ଫିଲ୍ମରୁ ଦୂରେଇଲେ ଅମିତାଭ୍‌ ବଚ୍ଚନ୍‌

ମୁମ୍ବାଇ: ଯିଏ ବଲିଉଡ୍‌ର ଫ୍ୟାନ୍‌, ସେ ବିଗ୍‌ ବି ଅମିତାଭ୍‌ ବଚ୍ଚନ୍‌ଙ୍କ ଫ୍ୟାନ୍‌ ହୋଇଥିବ ନିଶ୍ଚୟ। ଏଣୁ ଆମ ସମସ୍ତଙ୍କ ପାଇଁ ଏକ ଦୁଃଖ ଖବର। ଦଶନ୍ଧି ଦଶନ୍ଧି ଧରି ନିଜ ଅଭିନୟ ଆଉ ବ୍ୟକ୍ତିତ୍ୱ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଘର କରିଥିବା ଅମିତାଭ୍‌ ଏବେ ଆଉ ଫିଲ୍ମ କରିବେ ନାହିଁ। ଅସୁସ୍ଥତା କାରଣରୁ ସେ ଲମ୍ବା ବ୍ରେକ୍‌ରେ ରହି ବିଶ୍ରାମ କରିବେ। ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାରତ। ଏନେଇ ନିକଟରେ ଖୋଦ୍‌ ଅମିତାଭ୍‌ ନିଜ ଅଫିସିଆଲ୍‌ ଟୁଇଟର ହ୍ୟାଣ୍ଡେଲ୍‌ରେ ଫଟୋ ଶେୟାର କରି ଫ୍ୟାନ୍‌ମାନଙ୍କୁ ଜଣାଇଥିଲେ। ଏହା ଜାଣିବା ପରେ ଫ୍ୟାନ୍‌ମାନେ ଅମିତାଭ୍‌ଙ୍କ ଦୀର୍ଘାୟୁ ସହ ଆଶୁ ଆରୋଗ୍ୟ କାମନା କରୁଛନ୍ତି। ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ୧୯୭୮ ମସିହାର ଫିଲ୍ମ ‘ଡନ୍‌’ର ଶୁଟିଂ ସମୟରେ ଅମିତାଭ୍‌ଙ୍କୁ ଆଘାତ ଲାଗିଥିଲା। ସମୟକ୍ରମେ ବୟସାଧିକ୍ୟରେ ଏବେ ତାହା ଯନ୍ତ୍ରଣା ଦେଉଛି। ଏପରି କି ସେ ଠିକ୍‌ଭାବେ ଚଲାବୁଲା କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଅମିତାଭ୍‌ ଏବେ ଶାରୀରିକଭାବେ ଅତି ଦୁର୍ବଳ ହୋଇପଡ଼ିଛନ୍ତି। ତାଙ୍କୁ ପୂର୍ବାବସ୍ଥାକୁ ଫେରିବାକୁ ଯଥାସମ୍ଭବ ଆରାମ କରିବା ଆବଶ୍ୟକ। ଏଣୁ ଡାକ୍ତରଙ୍କ ପରାମର୍ଶରେ ସେ ଦୀର୍ଘ ସମୟ ପାଇଁ ଫିଲ୍ମରୁ ବ୍ରେକ୍‌ ନେଇ ଆରାମ୍‌ କରିବେ। ତେବେ ଅମିତାଭ୍‌ ନିଜ ଅପକମିଂ ଫିଲ୍ମ ‘ଝୁଣ୍ଡ୍‌’ର ଶୁଟିଂ କିନ୍ତୁ ପୂରା କରିବେ। ଫିଲ୍ମଟି ଡିସେମ୍ବରରେ ରିଲିଜ୍‌ ହେବ। ହେଲେ ଏହା ପରେ ସେ ଲମ୍ବା ବ୍ରେକ୍‌ ନେବେ। ଏପରି କି ପୂର୍ବରୁ ସାଇନ୍‌ କରିଥିବା ଫିଲ୍ମଗୁଡ଼ିକରେ ମଧ୍ୟ ସେ କାମ କରିବେନାହିଁ। ଅନ୍ୟପକ୍ଷରେ ପତ୍ନୀ ଜୟା ବଚ୍ଚନ୍‌, ପୁଅ ଅଭିଷେକ୍‌ ଓ ଝିଅ ଶ୍ୱେତା ମଧ୍ୟ ଅମିତାଭ୍‌ଙ୍କୁ ଡାକ୍ତରଙ୍କ ପରାମର୍ଶକୁ ଗମ୍ଭୀରତାର ସହ ପାଳନ କରିବାକୁ କହିଛନ୍ତି। ଏଣୁ ସବୁ ଦିଗକୁ ବିଚାର କରି ପରିଶ୍ରମୀ ବିଗ୍‌ ବି ଅମିତାଭ୍‌ ବଚ୍ଚନ୍‌ ଏବେ ଲମ୍ବା ବ୍ରେକ୍‌ ନେଇ ଶରୀରକୁ ସୁସ୍ଥ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦିଓ ବିଗ୍‌ ବି’ଙ୍କୁ ଦୀର୍ଘ ସମୟ ପାଇଁ ପରଦାରେ ଦେଖିବାକୁ ନ ମିଳୁ ହେଲେ ସେ ଯଥାଶୀଘ୍ର ସୁସ୍ଥ ହୋଇଯାନ୍ତୁ, ଏହା ହିଁ କାମନା।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?