ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷ ଟପିଲା: ୪.୨୦ ଲକ୍ଷରୁ ଅଧିକ ମୃତ

ନୂଆଦିଲ୍ଲୀ,୧୨।୬: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷ ଅତିକ୍ରମ କରିଛି। ଏହି ଭୂତାଣୁ ଯୋଗୁ ଏପର୍ଯ୍ୟନ୍ତ ୪ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ବିଶ୍ୱର ୧୮୮ଟି ଦେଶ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ଆମେରିକା କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ଏଠାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ୨୨ ହଜାର ୪୮୮ରେ ପହଞ୍ଚିଛି। ସେଥିମଧ୍ୟରୁ ୧ ଲକ୍ଷ ୧୩ ହଜାର ୮୯୩ ଜଣଙ୍କ ମତ୍ୟୁ ହୋଇଛି। ନ୍ୟୁୟର୍କରେ ମୃତ୍ୟୁ ସଂଖ୍ୟା ସର୍ବାଧିକ। ଏଠାରେ ୩୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଆମେରିକା ପରେ ବ୍ରାଜିଲ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି। ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି। ୪୦ ହଜାରରୁ ଅଧିକ ଲୋକଙ୍କର ମତ୍ୟୁ ହୋଇଛି। ରୁଷିଆ ତୃତୀୟ ସ୍ଥାନରେ ଅଛି। ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ। ୬ ହଜାର ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଭାରତ ଚତୁର୍ଥ ସ୍ଥାନରେ ଅଛି। ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାରରୁ ଅଧିକ ଏବଂ ୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ବ୍ରିଟେନ ପଞ୍ଚମ ସ୍ଥାନରେ ଅଛି। ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୯୨ ହଜାରରୁ ଅଧିକ ଏବଂ ୪୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଙ୍କା କେଜି ୭୦୦, ଟମାଟୋ ୨୦୦

କଲମ୍ବୋ,୧୨ା୧: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଛି। ଶ୍ରୀଲଙ୍କାରେ ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି। ଏଠାରେ ଖାଦ୍ୟ...

ପାକିସ୍ତାନକୁ ସମର୍ଥନ ଜାରି ରଖିବ ତୁର୍କୀ

ଇସ୍‌ଲାମାବାଦ,୧୫ା୨(ପି.ଟି.): ଭାରତର ପ୍ରତିବାଦ ସତ୍ତ୍ୱେ ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ୍‌ ଶୁକ୍ରବାର ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏହା ଉଭୟ ଦେଶ ପାଇଁ...

କାବୁଲ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌

କାବୁଲ,୨୭।୮: ଆଫଗାନିସ୍ତାନର କାବୁଲରେ ଗୁରୁବାର ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା। କାବୁଲ ବିମାନବନ୍ଦର ବାହାରେ ଦୁଇଟି ଆତ୍ମଘାତୀ ଆକ୍ରମଣରେ ୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

୫ରୁ ୧୧ ବର୍ଷର ପିଲା ନେବେ ଫାଇଜର ଟିକା

ଓ୍ବାଶିଂଟନ, ୩୧।୧୦: ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ଫାଇଜର-ବାୟୋଏନ୍‌ଟେକ୍‌ ପ୍ରସ୍ତୁତ କୋଭିଡ୍‌ ଟିକାକୁ ୫ରୁ ୧୧ ବର୍ଷ ବୟସ ବର୍ଗର ପିଲାମାନଙ୍କ ନିମନ୍ତେ...

ଦୁଇ ଡୋଜ ଭ୍ୟାକ୍ସିନ ନେବା ପରେ ବି ଦେଖାଯାଉଛି କରୋନାର ଏସବୁ ଲକ୍ଷଣ

ଲଣ୍ଡନ,୨୯ ।୭: ସାରା ବିଶ୍ୱରେ କରୋନା ମହାମରୀକୁ ଏଡାଇବାକୁ ଭ୍ୟାକ୍ସିନ ବା ଟିକାକରଣ ପ୍ରକ୍ରିୟା ଜୋରଦାର ହୋଇଛି । ଏପଟେ ବେଳକୁ ବେଳ କରୋନାର ନୂଆ...

ଏଆଇ ଧରିବ କରୋନା

ବେଜିଂ: କରୋନା ଆତଙ୍କରେ ଥରହର ହେଉଛି ସାରା ବିଶ୍ୱ। ଦିନକୁ ଦିନ ଏହି ଭୂତାଣୁ ଗୋଟିଏ ପରେ ଗୋଟିଏ ଦେଶରେ କାୟା ମେଲାଇ ଚାଲିଛି। ଏହି...

ଆତ୍ମଘାତୀ ବିସ୍ଫୋରଣରେ ୮ ନିହତ

କରାଚୀ,୧୮ା୨(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୋମବାର ଏକ ଧର୍ମୀୟ ଶୋଭାଯାତ୍ରାକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ କରାଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୩...

ମାସ୍କ ଚେକିଂ ବେଳେ ଧରାପଡ଼ିଲେ ୨୦ ବର୍ଷ ତଳର ହତ୍ୟାକାରୀ

ଓ୍ବାର୍ସ,୫।୧: ମାସ୍କ ନ ପିନ୍ଧିଥିବାରୁ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ପରେ ୨୦ ବର୍ଷ ତଳର ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି...

Advertisement


Archives

Model This Week