Posted inଖେଳ

ବିଶ୍ୱକପ୍‌ରୁ ଭାରତୀୟ ଦଳ ୭ କୋଟି ୩୯ ଲକ୍ଷ ଟଙ୍କା ପାଇଲା

ନୂଆଦିଲ୍ଲୀ, ୧୬।୭- କ୍ରିକେଟ୍‌ ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ରୋମାଞ୍ଚକ ଭାବେ ଶେଷ ହୋଇଛି। ଫାଇନାଲରେ ଉଭୟ ମ୍ୟାଚ୍‌ ଓ ସୁପର୍‌ ଓଭର ଟାଇ ରହିବା ଫଳରେ ଅଧିକ ବାଉଣ୍ଡରି ମାରିଥିବାରୁ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ବିଶ୍ୱକପ୍‌ ଚାମ୍ପିୟନ ହୋଇଛି। ପ୍ରଥମଥର ଲାଗି ବିଶ୍ୱକପ୍‌ ଜିତିଥିବା ଇଂଲଣ୍ଡ ଚାମ୍ପିୟନ ପୁରସ୍କାର ରାଶି ବାବଦକୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ନିକଟରୁ ୪ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୨୭ କୋଟି ୪୦ ଲକ୍ଷ ଟଙ୍କା)ପାଇଥିବାବେଳେ ରନର୍ସଅପ୍‌ ନ୍ୟୁଜିଲାଣ୍ଡ (୨ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ପାଖାପାଖି ୧୩ କୋଟି ୭୦ ଲକ୍ଷ ଟଙ୍କା)କୁ ଏହାର ଅଧା ଅର୍ଥରାଶି ମିଳିଥିଲା।
$ତବେ ସେମିଫାଇନାଲରୁ ପରାସ୍ତ ହୋଇ ବିଦାୟ ନେଇଥିଲେ ମଧ୍ୟ ବିରାଟ ବାହିନୀ ବିଶ୍ୱକପ୍‌ରୁ କେତେ ଅର୍ଥରାଶି ଆଇସିସି ନିକଟରୁ ପାଇଛି, ତାହା ଜାଣିବା ପାଇଁ କ୍ରିକେଟ୍‌ ପ୍ରଶଂସକଙ୍କ ମନରେ ଆଗ୍ରହ ପ୍ରକାଶ ପାଇଛି। ଆଇସିସି ପୁରସ୍କାର ରାଶି ତାଲିକା ଉପରେ ନଜର ପକାଇଥିଲେ ଗ୍ରୁପ୍‌ ପର୍ଯ୍ୟାୟର ପ୍ରତି ମ୍ୟାଚ୍‌ର ବିଜୟୀ ଦଳକୁ ୪୦ ହଜାର ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୨୭ ଲକ୍ଷ ୪୦ ହଜାର ଟଙ୍କା) ପ୍ରଦାନ କରାଯାଇଥାଏ। ସେହି ଦୃଷ୍ଟିରୁ ଭାରତ ଗ୍ରୁପ୍‌ ପର୍ଯ୍ୟାୟର ପ୍ରଦର୍ଶନକୁ ଦେଖିଲେ ୭ ମ୍ୟାଚ୍‌ ଜିତି ପାଖାପାଖି ଏକ କୋଟି ୯୧ ଲକ୍ଷ ଟଙ୍କା ଲାଭ କରିଛି। ଏହାପରେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ଭାରତ ପରାସ୍ତ ହୋଇଥିଲେ ମଧ୍ୟ ୮ ନିୟୁତ ଡଲାର ପାଇଥିଲା। ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରତି ଦଳକୁ ଆଇସିସି ଏହି ପୁରସ୍କାର ରାଶି ପ୍ରଦାନ କରିଥାଏ। ସେହିଦୃଷ୍ଟିରୁ ବିରାଟ କୋହଲିଙ୍କ ଦଳକୁ ଭାରତୀୟ ମୁଦ୍ରାରେ ପାଖାପାଖି ୫ କୋଟି ୪୮ ଲକ୍ଷ ଟଙ୍କା ମିଳିଥିଲା। ଫଳରେ ଗ୍ରୁପ୍‌ ପର୍ଯ୍ୟାୟ ଓ ସେମିଫାଇନାଲ ଅର୍ଥରାଶିକୁ ମିଶାଇଲେ ଭାରତୀୟ ଦଳ ମୋଟ୍‌ ଉପରେ ପାଖାପାଖି ୭ କୋଟି ୩୯ ଲକ୍ଷ ଟଙ୍କା ବିଶ୍ୱକପ୍‌ରୁ ପାଇଛି।
ମେନ୍‌ ଇନ୍‌ ବ୍ଲୁ ୨୦୧୧ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇ ମୋଟ୍‌ ଉପରେ ୧୭ କୋଟି ୨୨ ଲକ୍ଷ ୫୦ ହଜାର ଟଙ୍କା ପାଇଥିଲା। ସେହିଭଳି ୨୦୧୫ ବିଶ୍ୱକପ୍‌ରେ ସେମିଫାଇନାଲରେ ବିଦାୟ ହୋଇ ୫ କୋଟି ୭୪ ଲକ୍ଷ ୨୦ ହଜାର ଟଙ୍କାରେ ସନ୍ତୁଷ୍ଟ ରହିଥିଲା। ୨୦୧୫ରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୬ ମ୍ୟାଚ୍‌ ଜିତିଥିବାବେଳେ ପ୍ରତି ମ୍ୟାଚ୍‌ ପିଛା ସେତେବେଳେ ଆଇସିସି ୪୫ ହଜାର ଆମେରିକୀୟ ଡଲାର ପ୍ରଦାନ କରୁଥିଲା। ସେହିଭଳି ସେମିଫାଇନାଲରେ ପ୍ରବେଶ କରିଥିବା ଦଳକୁ ୬ ଲକ୍ଷ ଆମେରିକୀୟ ଡଲାର ମିଳୁଥିଲା।

(ବି.ଦ୍ର: ୨୦୧୯ ଜୁଲାଇ ୧୫ରେ ୧ ଡଲାର= ୬୮ ଟଙ୍କା ୫୨ ପଇସା। ସେହିଦୃଷ୍ଟିରୁ ୨୦୧୯ ଆଇସିସି ପୁରସ୍କାର ରାଶିକୁ ହିସାବ କରାଯାଇଛି।)


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

ଇଲେକ୍ଟ୍ରୋନେଗେଟିଭିଟି ଭ୍ରମର ସମାଧାନ (Breaking the Electronegativity Myth): ପ୍ରାୟ ଏକ ଶତାବ୍ଦୀ ଧରି, ରସାୟନ ବିଜ୍ଞାନ ପାଠ୍ୟପୁସ୍ତକଗୁଡ଼ିକ ଏକ ନିୟମ ଶିଖାଇ ଆସିଥିଲେ: ହାଇଡ୍ରୋଜେନ ବନ୍ଧନ…

‘ଯେକୌଣସି ଭୁଲ ପ୍ରାଣଘାତକ ହେବ’ ହର୍ମୁଜ ପ୍ରଣାଳୀରେ ସୀମାପାର ମନୋଭାବରେ ଇରାନ

ତେହରାନ,୧୩।୪: ଇସଲାମାବାଦରେ ‘ଶାନ୍ତି ଆଲୋଚନା’ ବିଫଳ ହେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇପାରେ। ଇରାନ ନୌସେନା ହର୍ମୁଜ ପ୍ରଣାଳୀ…

ଆମେରିକାକୁ ବଡ଼ ପରାମର୍ଶ ଦେଲା ଇରାନ, କହିଲା ଟ୍ରମ୍ପଙ୍କୁ ଆମର…

ତେହରାନ,୧୩।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସଙ୍କେତ ଦେଇଛନ୍ତି ଯେ ତେହରାନ ଆମେରିକା ସହିତ ଏକ ଚୁକ୍ତିରେ ପହଞ୍ଚିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ, ଏକ ସମାଧାନ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

ବ୍ଲଡ୍‌ପ୍ରେସର ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ସଜନା ଶାଗ

ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହେଉଛି ଶଜନା ଶାଗ। ଏଥିରେ କାଲ୍‌ସିୟମ୍‌, ଆଇରନ୍‌ ସମେତ ଭିଟାମିନ୍‌-ଏ, ସି ଏବଂ ଇ ଭରି ରହିଛି। ବିଶେଷଭାବରେ ବ୍ଲଡ୍‌ପ୍ରେସର ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri