‘ବିଶ୍ୱରେ ଶାନ୍ତି ସ୍ଥାପନରେ ବୌଦ୍ଧ ଧର୍ମର ଅବଦାନ ଗୁରୁତ୍ୱପୂର୍ଣ୍ଣ’

ଅମରପାଲି, ୨୬।୯ (ଡି.ଏନ.ଏ): ଭଗବାନ ବୁଦ୍ଧ ଥିଲେ ଅହିଂସାର ପ୍ରଚାରକ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବୌଦ୍ଧ ଧର୍ମ ନିଜର ସାରଲ୍ୟ ଯୋଗୁଁ କେବଳ ଭାରତ ବର୍ଷ ନୁହେଁ, ସମଗ୍ର ବିଶ୍ୱରେ ଏକ ପ୍ରମୁଖ ଧର୍ମ ଭାବରେ ପରିଗଣିତ ହୋଇଥିଲା। ସମ୍ପ୍ରତିକ ବିଶ୍ୱରେ ଅହିଂସାର ପ୍ରମୁଖ ଭୂମିକା ରହିଛି ବୋଲି ବୀରମହାରାଜପୁର ମହାବିଦ୍ୟାଳୟରେ ଅନୁଷ୍ଠିତ ଇତିହାସ ବିଭାଗ ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଭାଗୀୟ ମୁଖ୍ୟ ଡ. ହିମାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରର ବିଷୟ ଥିଲା ‘ବୌଦ୍ଧ ଧର୍ମ ଜୀବନର ଏକ ପ୍ରବାହ’। ଏହି ଆଲୋଚନାଚକ୍ରରେ ଇଂଲିଶ ବିଭାଗ ମୁଖ୍ୟ ବିଜୟ କୁମାର ପୁରୋହିତ ମୁଖ୍ୟଅତିଥି ଏବଂ ଶିକ୍ଷା ବିଭାଗ ମୁଖ୍ୟ ବିଜୟ କୁମାର ପ୍ରଧାନ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ସତ୍ୟନାରାୟଣ ଦାଶ ଓ ଅଧ୍ୟାପିକା ବନ୍ଦିତା ବିଶ୍ୱାଳ ବିଷୟ ବିଶାରଦ ଭାବେ ଯୋଗଦେଇ ମତ ଓ ମନ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଗଦାଧର ପଧାନ, ଅମୃତାମୟୀ ସିଂ, ବିବେକାନନ୍ଦ ପୁରୋହିତ, କଲ୍ୟାଣୀ ମହାଲିଙ୍ଗ, ଗଣେଷ ଭରାସାଗର, ବିଶ୍ୱଜିତ ଦାଶ ଓ ଟୁନା ମେହେର ପ୍ରମୁଖ ପ୍ରବନ୍ଧ ପାଠ କରିଥିଲେ। ଆଲୋଚନାଚକ୍ରକୁ ଅଧ୍ୟାପିକା ବନ୍ଦିତା ବିଶ୍ୱାଳ ସଂଯୋଜନା କରିଥିବା ବେଳେ ମନିଷା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଳନ୍ଥରା ତୈଳ ଡିପୋ ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୧୦ା୨: ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୮ରେ ଭୋଟଗ୍ରହଣ ହେବ। ଆଉ ମାତ୍ର ୮...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ୩ ଅଟକ

କୁକୁଡ଼ାଖଣ୍ଡି,୧ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଆଙ୍କୁଶପୁର ସଦରଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୋଲିସ ଶନିବାର ୩ ଜଣଙ୍କୁ ଅଟକ ରଖି...

୫ ବୃହତ୍‌ ଜଳସେଚନ ପ୍ରକଳ୍ପ ଲାଗି ୧ କୋଟି ମଞ୍ଜୁର

ଜଳେଶ୍ୱର, ୯।୧୨(ଡି.ଏନ.ଏ.) ଦୀର୍ଘ ୪ ଦଶନ୍ଧି ଧରି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନରେ ମୋଡିଫାଏଡ ଏରିଆ ଏଜେନ୍ସି (ମାଡା) ପ୍ରକଳ୍ପ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସ୍ବଳ୍ପ...

ଗୁପ୍ତେଶ୍ୱର ମନ୍ଦିର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ମନ୍ଦିର ନୀତିକାନ୍ତି ବନ୍ଦ

ଜୟପୁର,୧୦।୧୨(ନି.ପ୍ର.): କୋରାପୁଟ ଜିଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମନ୍ଦିର ଭିତରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ...

୩ ଲକ୍ଷ ଟଙ୍କାରେ ଭଡା କରି ଆଣିଥିଲେ : ଅଧାବାଟରେ ୫୦ ପ୍ରବାସୀଙ୍କୁ ଛାଡି ଚାଲିଗଲା ବସ୍‌

ବାଲିଗୁଡା/କୋଟଗଡ,୧୬ା୫(ଡି.ଏନ୍‌.ଏ.)- ପୁଣି ସାମ୍ନାକୁ ଆସିଲା ପ୍ରବାସୀ ଓଡ଼ିଆଙ୍କ ଦୁଃଖ। ତାମିଲନାଡୁରୁ ବସ୍‌ ଭଡା କରି ୫୧ଜଣ ପ୍ରବାସୀ ଓଡ଼ିଆ କଳାହାଣ୍ଡି ଜିଲା ଏମ୍‌.ରାମପୁର ଫେରୁଥିବାବେଳେ ଶନିବାର...

ବୃତ୍ତି ପରୀକ୍ଷା ପାଇଁ ୪ ଛାତ୍ର ମନୋନୀତ

ହାଟଡ଼ିହୀ,୮।୬(ଡି.ଏନ୍‌.ଏ.): ନରେନ୍ଦ୍ରନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିିତ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଚଣ୍ଡିଆବିରଞ୍ଚିପୁରସ୍ଥିତ ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲର ୪ ଜଣ ଛାତ୍ର ବୃତ୍ତି ପରୀକ୍ଷା...

ଦୁଇ କୃଷସାର ମୃଗ ମଧ୍ୟରେ ଲଢ଼େଇ: ଆହତକୁ ଉଦ୍ଧାର କଲା ବନ ବିଭାଗ

ବୁଗୁଡ଼ା,୨୨ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଚକରାପଲ୍ଲୀ ଗ୍ରାମ ନିକଟରେ ଥିବା ଏକ ବିଲରୁ ବୁଧବାର ସକାଳେ ଆହତ ଅବସ୍ଥାରେ ୫ ବର୍ଷର ଅଣ୍ଡିରା...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା: ୧୯ରେ ପ୍ରଥମ ମେରିଟ ଲିଷ୍ଟ

କୋରାପୁଟ,୧୮।୧୦(ସ୍ବ.ପ୍ର.): ଓଡ଼ଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ଦେଶର ୧୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ୪ଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ୟୁଜି ଓ ପିଜି ନାମ ଲେଖା ପାଇଁ...

Advertisement
Archives

Model This Week