ବିଶୋଇ ଭାଜପା ପକ୍ଷରୁ ବିକ୍ଷୋଭ

ବିଶୋଇ,୨ା୮(ଡି.ଏନ୍‌.ଏ.)- ବିଶୋଇ ବ୍ଲକର ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ଭାଜପା ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଭିନ୍ନ ଅଭିଯୋଗ ସମ୍ମିଳିତ ଏକ ସ୍ମାରକପତ୍ର ବିଡ଼ିଓ ବିବୁଧ ଗଡ଼ନାୟକଙ୍କୁ ପ୍ରଦାନ କରାଯାଇଛି। ଭାଜପାର ଅଭିଯୋଗ ଅନୁଯାୟୀ, ବିଭିନ୍ନ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ଅଚଳ ଅବସ୍ଥାରେ ପଡିରହିଛି । ଫଳରେ ଜନସାଧାରଣ ଜଳକଷ୍ଟ ଭୋଗୁଛନ୍ତି। ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କିଛି ନିର୍ଦ୍ଦିଷ୍ଟ ଠିକାଦାର ଗୋଷ୍ଠୀଙ୍କ ନିର୍ଦ୍ଦେଶରେ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବଦଳି ହୋଇଥିଲେ ମଧ୍ୟ ଜଣେ ନିର୍ଦ୍ଦିଷ୍ଟ ଯନ୍ତ୍ରୀ ଏହି ବ୍ଲକ ଛାଡି ନ ଯିବା ଜନସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। କୃଷକମାନଙ୍କ ନିମନ୍ତେ ଆସୁଥିବା ବିଭିନ୍ନ ସରକାରୀ ଯୋଜନା ତଥା ବିହନ,ସାର ଓ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସୁବିଧା ବାଟବଣା ହେଉଥିବା ସ୍ମାରକପତ୍ରରେ ଦର୍ଶାଯାଇଛି। ବ୍ଲକ ଭାଜପା ସଭାପତି ବଂଶୀଧର ଦାସଙ୍କ ନେତୃତ୍ୱରେ ଜିଲା ପରିଷଦ ସଦସ୍ୟ ଗୁରୁବା ମୁର୍ମୁ ଓ ନାନିକା ନାଏକ, ଉମାକାନ୍ତ ନନ୍ଦ, ଜିଲା ସାଧାରଣ ସଂଯୋଜକ ଜୁରିଲାଲ ମହାନ୍ତ, ରାଜ୍ୟ ସମିତି ସଦସ୍ୟ ସଞ୍ଜୀବ ମହାନ୍ତି, ଗଜେନ୍ଦ୍ର ବେହେରାଙ୍କ ସମେତ ବହୁ କର୍ମୀ ବିକ୍ଷୋଭ ପ୍ରଦର୍ଶନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ଦୁର୍ବୃତ୍ତଙ୍କୁ କାବୁକରି ପୋଲିସ ଜିମା ଦେଲେ ଲୋକେ:ପଲସର, ଦେଶୀ ବନ୍ଧୁକ ଜବତ

ଧର୍ମଶାଳା,୧୫।୮(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବୁଦ୍ଧ ଛକଠାରେ ବୁଧବାର ୨ଜଣ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ସେମାନଙ୍କଠାରୁ...

ତେଣ୍ଡା ଗାଁରେ ବିକାଶ ଅପହଞ୍ଚ

କପ୍ତିପଦା,୨୪ା୮(ଡି.ଏନ୍‌.ଏ.)- କପ୍ତିପଦା ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ କଳମଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ତେଣ୍ଡା ଗ୍ରାମ ଅପହଞ୍ଚ ଇଲାକା ପାଲଟିଛି। ପ୍ରଶାସନ କିମ୍ବା ରାଜନେତାଙ୍କ ପାଦ ପଡୁ ନ...

କଲ୍ୟାଣୀଗ୍ରାମର ୧୫ ପରିବାର ଜଳବନ୍ଦୀ

ବାହାନଗା,୧୨।୯(ଡି.ଏନ.ଏ.-ବାଲେଶ୍ୱର ଜିଲା ବାହାନଗା ବ୍ଳକ କଲ୍ୟାଣୀ ଗ୍ରାମର ୬ ନମ୍ବର ୱାର୍ଡର ୧୫ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଗ୍ରାମରେ ନୂଆ କରି ତିଆରି...

ପିଲାଙ୍କୁ ସ୍ମାର୍ଟ କରିବ ସ୍ମାର୍ଟକ୍ଲାସ୍‌

ଢେଙ୍କାନାଳ ଅଫିସ, ୧୩ା୯-ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁବାରଠାରୁ ସ୍ମାର୍ଟକ୍ଲାସ ଆରମ୍ଭ ହୋଇଛି। ଏହି ସ୍ମାର୍ଟକ୍ଲାସରେ ୯ମ ଓ ୧୦ମ ଶ୍ରେଣୀର...

ଭିଜିଲାନ୍ସ ଜାଲରେ ଫେଡ୍‌କୋ ଜେ.ଇ.

ସାକ୍ଷୀଗୋପାଳ, ୩।୧୨(ଡି.ଏନ.ଏ.): ସାକ୍ଷୀଗୋପାଳ ଫେଡ୍‌କୋ ନଂ ୨ ସେକ୍ସନ ଜେ.ଇ. ବିଘ୍ନରାଜ ମହାନ୍ତି ମଙ୍ଗଳବାର ଅପରାହ୍ନରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସତ୍ୟବାଦୀ ଥାନା ଧାନକେରା ଗ୍ରାମର...

ଓପନ୍‌ ମ୍ୟୁଜିୟମରେ ୨୦ ସ୍କ୍ରାପ୍‌ କଳାକୃତି

ବ୍ରହ୍ମପୁର ଅଫିସ,୮ା୨-ଦକ୍ଷତା ବିକାଶରେ ବ୍ରହ୍ମପୁର ଆଇଟିଆଇ ସାରା ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ରାଜ୍ୟର ଅନ୍ୟ ଆଇଟିଆଇ ଓ ବୈଷୟିକ ଅନୁଷ୍ଠାନ...

ଅନୁଭବଙ୍କୁ ଗିରଫ, ବର୍ଷାଙ୍କୁ ନ୍ୟାୟ ଦାବିରେ ଗର୍ଜିଲା ଭାଜପା ମହିଳାମୋର୍ଚ୍ଚା

ଭବାନୀପାଟଣା,୯।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ସ୍ତ୍ରୀ ଅଭିନେତ୍ରୀ ବର୍ଷାଙ୍କ ପ୍ରତି ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। ଏହାକୁ କଳାହାଣ୍ଡି ଜିଲା ଭାଜପା...

ଘର ଛାତରେ ମହାପ୍ରଭୁଙ୍କ ଫଟୋ ରଖି ନୃତ୍ୟ

ପୁରୀ ଅଫିସ, ୬ା୬: ସ୍ନାନଯାତ୍ରା କିମ୍ବା ରଥଯାତ୍ରା ଅବା ବାହୁଡ଼ା ଏହି ସମୟରେ ଶ୍ରୀକ୍ଷେତ୍ରର ନୃତ୍ୟ ଶିଳ୍ପୀମାନେ ମହାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିଥାନ୍ତି। ବିଶେଷକରି...

Coronavirus Update


Archives

Model This Week

Why Dharitri