ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଧାରଣା

ଯୋଡ଼ା, ୧୫।୧୧(ଡି.ଏନ.ଏ.)- ହୀଦ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ପାଳନ ଅବସରରେ ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଶୁକ୍ରବାର ପୁର୍ବାହ୍ନରେ କେନ୍ଦୁଝର ଜିଲା ଯୋଡା ବ୍ଲକ କାର୍ଯ୍ୟାଳୟ ସମୁଖରେ ୧୦ ଦଫା ଦାବି ନେଇ ଧାରଣା ଦିଆଯାଇଥିଲା। ଯୋଡା ବ୍ଲକ ବିଡିଓ ଯୋଗେନ୍ଦ୍ର ନାଏକଙ୍କ ନିକଟରେ ମହାସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା । କେନ୍ଦୁଝର ଜିଲାରୁ ସଂଗ୍ରହ କରାଯାଉଥିବା ଡିଏମଏଫ ପାଣ୍ଠି ଅର୍ଥର କିଛି ଅଂଶକୁ ଜିଲାର ରାସ୍ତା ଘାଟର ଉନ୍ନତି ନିମନ୍ତେ ଖର୍ଚ୍ଚ କରାଯିବା , ଜିଲା ଟ୍ରାଇବାଲ ଡେଭେଲପମେଣ୍ଟ ପାଣ୍ଠିରେ ସଂଗୃହୀତ ଅର୍ଥକୁ ଜିଲାବାସୀଙ୍କ ହିତରେ ବିନିଯୋଗ କରାଯିବା, ଜିଲାରୁ ଲୁହାପଥର କେବଳ ପାରାଦୀପକୁ ନ ପଠାଇ ଏଠାରେ ବୃହତ ଇସ୍ପାତ କାରଖାନ ପ୍ରତିଷ୍ଠା , ବେକାର ଯୁବକଙ୍କୁ ନିଯୁକ୍ତି ଦେଇ ଦାଦନ ଖଟିବାକୁ ଯାଉଥିବା ଗରିବ ଆଦିବାସୀ ପିଲାଙ୍କୁ ରୋକିବା, ଗରିବ ଶ୍ରେଣୀର ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତର ନ କରିବା ସକାଶେ ଜିଲାରେ ହାଇଟେକ୍‌ ମେଡିକାଲ ସ୍ଥାପନ ଲାଗି ଦାବି କରଯାଇଥିଲା। ସେହିପରି ଜିଲାରେ ପ୍ରଭାହିିତ ବୈତରଣୀ ନଦୀର ପାଣିକୁ ଚାଷଜମିକୁ ଯୋଗାଇ ଦେବା, ଭଲ ଖାଦ୍ୟଶସ୍ୟ ଉପତ୍ାଦନ ଲାଗି ପ୍ରତି ବ୍ଲକରେ କୃଷି ଶିକ୍ଷା କେନ୍ଦ୍ର ଖୋଲିବା, ସମସ୍ତ ଘରୋଇ ବିଦ୍ୟାଳୟକୁ ସରକାରୀ ଘୋଷଣା , ଜଙ୍ଗଲଜମିରେ ବସବାସ କରୁଥିବା ଆଦିବାସୀଙ୍କୁ ଘରବାଡି ପଟ୍ଟା ପ୍ରଦାନ ସହ ଯୋଡା, ବଡବିଲ ଅଞ୍ଚଳର ଲୋକଙ୍କୁ ଘରବାଡି ପଟ୍ଟା ପ୍ରଦାନ, ହୋଲ୍ଡିଂ ଟ୍ୟାକ୍ସ ଗ୍ରହଣ କରାଯାଉଥିବା ବ୍ୟକ୍ତିଙ୍କଠାରୁ ଖଜଣା ଆଦାୟ ଓ) ବିଦେଶୀ ମଦ ଦୋକାନ ଗୁଡିକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି। ବିଶ୍ୱ ଆଦିବାସୀ ମହାସଂଘର ସଭାପତି ସୁଦର୍ଶନ ଲୋହାର ଏସବୁ ଦାବି ହାସଲ ନିମନ୍ତେ ଆହ୍ବାନ ଦେଇ ଜିଲାର ସବୁ ଆଦିବାସୀ ସଂଗଠିତ ହୋଇ ଲଢିବେ ବୋଲି ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡ଼ରେ ମିଶିବାକୁ ଚେତାବନୀ

ନୂଆପଡା ଅଫିସ,୧୩।୩: କେନ୍ଦ୍ର ତଥା ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ୨ଟି...

କିରାମାହାରେ ୫ ଦିନ ହେଲା ଜଳଯୋଗାଣ ବନ୍ଦ

ଦାରିଙ୍ଗବାଡ଼ି,୩୧।୫(ଡି.ଏନ୍‌.ଏ.)- ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ୫ଦିନ ହେଲା ପାଇପରେ ପାଣି ଆସୁନାହିଁ। ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ବ୍ରାହ୍ମଣୀଗଁ। ଥାନା ଝିଞ୍ଜିରିଗୁଡା ପଞ୍ଚାୟତ କିରାମାହା ଗ୍ରାମବାସୀ।...

ଆଏଜ୍‌ ବିଜେପୁରର୍‌ ନାଁକରା ଅନନ୍ତବ୍ରତ: କଳା ପର୍‌ଦରଶନ କରବେ ୫ଶହ କଳାକାର

ବିଜେପୁର, ୧୨।୯ (ଡି.ଏନ.ଏ): ଆମର ସମାଜରେ ଭିନେ ଭିନେ ସମିଆରେ ଅନେକ୍‌ ପରକାର ପୂଜାପାଠ୍‌, ଓଷା, ବ୍ରତ, ଉଛବ୍‌, ଜାନିଯାତ୍‌ରା ପାଲନ୍‌ ହେଉଛେ। ହେଲେ ଆଧୁନିକତାର...

ଭଙ୍ଗା ଘରେ ଚାଲିଛି ବିଏସଏନଏଲ କାର୍ଯ୍ୟାଳୟ: ଅଫିସ କାର୍ଯ୍ୟ ବାଧାପ୍ରାପ୍ତ

ତେଲକୋଇ, ୨୦।୫(ଡି.ଏନ.ଏ.)-ତେଲକୋଇ ବ୍ଲକ ମୁଖ୍ୟାଳୟ ଠାରେ ଥିବା ବିଏସଏନଏଲ ସେବା ଦୀର୍ଘ ୨ମାସରୁ ଊର୍ଦ୍ଧ୍ୱ ହେଲାଣି ବନ୍ଦ ଅବସ୍ଥାରେ ରହିଛି । ଏଥିଯୋଗୁଁ ବିଭିନ୍ନ କାର୍ଯ୍ୟାଳୟରେ...

ବେଦାନ୍ତରେ ଅଘଟଣ: ହାଇଓ୍ବା ଚାପାରେ ଦୁଇ ଶ୍ରମିକଙ୍କ ଜୀବନ ଗଲା

ଭବାନୀପାଟଣା,୬ା୩(ସ୍ବ.ପ୍ର.): ବେଦାନ୍ତ ଲିମିଟେଡ୍‌ରେ ଘଟିଛି ଅଘଟଣ। ବକ୍ସାଇଟ୍‌ ବୋଝେଇ ଓ ଖଲାସ କରିବା ପାଇଁ ଓଏସ୍‌ଏଲ କମ୍ପାନୀ ନିୟୋଜିତ ଥିବାବେଳେ ଏହା ଅଧୀନରେ ଥିବା ରାୟଗଡ଼ା...

ଆଦର୍ଶ ଶିକ୍ଷକ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ

ଭବାନୀପାଟଣା,୧୫।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ଆଦର୍ଶ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାବତଙ୍କ ୭୧ ବର୍ଷ ବୟସରେ ପରଲୋକ ଘଟିଛି ା...

ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନରେ ଅବ୍ୟବସ୍ଥା

ଢେଙ୍କାନାଳ ଅଫିସ, ୧।୫ – କରୋନା ସଙ୍କଟ ସମୟରେ ଢେଙ୍କାନାଳ ଜିଲାରେ ରାଶନ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି।...

ଗୁରୁଦିବସରେ ସମ୍ବର୍ଦ୍ଧିତ ହେଲେ ଅବସରପ୍ରାପ୍ତ ଶିକ୍ଷକ

ଦାରିଙ୍ଗବାଡ଼ି,୫ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗବାଡି ବ୍ଲକ ସଭାଗୃହଠାରେ ଦାରିଙ୍ଗବାଡ଼ି ପ୍ରାଥମିକ ଶିକ୍ଷକ ସଂଘ...

Advertisement
Archives

Model This Week