ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଧାରଣା

ଯୋଡ଼ା, ୧୫।୧୧(ଡି.ଏନ.ଏ.)- ହୀଦ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ପାଳନ ଅବସରରେ ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଶୁକ୍ରବାର ପୁର୍ବାହ୍ନରେ କେନ୍ଦୁଝର ଜିଲା ଯୋଡା ବ୍ଲକ କାର୍ଯ୍ୟାଳୟ ସମୁଖରେ ୧୦ ଦଫା ଦାବି ନେଇ ଧାରଣା ଦିଆଯାଇଥିଲା। ଯୋଡା ବ୍ଲକ ବିଡିଓ ଯୋଗେନ୍ଦ୍ର ନାଏକଙ୍କ ନିକଟରେ ମହାସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା । କେନ୍ଦୁଝର ଜିଲାରୁ ସଂଗ୍ରହ କରାଯାଉଥିବା ଡିଏମଏଫ ପାଣ୍ଠି ଅର୍ଥର କିଛି ଅଂଶକୁ ଜିଲାର ରାସ୍ତା ଘାଟର ଉନ୍ନତି ନିମନ୍ତେ ଖର୍ଚ୍ଚ କରାଯିବା , ଜିଲା ଟ୍ରାଇବାଲ ଡେଭେଲପମେଣ୍ଟ ପାଣ୍ଠିରେ ସଂଗୃହୀତ ଅର୍ଥକୁ ଜିଲାବାସୀଙ୍କ ହିତରେ ବିନିଯୋଗ କରାଯିବା, ଜିଲାରୁ ଲୁହାପଥର କେବଳ ପାରାଦୀପକୁ ନ ପଠାଇ ଏଠାରେ ବୃହତ ଇସ୍ପାତ କାରଖାନ ପ୍ରତିଷ୍ଠା , ବେକାର ଯୁବକଙ୍କୁ ନିଯୁକ୍ତି ଦେଇ ଦାଦନ ଖଟିବାକୁ ଯାଉଥିବା ଗରିବ ଆଦିବାସୀ ପିଲାଙ୍କୁ ରୋକିବା, ଗରିବ ଶ୍ରେଣୀର ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତର ନ କରିବା ସକାଶେ ଜିଲାରେ ହାଇଟେକ୍‌ ମେଡିକାଲ ସ୍ଥାପନ ଲାଗି ଦାବି କରଯାଇଥିଲା। ସେହିପରି ଜିଲାରେ ପ୍ରଭାହିିତ ବୈତରଣୀ ନଦୀର ପାଣିକୁ ଚାଷଜମିକୁ ଯୋଗାଇ ଦେବା, ଭଲ ଖାଦ୍ୟଶସ୍ୟ ଉପତ୍ାଦନ ଲାଗି ପ୍ରତି ବ୍ଲକରେ କୃଷି ଶିକ୍ଷା କେନ୍ଦ୍ର ଖୋଲିବା, ସମସ୍ତ ଘରୋଇ ବିଦ୍ୟାଳୟକୁ ସରକାରୀ ଘୋଷଣା , ଜଙ୍ଗଲଜମିରେ ବସବାସ କରୁଥିବା ଆଦିବାସୀଙ୍କୁ ଘରବାଡି ପଟ୍ଟା ପ୍ରଦାନ ସହ ଯୋଡା, ବଡବିଲ ଅଞ୍ଚଳର ଲୋକଙ୍କୁ ଘରବାଡି ପଟ୍ଟା ପ୍ରଦାନ, ହୋଲ୍ଡିଂ ଟ୍ୟାକ୍ସ ଗ୍ରହଣ କରାଯାଉଥିବା ବ୍ୟକ୍ତିଙ୍କଠାରୁ ଖଜଣା ଆଦାୟ ଓ) ବିଦେଶୀ ମଦ ଦୋକାନ ଗୁଡିକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି। ବିଶ୍ୱ ଆଦିବାସୀ ମହାସଂଘର ସଭାପତି ସୁଦର୍ଶନ ଲୋହାର ଏସବୁ ଦାବି ହାସଲ ନିମନ୍ତେ ଆହ୍ବାନ ଦେଇ ଜିଲାର ସବୁ ଆଦିବାସୀ ସଂଗଠିତ ହୋଇ ଲଢିବେ ବୋଲି ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri