ବିଶ୍ୱକପ୍‌ ଖେଳିବା ପ୍ରସ୍ତାବ ଦେଇଥିଲେ ଡି’ଭିଲର୍ସ

ଜୋହାନ୍ସବର୍ଗ, ୬।୬- ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଚଳିତ ବିଶ୍ୱକପ୍‌ ଖେଳିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ କ୍ରିକେଟ ଦକ୍ଷିଣ ଆଫ୍ରିକା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଇଏସ୍‌ପିଏନ୍‌ କ୍ରିକ୍‌ଇନ୍‌ଫୋ ଅନୁଯାୟୀ ପୂର୍ବତନ ଅଧିନାୟକ ୧୫ ଜଣିଆ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଦଳ ଚୟନ ପୂର୍ବରୁ ବିଶ୍ୱକପ୍‌ ଖେଳିବାକୁ ଆଗ୍ରାହୀ ଥିବା ପ୍ରସ୍ତାବ ଦେଇଥିଲେ। ମିଳିଥିବା ରିପୋର୍ଟରେ ପ୍ରୋଟିଜ ଅଧିନାୟକ ଫାଫ ଡୁପ୍ଲେସି, ମୁଖ୍ୟ କୋଚ୍‌ ଓଟିସ ଗିବସନ ଓ ମୁଖ୍ୟ ଚୟନକର୍ତ୍ତା ଲିଣ୍ଡା ଜୋଣ୍ଡିଙ୍କୁ ନିଜ ଇଚ୍ଛା ସମ୍ପର୍କରେ ଡି’ଭିଲର୍ସ ଜଣାଇଥିଲେ। ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାର ଦୁଇଟି କାରଣ ଥିଲା। ପ୍ରଥମଟି ହେଲା ସେ ଗତବର୍ଷ ମେ’ରେ ଅର୍ଥାତ୍‌ ବିଶ୍ୱକପ୍‌ ଖେଳାଯିବାର ଗୋଟିଏ ବର୍ଷ ପୂର୍ବରୁ ଅବସର ନେଇଥିଲେ। ଏଣୁ ଚୟନ ଲାଗି ଧାର୍ଯ୍ୟ ମାପଦଣ୍ଡ ପୂରା କରିପାରି ନ ଥିଲେ। ଏଥିରେ ଜାତୀୟ ଦଳ ପାଇଁ ଅନ୍ତର୍ଜାତୀୟ ଓ ଘରୋଇ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ମଧ୍ୟ ରହିଛି। ଦ୍ୱିତୀୟତଃ ୩୫ ବର୍ଷୀୟ ଖେଳାଳିଙ୍କୁ ଦଳକୁ ଡକାଇବା ଦ୍ୱାରା ତାଙ୍କ ଅନୁପସ୍ଥିତିରେ ଯେଉଁ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି, ସେମାନଙ୍କ ଲାଗି ଅନ୍ୟାୟ ହୋଇଥାନ୍ତା। ଗତ ବର୍ଷ ଅତ୍ୟନ୍ତ କ୍ଳାନ୍ତ ହୋଇସାରିଥିବା କହି ୧୪ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତ କରିଥିଲେ ଡି’ଭିଲର୍ସ। ଏବେ ଦ. ଆଫ୍ରିକା ଚଳିତ ବିଶ୍ୱକପ୍‌ରେ ପ୍ରଥମ ୩ଟି ମ୍ୟାଚ୍‌ରେ ପରାସ୍ତ ହୋଇସାରିଛି। ଫଳରେ ଦଳ ନକ୍‌ଆଉଟ୍‌ ପର୍ଯ୍ୟାୟରେ ପ୍ରବେଶ କରିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର୍‌ କିଙ୍ଗ୍ସ

ଆବୁଧାବି, ୧୯।୧୦: ଆଇପିଏଲ୍‌ର ଚଳିତ ସଂସ୍କରଣର ୩୭ତମ ମ୍ୟାଚ୍‌ରେ ସୋମବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଓ ରାଜସ୍ଥାନ ରୟାଲ୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ...

ପାକିସ୍ତାନ କ୍ରିକେଟର୍ସଙ୍କ ଉପରେ ବର୍ଷିଲେ ଧାଓ୍ବନ୍‌: ପ୍ରଥମେ ଦେଶକୁ ସୁଧାର, ତା’ପରେ ଅନ୍ୟକୁ କହିବ

ନୂଆଦିଲ୍ଲୀ,୩୦।୯:ଭାରତୀୟ ଦଳର ଓପନର୍‌ ଶିଖର ଧାଓ୍ବନ୍‌ ପାକିସ୍ତାନ କ୍ରିକେଟର୍ସଙ୍କ ଉପରେ ବର୍ଷିଛନ୍ତି। ଭାରତୀୟ ଖେଳାଳିଙ୍କ ଉପରେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ପ୍ରଥମେ ନିଜ ଦେଶକୁ...

ଫିଲ୍ଡରେ କୋଚ୍‌ଙ୍କ ସହ ଯୁକ୍ତିତର୍କ: ମୁହଁ ଖୋଲିଲେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୨୨।୭: ଟିମ୍‌ ଇଣ୍ଡିଆ ଠାରୁ ଦ୍ୱିତୀୟ ଦିନିକିଆରେ ପରାସ୍ତ ହେବା ପରେ ଫିଲ୍ଡରେ ମୁହଁାମୁହିଁ ହୋଇଥିଲେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକା ଓ କୋଚ୍‌ ମିକି...

ଅଲିମ୍ପିକ୍ସରେ ଭାଗ ନେବେନି କୋଲ୍‌ମ୍ୟାନ

ଜେନେଭା, ୧୭ା୪(ଏପି)- ଆମେରିକାନ୍‌ ସ୍ପ୍ରିଣ୍ଟର ଖ୍ରିଷ୍ଟିଆନ୍‌ କୋଲ୍‌ମ୍ୟାନ ଅଲିମ୍ପିକ୍ସରେ ଭାଗ ନେଇପାରିବେ ନାହିଁ। ଜାଣିଶୁଣି ଡୋପିଂ ଟେଷ୍ଟ ଦେଇ ନ ଥିବାରୁ ତାଙ୍କ ଉପରେ୧୦୦ମିଟର ବିଶ୍ୱଚାମ୍ପିୟନଙ୍କୁ...

ରାଗିଗଲେ ଆରସିବି କ୍ରିକେଟର୍‌: କହିଲେ, ଏସବୁ କରିହେବନି ବରଦାସ୍ତ

ଶାରଜା,୧୨।୧୦: ଆଇପିଏଲରେ ଟାଇଟଲ ଜିତିବାରେ ବିରାଟ କୋହଲିଙ୍କ ସ୍ବପ୍ନ ଅଧୁରା ରହିଛି। ଚଳିତବର୍ଷ କୋଲକାତା ନାଇଟ ରାଇଡର୍ସଠାରୁ ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହାରି...

ସୁଦିରମାନ କପରୁ ଭାରତର ବିଦାୟ

ନାନ୍ନିଂ(ଚାଇନା),୨୨।୫(ପିଟି)- ସୁଦିରମାନ କପ୍‌ ଦଳଗତ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଭାରତ ବିଦାୟ ନେଇଛି। ବୁଧବାର ଅନୁଷ୍ଠିତ ଚାଇନା ବିପକ୍ଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ଏକତରଫା ଭାବେ...

କନ୍‌କସନ ସବ୍‌ଷ୍ଟିଚ୍ୟୁଟ ଚହଲଙ୍କ କମାଲ:ଭାରତ ଜିତିଲା ପ୍ରଥମ ଟି୨୦

କାନବେରା, ୫।୧୨(ପି.ଟି.)- ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ପରେ ୟୁଜବେନ୍ଦ୍ର ଚହଲ ଓ ଟି.ନଟରାଜନଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଶୁକ୍ରବାର...

ଧୋନୀଙ୍କୁ ଜନ୍ମଦିନ ଉପହାରରେ ହେଲିକପ୍ଟର ଦେବେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଗାମୀ ଜୁଲାଇ ୭ରେ ୩୯ ବର୍ଷରେ ପଦାର୍ପଣ କରିବେ। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ...

Advertisement
Archives

Model This Week