ବିଶ୍ୱର ସବୁଠାରୁ ହାଲୁକା ମିଠା

ଲଣ୍ଡନ: ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ। ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ବିଶ୍ୱରେ ଅନେକ ପ୍ରକାରର ମିଠା ମିଳିଥାଏ। ଭାରତରେ ତ ଏହାର ସଂଖ୍ୟା ଅନେକ। ହେଲେ ଏମିତି ଏକ ମିଠା ବିଷୟରେ ଆମେ ଜାଣିବା ଯାହା ସବୁଠାରୁ ଭିନ୍ନ। କେହି କେବେହେଲେ ଏମିତି ମିଠା ବିଷୟରେ କେବେ କଳ୍ପନା ମଧ୍ୟ କରି ନ ଥିବେ। ବ୍ରିଟେନ୍‌ର ଜଣେ ମିଠା ଦୋକାନୀ ବିଶ୍ୱର ସବୁଠାରୁ ହାଲ୍‌କା ମିଠା ତିଆରି କରିଛନ୍ତି। ଏହାର ବିଶେଷତ୍ୱ ହେଉଛି, ଏହି ମିଠାକୁ ତିଆରି କରିବା ପାଇଁ ବୈଜ୍ଞାନିକଙ୍କ ସହାୟତା ନିଆଯାଇଛି। ଏହି ମିଠାର ଓଜନ ମାତ୍ର ୧ ଗ୍ରାମ୍‌। ଏଥିରେ ୯୬% ବାୟୁ ରହିଥିବା ବେଳେ ମାତ୍ର ୪% ମିଠା ରହିଛି। ଏହି ମିଠାକୁ ଲଣ୍ଡନରେ ଥିବା ଡିଜାଇନର ଷ୍ଟୁଡିଓ ବୋମପାସ ଆଣ୍ଡ୍‌ ପାର କାରିଗରମାନେ ଏରୋଜେଲେକ୍ସ ଲାବୋରେଟରୀର ବୈଜ୍ଞାନିକଙ୍କ ସହ ମିଶି ତିଆରି କରିଛନ୍ତି। ଏହାକୁ ଜର୍ମାନର ହୈମ୍‌ବର୍ଗରେ ତିଆରି କରାଯାଇଛି। ଏହି ମିଠାକୁ ତିଆରି କରିବା ପାଇଁ ବୈଜ୍ଞାନିକମାନେ ସର୍ବପ୍ରଥମେ ବିଶ୍ୱର ସବୁଠାରୁ ହାଲୁକା ସଲିଡ୍‌ ପଦାର୍ଥକୁ ଖାଇବାଯୋଗ୍ୟ କରିଥିଲେ। ପରେ ସେଥିରେ ମିଠା ତିଆରି କଲେ। ଏହି ମିଠାକୁ ଆରୋଓ୍ବେଲ୍‌ରୁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଆରୋଓ୍ବେଲ ବିଶ୍ୱର ସବୁଠାରୁ ହାଲୁକା ପଦାର୍ଥ। ତେବେ ଏହି ମିଠାର ସ୍ବାଦ କିପରି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମକୁ ମାରି ଦିଆଯିବ, ରକ୍ଷା କର

ସୁମି,୫ା୩: ଏଠାରେ ନା ଅଛି ଖାଦ୍ୟ, ନା ପାଣି। ପଦାକୁ ବାହାରିବାକୁ ଭୟ ଲାଗୁଛି। ପ୍ରତି ୨୦ ମିନିଟରେ ଏଠାରେ ଗୁଳି ଫୁଟିବା ସହ ଏୟାର...

ଜ୍ୱାଇଁଙ୍କୁ ସ୍ବାଗତ କରିବାକୁ ପରିବାର ପକ୍ଷରୁ ପରଷାଗଲା ୧୭୩ ପ୍ରକାର ଖାଦ୍ୟ: ପ୍ରସ୍ତୁତି ପାଇଁ ଲାଗିଲା ୪ଦିନ

ହାଇଦ୍ରାବାଦ,୧୭।୧: ଝିଅର ସ୍ବାମୀ ଅର୍ଥାତ୍‌ ଜ୍ୱାଇଙ୍କର ଆତିଥ୍ୟ ଏବଂ ସମ୍ମାନ ଭାରତୀୟ ପରିବାରରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଉତ୍ତର ହେଉ କି ଦକ୍ଷିଣ କିମ୍ବା...

ନଦୀରୁ ବାହାରିଲା ରୁପା କଏନ୍‌, ଗାଁ ଲୋକଙ୍କ ଜମିଲା ଭିଡ଼…

ଭୋପାଳ,୯।୮: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ଏପରିସ୍ଥଳେ ସିନ୍ଦ୍‌ ନଦୀ କୂଳରେ ଥିବା ଅଶୋକ ନଗର ଅଞ୍ଚଳର ପଞ୍ଚାବଳୀ ଗାଁର ଲୋକଙ୍କ ମଧ୍ୟରେ ଏକ...

ବ୍ରିଟେନରେ ରିଲିଜ୍‌ ହେବ ‘ଦି କେରଲା ଷ୍ଟୋରି’

ଲଣ୍ଡନ,୧୮।୫: ବିବାଦୀୟ ଫିଲ୍ମ କେରଲା ଷ୍ଟୋରି ବକ୍ସ ଅଫିସରେ ଧମାକା କରୁଛି। ଅନେକ ବିବାଦ ସତ୍ତ୍ୱେ ଫିଲ୍ମର ରୋଜଗାର ଉପରେ କୌଣସି ପ୍ରଭାବ ପଡ଼ି ନାହିଁ।...

ଆମେରିକା ପାଖରେ ବହୁ ରହସ୍ୟମୟ ମାନବବିହୀନ ୟୁଏଫଓ ବିମାନ: ଗୁପ୍ତଚର ଅଧିକାରୀଙ୍କ ଆଶ୍ଚର୍ଯ୍ୟଜନକ ଦାବି…

ଓ୍ବାଶିଂଟନ,୭।୬ : ଅଜ୍ଞାତ ଫ୍ଲାଇଙ୍ଗ ଅବଜେକ୍ଟସ ଅର୍ଥାତ ୟୁଏଫଓ ସବୁବେଳେ ବିଶ୍ୱ ପାଇଁ ରହସ୍ୟ ହୋଇ ରହିଆସିଛି। ବର୍ତ୍ତମାନ ଜଣେ ଆମେରିକୀୟ ଅବସରପ୍ରାପ୍ତ ଇଣ୍ଟେଲିଜେନ୍ସ ଏବଂ...

ପ୍ରତିରୋଧକ ବ୍ୟବସ୍ଥାକୁ ଗୁରୁତ୍ୱ

ଦିନକୁଦିନ ସମଗ୍ର ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ସହ ଏହି ରୋଗଜନିତ ମୃତ୍ୟୁହାର ବୃଦ୍ଧି ପାଉଛି। ଗ୍ଲୋବୋକାନ ଆକଳନ ଅନୁଯାୟୀ, ୨୦୪୦ ମସିହା ସୁଦ୍ଧା ବିଶ୍ୱବ୍ୟାପୀ...

‘ମମି, ଡାଡି, ଆଇ ଲଭ୍‌ ୟୁ’: ଭାଇରାଲ ହେଉଛି ଯବାନଙ୍କ ଭିଡିଓ

କ୍ୱିଭ୍‌,୨୬ା୨: ଆଶାଆଶଙ୍କା ଭିତରେ ୟୁକ୍ରେନର ବର୍ତ୍ତମାନ ଏବଂ ଭବିଷ୍ୟତ। କେଉଁ ମୁହୂର୍ତ୍ତରେ ରୁଷିଆ କ୍ୱିଭ୍‌କୁ କବ୍‌ଜା କରିନେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟତା ନାହିଁ। ବର୍ତ୍ତମାନ...

ଜେବ୍ରାକୁ ଏମିତି ଗେଲ କରୁଛି ହାତୀଛୁଆ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week