Posted inଖେଳ

ବିଶ୍ୱକପ୍‌ ପୂର୍ବରୁ ଇମାମ ଆହତ

ନଟିଂହାମ,୧୮।୫(ଏଏଫ୍‌ପି)- ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ମାତ୍ର କିଛି ସପ୍ତାହ ବାକି ଥିବା ବେଳେ ର୍ପୂବରୁ ପାକିସ୍ତାନ ଯୁବ ତାରକା ବ୍ୟାଟ୍ସମ୍ୟାନ ତଥା ଓପନର ଇମାମ- ଉଲ-ହକ ଆହତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଇମାମ ବ୍ୟାଟିଂ କରୁଥିବା ବେଳେ ଦ୍ରୁତ ବୋଲର ମାର୍କ ଉଡଙ୍କ ବଲ୍‌ ତାଙ୍କ କହୁଣିରେ ବାଜିଥିଲା। ଚତୁର୍ଥ ଓଭରରେ ବ୍ୟାଟିଂ କରୁଥିବା ବେଳେ ଘଣ୍ଟାପ୍ରତି ୮୯ ମାଇଲ ବେଗ୍‌ରେ ଆସୁଥିବା ଉଡ୍ସଙ୍କ ବଲ୍‌କୁ ସେ ପୁଲ୍‌ କରିବାକୁ ପ୍ରୟାସ କରିଥିଲେ। ତେବେ ବଲ୍‌ ତାଙ୍କ ବ୍ୟାଟ୍‌ ନ ବାଜି କହୁଣିରେ ବାଜିଥିଲା ଓ ସେ ଆହତ ହୋଇଥିଲେ। ବ୍ରିଷ୍ଟଲ ତୃତୀୟ ଦିନିକିଆରେ ୨୩ ବର୍ଷୀୟ ଇମାମ କ୍ୟାରିୟର ଶ୍ରେଷ୍ଠ ୧୫୧ ରନର ବୃହତ୍‌ ଶତକୀୟ ପାଳି ଖେଳିଥିଲେ। ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍‌ ହକ୍‌ଙ୍କ ଭଣଜା ଇମାମ୍‌ ବିଶ୍ୱକପ୍‌ରେ ପାକିସ୍ତାନର ମୁଖ୍ୟ ଅସ୍ତ୍ର ହେବେ ବୋଲି ଆଶା କାରଯାଉଛି। ବିଶ୍ୱକପ୍‌ ଆୟୋଜକ ତଥା ହଟ୍‌ ଫେଭରାଇଟ୍‌ ବିବେଚିତ ହେଉଥିବା ଇଂଲଣ୍ଡ ଚଳିତ ପାକିସ୍ତାନ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍‌ଡାଉନ୍‌ରେ ଲେଖକ ହେଲେ ମାରିଜନେ

ନୂଆଦିଲ୍ଲୀ,୧୩।୪ (ପି.ଟି.): କୋଭିଡ୍‌-୧୯ ପାଇଁ ସାରା ଦେଶ ତଥା ବିଶ୍ୱରେ ଲକ୍‌ଡାଉନ ଜାରି ହୋଇଛି। ଏହି ସମୟରେ ଭାରତୀୟ ମହିଳା ହକି ଦଳର କୋଚ ଜୋଏର୍ଡ...

ତୃତୀୟ ଟି୨୦: ଦକ୍ଷିଣ ଆଫ୍ରିକାର ରୋମାଞ୍ଚକ ବିଜୟ

ସେଣ୍ଟ ଜର୍ଜେଶ(ଗ୍ରେନେଡା), ୧।୭: ସ୍ଥାନୀୟ ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ରୋମାଞ୍ଚମ ଢଙ୍ଗରେ...

ଏଏଫ୍‌ଏଲ୍‌ ସହ ଆକ୍ସିସ୍‌ ବ୍ୟାଙ୍କ୍‌ର ସହଭାଗିତା

ନୂଆଦିଲ୍ଲୀ,୨୨ା୩: ଆକ୍ସିସ୍‌ ବ୍ୟାଙ୍କ୍‌ ଏବଂ ଅଟୋଟ୍ରାକ୍‌ ଫାଇନାନ୍ସ ଲିମିଟେଡ୍‌ (ଏଏଫ୍‌ଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଥିବା ଜଣାପଡିଛି। ବିଶେଷ ୟୁବି କୋ ଡଟ୍‌ ଲେଣ୍ଡ୍‌...

ଚତୁର୍ଥ ରାଉଣ୍ଡରେ ସାବାଲେଙ୍କା, ପାଭ୍‌ଲ୍ୟୁଚେଙ୍କୋଭା

ପ୍ୟାରିସ, ୩।୬: ଆରିନା ସାବାଲେଙ୍କା, ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭା, ଏଲିସ ମେର୍ଟେନ୍ସ, ଡାରିଆ କାସାଟ୍‌କିନା ପ୍ରମୁଖ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଚତୁର୍ଥ...

ଟସ୍‌ ପରେ ଜାଣିଶୁଣି ହୋଲ୍ଡରଙ୍କ ସହ ହାତ ମିଳାଇଲେ ଷ୍ଟୋକ୍ସ

ସାଉଥାମ୍ପଟନ, ୯।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଐତିହାସିକ ଟେଷ୍ଟ ସିରିଜ ବୁଧବାରଠାରୁ ସ୍ଥାନୀୟ ରୋଜ୍‌ ବାଉଲ୍‌ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏଥିସହ ଦୀର୍ଘ...

ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ହେବାକୁ ଭୂତିଆ ଆଗ୍ରହୀ

ନୂଆଦିଲ୍ଲୀ,୧୧।୪(ପି.ଟି.): ଭବିଷ୍ୟତରେ ଦିନେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବି ବୋଲି ପୂର୍ବତନ ଭାରତୀୟ ଫୁଟବଲ ଅଧିନାୟକ ବାଇଚୁଙ୍ଗ୍‌...

ମଣିଷ ଯେହେତୁ ଭୁଲ ତ ହେବ: ଗାଙ୍ଗୁଲି

କୋଲକାତା,୨୪।୫: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବ ଅଧିନାୟକ ବିରାଟ କୋହଲି ଏବେ ଫର୍ମରେ ନାହାନ୍ତି। ଏହାକୁ ନେଇ ପ୍ରଶଂସକ ଚିନ୍ତାରେ ଥିବା ବେଳେ...

କ୍ୱାର୍ଟରରେ ଅମିତ ପଙ୍ଘାଲ

ବର୍ମିଂହାମ୍‌,୧ା୮: ଭାରତୀୟ ବକ୍ସର ଅମିତ ପଙ୍ଘାଲ ବିଜୟ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ସେ ପୁରୁଷ ଫ୍ଲାଇଓ୍ବେଟ୍‌ (୫୧କେଜି) କ୍ୱାର୍ଟର...

Advertisement
Archives

Model This Week