Posted inଖେଳ

ବିଶ୍ୱ ଟାଇଟଲ ବଜାୟ ରଖିଲେ ଗୁର୍ଜାର

ଦୁବାଇ, ୧୧ା୧୧ (ପି.ଟି.)-ଭାରତର ସୁନ୍ଦର ସିଂ ଗୁର୍ଜାର ପୁରୁଷ ଏଫ୍‌୪୬ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ବିଶ୍ୱ ପାରା ଆଥଲେଟିକ୍ସ ଟାଇଟଲ ବଜାୟ ରଖିଛନ୍ତି। ଏଥିସହିତ ସେ ଟୋକିଓ ଅଲିମ୍ପିକ୍‌ ଗେମ୍ସ କୋଟା ହାସଲ କରିପାରିଛନ୍ତି। ଶ୍ରୀଲଙ୍କାର ଦୀନେଶ ପି. ହେରାଥ୍‌ (୬୦.୫୯ ମିଟର) ଦ୍ୱିତୀୟ ହୋଇଛନ୍ତି। ଭାରତର ଅଜିତ୍‌ ସିଂ ବ୍ରୋଞ୍ଜ ପଦକ ଜିତିଛନ୍ତି। ଗୁର୍ଜାର ସିଜନର ଶ୍ରେଷ୍ଠ ପ୍ରଦର୍ଶନ ସହ ଶ୍ରେଷ୍ଠ ପ୍ରଚେଷ୍ଟା ‘୬୧.୨୨ ମିଟର ସହ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଅଜିତ୍‌ ସିଂ ୫୯.୪୬ ମିଟର ଦୂର ଜାଭେଲିନ୍‌ ଫିଙ୍ଗିବା ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ରିଙ୍କୁ ଚତୁର୍ଥ ସ୍ଥାନରେ ରହିଥିଲେ। ଏହି ଦୁଇଜଣ ମଧ୍ୟ ଅଲିମ୍ପିକ କୋଟା ହାସଲ କରିଛନ୍ତି। ଇଣ୍ଟରନ୍ୟାନାଲ ପାରା ଅଲିମ୍ପିକ ନିୟମାନୁସାରେ ୨୦୧୯ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଶ୍ରେଷ୍ଠ ୪ ର଼୍ୟାଙ୍କିଙ୍ଗପ୍ରାପ୍ତ ଆଥଲେଟ୍‌ ଟୋକିଓ ୨୦୨୦ ପାରା ଅଲିମ୍ପିକ ପ୍ରୋଗ୍ରାମ୍‌ (ମାରାଥନକୁ ବାଦ୍‌ ଦେଇ) ସେମାନଙ୍କ ଦେଶ ତରଫରୁ ପ୍ରତିନିଧିତ୍ୱ ଯୋଗ୍ୟତା ଅର୍ଜନ କରିବେ। ୨୩ ବର୍ଷୀୟ ଗୁର୍ଜାର ୨୦୧୭ ଲଣ୍ଡନ ବିଶ୍ୱ ଟାଇଟଲ ବଜାୟ ରଖିବା ସହ ଦୁଇ ଥର ବିଶ୍ୱ ଚାମ୍ପିୟନଶିପ୍‌ ପଦକ ଜିତିବାରେ ଦ୍ୱିତୀୟ ଭାରତୀୟ ହୋଇ ପାରିଛନ୍ତି। ପୂର୍ବରୁ ଦେବେନ୍ଦ୍ର ଝାଝାରିଆ ଯଥାକ୍ରମେ ୨୦୧୩ ଲିଅନ ଏବଂ ୨୦୧୫ ଦୋହା ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଏବଂ ରୌପ୍ୟ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନୁଷ୍କାଙ୍କ ହାତଧରି କ୍ଲିନିକ୍‌ ନେଇ ଗଲେ ବିରାଟ କୋହଲି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। କେବଳ ସୋସିଆଲ ମିଡିଆରେ ନୁହେଁ, ନିଜ...

ଚାଇନା ଓପନ ଟାଇଟଲ ସହ ଫେରିଲେ ମାରିନ

ଚାଙ୍ଗ୍‌ଝୋ,୨୨।୯: ଅଲିମ୍ପିକ୍‌ ଚାମ୍ପିୟନ କାରୋଲିନା ମାରିନ ସଫଳତାର ସହ ଆହତ ସମସ୍ୟାରୁ ଫେରି ନିଜର ଚାଇନା ଓପନ ଟାଇଟଲ ଡିଫେଣ୍ଡ କରିଛନ୍ତି। ରିଓ ଅଲିମ୍ପିକ୍‌ ଚାମ୍ପିୟନ...

ଆକାଶଦୀପଙ୍କ ହ୍ୟାଟ୍ରିକ୍‌ ସତ୍ତ୍ୱେ ଭାରତ ପରାସ୍ତ

ଆଡିଲେଡ୍‌, ୨୭।୧୧(ପି.ଟି.): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଆକାଶଦୀପ...

ଟୁଇଟ୍‌ କରି କ୍ରିକେଟ୍‌ ଦୁନିଆକୁ ଦୋହଲାଇ ଦେଲେ କ୍ରିସ୍‌ ଗେଲ୍‌: ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୧୯।୯: ଶେଷ ମୂହୁର୍ତ୍ତରେ ପାକିସ୍ତାନ ଏବଂ ନ୍ୟୁଜିଳାଣ୍ଡ ମଧ୍ୟରେ ସୀମିତ ଓଭର କ୍ରିକେଟ ସିରିଜ ବାତିଲ କରାଯାଇଥିଲା। ସୁରକ୍ଷା କାରଣରୁ ନ୍ୟୁଜିଳାଣ୍ଡ କ୍ରିକେଟ ବୋର୍ଡ ଶୁକ୍ରବାର...

କଟିଲା ଅଷ୍ଟ୍ରେଲିଆ ଖେଳାଳିଙ୍କ ମ୍ୟାଚ୍‌ ଫି’

ମେଲବୋର୍ନ,୨୯।୧୨: ଏଠାରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧିମା ବୋଲିଂ ପାଇଁ ଅଷ୍ଟ୍ରେଲିଆ ଦଳକୁ ଦଣ୍ଡିତ କରାଯାଇଛି। ଏଥି ଯୋଗୁ ଦଳୀୟ ଖେଳାଳିଙ୍କ ୪୦ ପ୍ରତିଶତ...

ଜେଲ୍‌ରେ ତାଲିମ ଦେଉଛନ୍ତି ରେସଲର୍‌ ସୁଶୀଲ

ନୂଆଦିଲ୍ଲୀ,୧୨।୩: ହତ୍ୟା ଅଭିଯୋଗରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଅଲମ୍ପିଆନ ସୁଶୀଲ କୁମାର କଏଦୀଙ୍କୁ ଫିଟ୍‌ନେସ ଓ ରେସଲିଂ ତାଲିମ ଦେଉଛନ୍ତି। ଏଥିପାଇଁ ଜେଲ୍‌ କର୍ତ୍ତୃପକ୍ଷ...

ଏସିଆ ଏକାଦଶ ପାଇଁ ବିସିସିଆଇ ପଠାଇଲା ୪ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୨୨।୨- ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏସିଆ ଏକାଦଶ ପାଇଁ ୪ ଖେଳାଳିଙ୍କ ନାମ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)କୁ ପଠାଇଛନ୍ତି। ଏଥିରେ ଅଧିନାୟକ ବିରାଟ କୋହଲି,...

ଚାହିଦାରେ ଯୁବ ଖେଳାଳି

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶ୍ୱର ଏହି ବ୍ୟୟବହୁଳ ଲିଗ୍‌ ପାଇଁ ଅନୁଷ୍ଠିତ ମିନି ଅକ୍ସନରେ ଫ୍ରାଞ୍ଚାଇଜ୍‌ ଦଳଗୁଡ଼ିକ...

Advertisement
Archives

Model This Week