Posted inଖେଳ

ବିଶ୍ୱକପ୍‌ ମଝିରେ ଭଉଣୀଙ୍କୁ ହରାଇଥିଲେ ଆକବର

ଢାକା, ୧୧।୨ (ପି.ଟି.)- ବାଂଲାଦେଶକୁ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ଜିତାଇବାରେ ଅଧିନାୟକ ଆକବର ଅଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭାରତ ପକ୍ଷରୁ ଧାର୍ଯ୍ୟ ୧୭୮ ରନର ଟାର୍ଗେଟ୍‌କୁ ପିଛା କରି ବାଂଲାଦେଶ ଏକଦା ୮୫ ରନରେ ୫ ଉଇକେଟ୍‌ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଆକବରଙ୍କ ଅପରାଜିତ ୪୩ ରନର ଇନିଂସ ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲା। ବାଂଲାଦେଶକୁ କୌଣସି ବର୍ଗରେ ପ୍ରଥମ ଆଇସିସି ଟ୍ରଫି ଜିତିବାରେ ନାୟକ ସାଜିଥିବା ୧୮ ବର୍ଷୀୟ ଆକବରଙ୍କ ପଛରେ ସଦ୍ୟ ରହିଥିବା ଏକ ଦୁଃଖଦଭରା ଘଟଣା ଏବେ ସାମ୍ନାକୁ ଆସିଛି। ବିଶ୍ୱକପ୍‌ ମଝିରେ ଆକବରଙ୍କ ବଡ଼ ଭଉଣଙ୍କ ବିୟୋଗ ଘଟିଥିଲା। ଜାନୁୟାରୀ ୨୨ରେ ଜାଆଁଳା ସନ୍ତାନ ପ୍ରସବ କରିବା ଅବସରରେ ତାଙ୍କ ଭଉଣୀ ୨୨ ବର୍ଷୀୟା ଖାଡିଜା ଖାତୁନଙ୍କ ମୃତ୍ୟୁ ହୋଇଥିଲା ବୋଲି ବାଂଲାଦେଶ ଏକ ଦୈନିକ ଖବରକାଗଜରେ ସୋମବାର ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହି ଘଟଣା ସମ୍ପର୍କରେ ଆକବରଙ୍କୁ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲା। ତେବେ ଆକବର ତାଙ୍କର ଜଣେ ଭାଇଙ୍କ ଜରିଆରେ ପରେ ଏ ବିଷୟରେ ଜାଣିପାରିଥିଲେ। ‘ଆକବର ତାଙ୍କ ଭଉଣୀଙ୍କ ସହିତ ବହୁତ ଘନିଷ୍ଠ ଥିଲେ। ଆମେ ଏ ବିଷୟରେ ପ୍ରଥମେ ତାଙ୍କୁ ଜଣାଇବାକୁ ଚାହୁଁ ନ ଥିଲୁ’ ବୋଲି ଆକବରଙ୍କ ବାପା ଏହି ଖବରକାଗଜକୁ ସାକ୍ଷାତ୍‌କାର ଅବସରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ୍‌: ଭାରତ ଦ୍ୱିତୀୟ ସ୍ଥାନ ବଜାୟ ରଖିଲା

ଦୁବାଇ,୩୧।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ର଼୍ୟାଙ୍କିଙ୍ଗ୍‌ରେ ଭାରତ ତା’ର ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। ମେଲବୋର୍ନରେ...

କ୍ରୀଡ଼ାକ୍ଷେତ୍ରରେ ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନି

ଭୁବନେଶ୍ୱର,୧୩।୩(ସ୍ପୋଟର୍‌ସ ବ୍ୟୁରୋ)- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ଦଳର ମାଲିକାଣୀ ତଥା ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନି ୨୦୨୦ କ୍ରୀଡ଼ାକ୍ଷେତ୍ରରେ ସବୁଠୁ ପ୍ରଭାବଶାଳୀ ଟପ୍‌...

ଫିଫା ବିଶ୍ୱକପ୍‌ ଫାଇନାଲ୍‌ ଦେଖିବେ ଭାରତୀୟ ଦଳ: ଜାଣନ୍ତୁ କାହାକୁ କରିବେ ସପୋର୍ଟ

ଚଟ୍ଟଗ୍ରାମ,୧୮।୧୨: ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ବାଂଲାଦେଶକୁ ୧୮୮ ରନ ବ୍ୟବଧାନରେ ପରାସ୍ତ କରିଛି। ଏଥି ସହିତ, ଏହି ସିରିଜର ଦ୍ୱିତୀୟ ଏବଂ ଶେଷ...

ଇଂଲଣ୍ଡ ବ୍ୟାଟିଂ ଲାଇନ୍‌ ବିପର୍ଯ୍ୟସ୍ତ, ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୧୧ ରନ୍‌…

ଲଣ୍ଡନ, ୧୨।୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଲଣ୍ଡନର କେନିଂଟନ୍‌ ଓଭାଲରେ ଖେଳାଯାଉଥିବା ଏହି ଏକ...

ଡ୍ରେସିଂ ରୁମ୍‌କୁ ଫେରି ପ୍ରବଳ କାନ୍ଦିଥିଲେ ଏହି କ୍ରିକେଟର୍‌, ସ୍ତ୍ରୀ କଲେ ଖୁଲାସା

ବ୍ରିସ୍‌ବେନ୍‌,୧୪।୧: ବର୍ଡର-ଗାଭାସ୍କର ଟ୍ରଫିର ଆଉ ଗୋଟିଏ ମ୍ୟାଚ୍‌ ବାକି ଅଛି। ସିଡନୀ ଖେଳାଯାଇଥିବା ଡ୍ର ରହିବା ପରେ ସିରିଜ ୧-୧ରେ ରହିଛି। ସିଡନୀ ଟେଷ୍ଟ ଡ୍ରରେ...

ଇତିହାସ ରଚିଲେ ଭାରତର ଜ୍ୱାଇଁ

ଲାହୋର,୮।୧୦: ପାକିସ୍ତାନର ବରିଷ୍ଠ ଖେଳାଳି ଶୋଏବ ମଲିକ ଦିନ ଟି -୨୦ କ୍ରିକେଟରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଦୁନିଆର ତୃତୀୟ ଏବଂ...

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେଉଁଠି, କେମିତି ଦେଖିବେ ମ୍ୟାଚ୍‌

କୋଲକତା,୨୧।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି କୋଲକତାରେ ଖେଳାଯିବ। ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ସିରିଜ ଜିତିସାରିଛି। ଏବେ...

ଟସ୍‌ ଜିତିବା ପରେ ବି ବଦଳିଲା ନାହିଁ ସିଏସ୍‌କେ ଭାଗ୍ୟ

ମୁମ୍ବାଇ,୩।୪: ଚଳିତ ଆଇପିଏଲ୍‌ରେ ଲଗାତାର ତୃତୀୟ ପରାଜୟ ବରଣ କରିଛି ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଇଣ୍ଡିଆନ ପ୍ରମିୟର ଲିଗ୍‌ ଇତିହାସରେ ପ୍ରଥମ...

Advertisement
Archives

Model This Week