Posted inଖେଳ

ବିଶ୍ୱକପ୍‌ ‘ସବୁଠୁ ଚ୍ୟାଲେଞ୍ଜିଂ’ ରହିବ: କୋହଲି

ମୁମ୍ବାଇ, ୨୨।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଚଳିତ ମାସ ଶେଷ ଭାଗରେ ଗ୍ରେଟ୍‌ ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି। ରାଉଣ୍ଡ ରବିନ ଫର୍ମାଟ୍‌ ଭିତ୍ତିକ ଏହି ଟୁର୍ନାମେଣ୍ଟରେ ଭାରତ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକୁ ଭେଟିବାର କାର୍ଯ୍ୟକ୍ରମ ରହିଥିବାରୁ ଆଗାମୀ ବିଶ୍ୱକପ୍‌ ‘ସବୁଠୁ ଚ୍ୟାଲେଞ୍ଜିଂ’ ରହିବ ବୋଲି ଅଧିନାୟକ ବିରାଟ କୋହଲି ମଙ୍ଗଳବାର ଏଠାରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ନିଜର ୩ୟ ବିଶ୍ୱକପ୍‌ ଖେଳିବାକୁ ଯାଉଥିବା କୋହଲି କହିଛନ୍ତି, ରାଉଣ୍ଡ ରବିନରେ ୪ଟି କଠିନ ମ୍ୟାଚ୍‌ ଖେଳିବାକୁ ଥିବାରୁ ତାଙ୍କ ପାଖରେ ଆରାମ କରିବାକୁ ସମୟ ନାହିଁ। ୧୯୯୨ ବିଶ୍ୱକପ୍‌ ପରେ ପ୍ରଥମଥର ଲାଗି ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ। ଏହାପରେ ସେମିଫାଇନାଲ ଲାଗି ଦଳ ଚୂଡ଼ାନ୍ତ ହେବ। ଦୁଇଥରର ପୂର୍ବ ବିଜେତା ଭାରତ ଜୁନ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି କ୍ରିକେଟ୍‌ର ଏହି ମହାକୁମ୍ଭରେ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଏହାପରେ ଅଷ୍ଟ୍ରେଲିଆ (ଜୁନ ୯), ନ୍ୟୁଜିଲାଣ୍ଡ (ଜୁନ୍‌ ୧୩) ଓ ପାକିସ୍ତାନ (ଜୁନ ୧୬)କୁ ପର୍ଯ୍ୟାୟକ୍ରମେ ଭେଟିବାର କାର୍ଯ୍ୟସୂଚୀ ରହିଛି।
ମତରେ, ଫର୍ମାଟ୍‌ ଓ ସବୁ ଦଳର ଦକ୍ଷତା ଦୃଷ୍ଟିରୁ ମୁଁ ଭାଗ ନେଇଥିବା ବିଶ୍ୱକପ୍‌ ମଧ୍ୟରୁ ସମ୍ଭବତଃ ଏହା ସବୁଠାରୁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ଯଦି ତୁମେ ୨୦୧୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଫଗାନିସ୍ତାନକୁ ନଜର ପକାଇବା ତେବେ ଏହା ସମ୍ପୂର୍ଣ୍ଣ ଭିନ୍ନ ଦଳ। କୌଣସି ଦଳ କାହାକୁ ବିପର୍ଯ୍ୟୟ ଘଟାଇବାର ଦକ୍ଷତା ରଖିଛନ୍ତି। ଏହାକୁ ଆମେ ନଜରରେ ରଖିଛୁ ଏବଂ ଆମର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରହିଛୁ। ସମସ୍ତଙ୍କ ବିପକ୍ଷରେ ଖେଳିବା ମୋ ମତରେ ସବୁ ଦଳ ପାଇଁ ଭଲ। ଏହାଦ୍ୱାରା ଅଲଗା ଅଲଗା ଚ୍ୟାଲେଞ୍ଜ ମିଳିବ ଏବଂ ପ୍ରତ୍ୟେକ ଦଳ ଶୀଘ୍ର ଖାପଖୁଆଇ ନେବେ’ ବୋଲି କୋହଲି ଏହି ଅବସରରେ ପ୍ରକାଶ କରିଛନ୍ତି। ନିଜର ପ୍ରଥମ ୪ଟି ମ୍ୟାଚ୍‌କୁ ନେଇ କୋହଲି କହିଛନ୍ତି, ଏହାଦ୍ୱାରା ଆମର ଲୟ ସ୍ଥିର ହେବ। ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ଏବଂ ପ୍ରଥମ ମ୍ୟାଚ୍‌ରୁ ହିଁ ଏହାକୁ ବଜାୟ ରଖିବାକୁ ହେବ। ବିଶ୍ୱକପ୍‌ ଏକ ବଡ଼ ଟୁର୍ନାମେଣ୍ଟ ହୋଇଥିବାରୁ ପଡ଼ିଆରେ ପାଦ ରଖୁ ରଖୁ ଚାପ ରହିବା ସ୍ବାଭାବିକ। ସେଥିଲାଗି ମ୍ୟାଚ୍‌ ଦିନ ଶତପ୍ରତିଶତ ପ୍ରସ୍ତୁତି ସହିତ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ। ଯଦି ଫୁଟ୍‌ବଲର ଶୀର୍ଷ କ୍ଲବ ଗୁଡ଼ିକୁ ନଜର ପକାଇବେ ପ୍ରିମିୟର ଲିଗ୍‌ ହେଉ କିମ୍ବା ଲା ଲିଗା ସେମାନେ ୩-୪ ମାସ ପର୍ଯ୍ୟନ୍ତ ସେମାନଙ୍କ ତୀବ୍ରତା ବଜାୟ ରଖିଥାନ୍ତି। ତେଣୁ ଆମେ କାହିଁକି ଏହିପରି କରିପାରିବା ନାହିଁ। ଆମକୁ ପୁରା ଟୁର୍ନାମେଣ୍ଟ ସାରା ଲୟ ଏବଂ ଆମର ସ୍ଥିରତା ବଜାୟ ରଖିବାକୁ ହେବ’ ବୋଲି କୋହଲି କହିଛନ୍ତି। ନିକଟରେ ସମାପ୍ତ ହୋଇଥିବା ଇଂଲଣ୍ଡ-ପାକିସ୍ତାନ ଦିନିକିଆ ସିରିଜର ପ୍ରତ୍ୟେକ ମ୍ୟାଚ୍‌ରେ ବଡ଼ ସ୍କୋର ଦେଖିବାକୁ ମିଳିଥିଲା। ଏହାକୁ ନେଇ ଭାରତୀୟ ଅଧିନାୟକ କହିଛନ୍ତି, ଦ୍ୱିପାକ୍ଷିକ ସିରିଜରେ ବଡ଼ ସ୍କୋରର ଆଶା ରହିଥାଏ କିନ୍ତୁ ବିଶ୍ୱକପ୍‌ ପରି ଟୁର୍ନାମେଣ୍ଟରେ ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଇଂଲଣ୍ଡ ପରିବେଶରେ ବୋଲିଂ କରିବା ଲାଗି ଭାରତୀୟ ବୋଲିଂ ବାହାନୀ ପ୍ରସ୍ତୁତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ଆଇପିଏଲ୍‌ ପୂର୍ବରୁ କେକେଆରକୁ ବଡ଼ ଝଟ୍‌କା

କୋଲକାତା, ୨୧ା୩: ଭାରତ ସିମର ଆକାଶ ଦୀପ୍‌ଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି। ଫଳରେ ସେ ଅତି କମ୍‌ରେ ୮ ସପ୍ତାହ ଖେଳିପାରିବେନି। ଫଳରେ ଆସନ୍ତା…

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri