ବିଶୃଙ୍ଖଳିତ ସୁରଟ ଫେରନ୍ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର

ଦିଗପହଣ୍ଡି,୬ା୫(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ବାଳିକା ହାଇସ୍କୁଲ ପରିସରରେ ଥିବା କ୍ବାରାଣ୍ଟାଇନ ସେଣ୍ଟର ପରିଦର୍ଶନ କରିଛନ୍ତି ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ। ବୁଧବାର ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ, ବିଡ଼ିଓ ହଳଧର ଶବର, ସରପଞ୍ଚ ବି.କ୍ରିଷ୍ଣା ରାଓ ସୁବୁଦ୍ଧିଙ୍କ ଉପସ୍ଥିତିରେ ଉପଜିଲାପାଳ ସେଠାରେ ରନ୍ଧାଖାଦ୍ୟ ଓ ଆନୁଷଙ୍ଗିକ ସୁବିଧା ତଦାରଖ କରିଥିଲେ। ପୂର୍ବରୁ ସେ ସିଦ୍ଧେଶ୍ୱର, ଗୋକର୍ଣ୍ଣପୁର ଗ୍ରାମ ସ୍ଥିତ କ୍ବାରାଣ୍ଟାଇନ ସେଣ୍ଟର ଗୁଡ଼ିକୁ ପରିଦର୍ଶନ କରି ପ୍ରବାସୀ ଶ୍ରମିକଙ୍କ ସହ ସବିଶେଷ ଆଲୋଚନା କରି ବିଶୃଙ୍ଖଳିତ ନ ହେବାକୁ ପରାମର୍ଶ ଦେଇଥିଲେ।
ସିଦ୍ଧେଶ୍ୱର କ୍ବାରାଣ୍ଟାଇନ ସେଣ୍ଟରରେ କିଛି ପ୍ରବାସୀ ଶ୍ରମିକ ବାରମ୍ବାର ବିଶୃଙ୍ଖଳା କରୁଥିବା ନେଇ ସରପଞ୍ଚ ପ୍ରତିନିଧି ସରୋଜ କୁମାର ଜେନା ଅଭିଯୋଗ କରିଥିଲେ। ପରେ ସମ୍ପୃକ୍ତ ସୁରଟ ଫେରନ୍ତା ଯୁବକଙ୍କୁ ଚିହ୍ନଟ କରାଯାଇ ଭୀଷ୍ମଗିରୀ କ୍ବାରାଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିଲା। ପୁଣି ବିଶୃଙ୍ଖଳା କଲେ ସୁଦୂର ମାଲକାନଗିରି ଜିଲା କ୍ବାରାଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଯିବ ବୋଲି ସେ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମଣ ନାୟକଙ୍କ ବଳିଦାନ ଅତୁଳନୀୟ

କୋରାପୁଟ,୨୨।୧୧(ଅମିତାଭ ବେହେରା): ମହାନ ସ୍ବଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ରବିବାର ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।…

ନିଜ ଦଳର ବିଧାୟକଙ୍କୁ ‘ପାଗଳ କୁକୁର’ କହିଲେ CM, ତେଲଙ୍ଗାନା କଂଗ୍ରେସରେ ହଇଚଇ

ହାଇଦ୍ରାବାଦ,୨୨ା୧୧: ତେଲଙ୍ଗାନା କଂଗ୍ରେସରେ ଏବେ ଦଳୀୟ ଅନ୍ତଃକନ୍ଦଳ ତୀବ୍ର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ନିଜ ଦଳର କିଛି ଅସନ୍ତୁଷ୍ଟ ନେତାଙ୍କୁ ଟାର୍ଗେଟ୍‌ କରି…

ଗୌରବ ଆଣିଲା ଭଞ୍ଜନଗର ରୋଟାରୀ କ୍ଲବ, ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରି…

ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବ ୨୦୨୫-୨୬ ଆର୍ଥିକ ବର୍ଷରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛି।…

ଅକ୍ୱାନ ଜନିତ ବର୍ଷାରେ ଉଜୁଡ଼ିଲା ପାଚିଲା ଧାନ, ଚିନ୍ତାରେ ଚାଷୀକୁଳ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ‘ଅକ୍ୱାନ’ ଜନିତ ଲଗାଣ ବର୍ଷା ଯୋଗୁ ଦିଗପହଣ୍ଡି ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳର ଶହଶହ ଏକର ଖାଲୁଆ ଚାଷଜମିରେ ପାଚିଲା…

ଭାଜପା ରାଜ୍ୟ ସଭା ଏମପିଙ୍କ ପରଲୋକ, ହୃଦଘାତରେ ଚାଲିଗଲା ଜୀବନ

ମୁମ୍ବାଇ,୨୨।୧୧: ଭାଜପାର ରାଜ୍ୟ ସଭା ସାଂସଦ ରାମରାଓ ସଖାରାମ ୱାଡକୁଟେଙ୍କ ପରଲୋକ ହୋଇଛି । ୭୨ ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ…

ବାତ୍ୟା କ୍ଷୟକ୍ଷତି ଆକଳନ: ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ,୨୨।୧୧: ବାତ୍ୟା ଯୋଗୁଁ ଗଞ୍ଜାମ ଜିଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଆସନ୍ତାକାଲି ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ…

ଛୋଟ ପିଲାଙ୍କୁ କାହିଁକି ହୁଏ କ୍ୟାନ୍‌ସର? ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ

ପ୍ରତ୍ୟେକ ମାତାପିତା ଚାହାନ୍ତି, ସେମାନଙ୍କ ପିଲା ସୁସ୍ଥ ରହୁ ଏବଂ ବିନା କୌଣସି ଅସୁବିଧାରେ ଜୀବନ ବିତାଉ। କିନ୍ତୁ ଯେତେବେଳେ ଛୋଟ ପିଲାଟିଏ କ୍ୟାନ୍‌ସର ଭଳି ଗମ୍ଭୀର…

ଜାତୀୟ ଖୋ-ଖୋ ଚାମ୍ପିୟନଶିପ୍‌ରେ ଚମକିବେ ବଲାଙ୍ଗୀରର ଝିଅ ଚାନ୍ଦିନୀ

ବଲାଙ୍ଗୀର,୨୨।୧୧(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ଜିଲାର ଲୋଇସିଂହା ବ୍ଲକ୍ ଉପରବାହାଲର ଝିଅ ଚାନ୍ଦିନୀ ଜାଲ୍ ଓଡ଼ିଶା ଜୁନିୟର ବାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?