Posted inଫୁରସତ

ବିଶ୍ୱର ସର୍ବକନିଷ୍ଠ ତାସ ଖେଳାଳି: ‘ବ୍ରିଜ୍‌’ ଖେଳି ସୃଷ୍ଟିକଲେ ରେକର୍ଡ

ବେଳେବେଳେ ପିଲାମାନେ ଏପରି କିଛି କରିପାରନ୍ତି ଯାହା କି ବୟସ୍କମାନେ ପାରନ୍ତି ନାହିଁ। ଏହିପରି ଜଣେ ଶିଶୁ ଆମେରିକାର କାଲିଫର୍ନିଆରେ ଅଛନ୍ତି। ସେ ଏପରି କିଛି କରିଛନ୍ତି , ଯାହା ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି। ମାତ୍ର ୮ ବର୍ଷ ବୟସର ଏହି ପିଲା ବିଶ୍ୱର ସର୍ବ କନିଷ୍ଠ ‘ତାସ’ ଖେଳାଳି ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି। ଏହି ଶିଶୁଙ୍କ ନାମ ହେଉଛି ଆଣ୍ଡ୍ରିୟୁ ଚେନ୍‌। ଏହି ଖେଳର ନାଁ ହେଉଛି ‘ବ୍ରିଜ୍‌’। ଏହା ଏକ ପ୍ରସିଦ୍ଧ କାର୍ଡ ବା ତାସ୍‌ ଖେଳ।
ତାସ ଖେଳ ପାଇଁ ଉତ୍ସର୍ଗୀକୃତ ବିଶ୍ୱର ସର୍ବବୃହତ ସଂଗଠନ ଆମେରିକୀୟ କଣ୍ଟ୍ରାକ୍ଟ ବ୍ରିଜ୍‌ ଲିଗ୍‌ ଦ୍ୱାରା ଆଣ୍ଡ୍ରିୟୁଙ୍କୁ ଲାଇଫ୍‌ ମାଷ୍ଟର ଆଖ୍ୟା ଦିଆଯାଇଛି। ଆମେରିକୀୟ କଣ୍ଟ୍ରାକ୍ଟ ବ୍ରିଜ୍‌ ଲିଗ୍‌ ଅନୁଯାୟୀ, ଜଣେ ଖେଳାଳି ନାମୀ କ୍ଲବରେ ଖେଳିଲେ ୫୦୦ ମାଷ୍ଟର ପଏଣ୍ଟ ସଂଗ୍ରହ କରିବାକୁ ବର୍ଷ ବର୍ଷ ଲାଗିଥାଏ। କିନ୍ତୁ ଆଣ୍ଡ୍ରିୟୁ କେବଳ ସ୍ଥାନୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ଅନ୍‌ଲାଇନ ଖେଳିବା ଦ୍ୱାରା ଏତେ ପଏଣ୍ଟ ହାସଲ କରିଛନ୍ତି। ଏହି ଖେଳ ବିଶ୍ୱରେ ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇଛି।
ଆଣ୍ଡ୍ରିୟୁ ଟାଇଟଲ ହାସଲ କରିବା ପରେ ସୋସିଆଲ ମିଡିଆରେ ଷ୍ଟାର୍‌ ପାଲଟିଯାଇଛନ୍ତି। ଆଣ୍ଡ୍ରିୟୁ କହିଛନ୍ତି ଯେ, ସେ ତାଙ୍କ ଭାଇ ଚାର୍ଲି (୧୦)ଙ୍କ ସହ ଗତବର୍ଷ ଏକ ଟୁର୍ନାମେଣ୍ଟ ଜିତିଥିଲେ। ଯାହାକି ସର୍ବ କନିଷ୍ଠ ‘ବ୍ରିଜ’ ଖେଳାଳି ଆଖ୍ୟା ତାଙ୍କ ପରିଶ୍ରମର ଫଳ। ଆଜି ସେ ଏହି ସ୍ଥାନରେ ପହଞ୍ଚିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।
ଖାଲି ଆଣ୍ଡ୍ରିୟୁ ନୁହନ୍ତି, ତାଙ୍କ ପୂରା ପରିବାର ‘ବ୍ରିଜ ପ୍ଲେୟାର୍‌’ ହୋଇଆସୁଛନ୍ତି। ତାଙ୍କ ଜେଜେବାପାଙ୍କ ଠାରୁ ଆରମ୍ଭ କରି ମାତାପିତା ସମସ୍ତେ ଏହି ଖେଳ ଖେଳିଥାନ୍ତି। ଆଣ୍ଡ୍ରିୟୁଙ୍କ ପିତା ଷ୍ଟିଭ୍‌ ଚେନ୍‌ କହିଛନ୍ତି, ‘ବ୍ରିଜ୍‌’ ହେଉଛି ତାଙ୍କ ପରିବାରର ଖେଳ। ଯାହା ତାଙ୍କ ଘରେ ପରମ୍ପରା ଭାବରେ ଖେଳାଯାଇଥିଲା। ଏହି କାରଣରୁ ଆଣ୍ଡ୍ରିୟୁ ଏତେ କମ୍‌ ବୟସରେ ଜଣେ ମହାନ ଖେଳାଳି ଭାବେ ପରିଚିତି ଲାଭ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri