାହାକୁ ଅସହାୟ ପିଲାମାନଙ୍କୁ ବି ଖୁଆଇ ପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

ବୋଉ ପାଇଁ ଶାଢ଼ି କିଣିପାରିଲିନି

କେତେ ନିରାଶାର କଳାଅନ୍ଧାର ଅତିକ୍ରମ କଲେ ସୁନା ଖରାରେ ଝଲସି ଉଠେ ଅଗଣା। ସମସ୍ତେ ଖରାରେ ସେକି ହେଲାବେଳେ ମୁଁ କିନ୍ତୁ ବାରମ୍ବାର ଗତ ଅନ୍ଧାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri