ବିଶାଖାପାଟଣାରୁ ରେଳ ଧାରଣାରେ ଚାଲି ଓଡ଼ିଶା ଫେରିଲେ କଳାହାଣ୍ଡିର ୧୮ ଶ୍ରମିକ

ମୁନିଗୁଡ଼ା,୪।୪(ଡି.ଏନ୍.ଏ.): କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ସହ ରାଜ୍ୟ ସିମାକୁ ସିଲ୍ କରି ଦିଆଯାଇଛି। କୌଣସି ରାଜ୍ୟରୁ କେହି ଅନ୍ୟ ରାଜ୍ୟକୁ ଯିବା ପାଇଁ କଟକଣା କରାଯାଇଛି। ତଥାପି କଳାହାଣ୍ଡି ଜିଲା ଜୁନାଗଡ଼ ଅଞ୍ଚଳର ୧୮ଜଣ ଯୁବକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଚାଲିଚାଲି ଓଡ଼ିଶା ଫେରିଆସିଛନ୍ତି। ସେମାନେ କାମ କରିବା ପାଇଁ ବିଶାଖାପାଟଣା ଯାଇଥିଲେ। ଲକ୍ ଡାଉନ୍ ଘୋଷଣା ପରେ କାମ ଧନ୍ଦା ବନ୍ଦ ହେବା ଓ ଖାଦ୍ୟ, ଅର୍ଥର ଅଭାବ ଯୋଗୁ ବାଧ୍ୟହୋଇ ସେମାନେ ବିଶାଖାପାଟଣାରୁ ପ୍ରାୟ ୨୦୦ କିଲୋମିଟର ରେଳ ଧାରଣାରେ ଚାଲିଚାଲି ଆସୁଥିଲେ। ମୁନିଗୁଡ଼ା ତିନିକୋଣିଆସ୍ଥିତ ରେଳ ଫାଟକଠାରେ କେତେକ ଲୋକ ସେମାନଙ୍କୁ ଦେଖିଥିଲେ। ମୁନିଗୁଡ଼ା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୈଳସ ଚନ୍ଦ୍ର ପାତ୍ର ଖବର ପାଇ ସେମାନଙ୍କ ପାଖରେ ପହଞ୍ଚିଥିଲେ। ପରେ ମୁନିଗୁଡ଼ା ଦୁବେସାହି ଗୋପବନ୍ଧୁ ଯୁବକ ସଂଘର ସଦସ୍ୟଙ୍କ ସହାୟତାରେ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି। ଖବର ପାଇ ମୁନିଗୁଡ଼ା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଦେବାଶିଷ ଗୌଡ଼, ବିଡିଓ ଦିଲ୍ଲୀପ ବେହେରା, ଥାନା ଅଧିକାରୀ ରାଜେନ୍ଦ୍ର ଦେହୁରୀ ସେମାନଙ୍କୁ ପ୍ରଶାସନ ତରଫରୁ ଆଇସୋଲେଶନ ସେଣ୍ଟରରେ ରଖିଛନ୍ତି।ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯିବାର ବ୍ୟବସ୍ଥା କରାଯାଉଛି। ଏମାନେ ସମସ୍ତେ କଳାହାଣ୍ଡି ଜିଲା ଜୁନାଗଡ଼, ନର୍ଲା, କର୍ଲାମୁଣ୍ଡା, ଚିଚିଙ୍ଗଗୁଡ଼ା, ଖରିଆର, କୁଟ୍ରୁକୁମା ଅଞ୍ଚଳର ବୋଲି ଜଣାପଡ଼ିଆଛି।


Enter your email to get our daily news in your inbox.

All Right Reserved By Dharitri.Com

ସିନେମାଟୋଗ୍ରାଫର ଗାଗାରିନ୍‌ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର,୧୦ା୯(ବ୍ୟୁରୋ):ଓଡ଼ିଶା ଜନ୍ମିତ ବିଶିଷ୍ଟ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ବୁଧବାର ପରଲୋକ ଘଟିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ...

ବିଳମ୍ବିତ ରାତିରେ ଖୋଲୁନି ଔଷଧ ଦୋକାନ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରକୁ ସ୍ମାର୍ଟ ସିଟି କୁହାଯାଉଛି। ଏଠି ହାତ ପାହାନ୍ତାରେ ସବୁ କିଛି ମିଳିଯାଉଛି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ସେବା ଠିକ୍‌ ଭାବେ...

ବାଇଗିଣିଆରେ ହାତୀ ଉପଦ୍ରବ:ଉଜାଡ଼ିଦେଲେ ଫଳ ବଗିଚା

ପରଜଙ୍ଗ, ୯।୭(ଡି.ଏନ.ଏ.)ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଅଧୀନ ବାଇଗିଣିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ହାତୀପଲ ପଶି ବ୍ୟାପକ କ୍ଷତି କରିଛନ୍ତି। ହାତୀ ଉପଦ୍ରବରେ ଆଖୁ,...

ମାର୍ଚ୍ଚ ସୁଦ୍ଧା ୩ ଜିଲାକୁ ସମ୍ପ୍ରସାରଣ ହେବ ମୋବାଇଲ ଚକ୍ଷୁ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର, ୩।୨(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ...

ଦାଦନ ଶ୍ରମିକଙ୍କ ଉପରେ ପ୍ରାର୍ଥୀଙ୍କ ଆଖି

କେନ୍ଦ୍ରାପଡ଼ା ଅଫିସ,୩୧ା୧: କେନ୍ଦ୍ରାପଡ଼ା ଜିଲାର ଦାଦନ ସମସ୍ୟାରେ ପୀଡିତ ଶ୍ରମିକଙ୍କ ଉପରେ ପଞ୍ଚାୟତ ନିର୍ବାଚନର ପ୍ରର୍ଥୀଙ୍କ ଆଖି ପଡିଛି। ଏଥିପାଇଁ ପରିବାର ଓ ଦଳୀୟ କର୍ମୀଙ୍କ...

ରାଜଧାନୀ ଏକ୍ସପ୍ରେସର ସମୟ ପରିବର୍ତ୍ତନ

ଭୁବନେଶ୍ୱର, ୭।୧(ବ୍ୟୁରୋ): ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହେଉଛି। ପୂର୍ବ ଭାରତରେ ବି ଏହାର ପ୍ରଭାବ ପଡ଼ିଛି। ଏଥିପାଇଁ ସୋମବାର...

୪ ଶିଳ୍ପସଂସ୍ଥାରେ ୩୪,୧୦୫ ନିଯୁକ୍ତି

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାରେ ଥିବା ୪ଟି କାରଖାନାରେ ୩୪,୧୦୫ ଜଣ ଲୋକ କର୍ମସଂସ୍ଥାନ ପାଇଛନ୍ତି। ଏଥିମଧ୍ୟରୁ ଢେଙ୍କାନାଳର ମେରାମୁଣ୍ଡଳୀଠାରେ ଥିବା...

ଆଳୁ ୧୦, ପିଆଜ କିଲୋ ୫୦

କଟକ ସଦର,୨୮ା୧୨(ଡି.ଏନ୍‌.ଏ.): ରାଜ୍ୟରେ ଆଳୁ ଓ ପିଆଜ ଦର ଆକାଶଛୁଅଁ। ଥିବା ବେଳେ ଶୁକ୍ରବାର କଟକ ସଦର ବ୍ଲକ ଅନ୍ତର୍ଗତ କିଶୋରନଗର ହାଟରେ ଜଣେ ବେପାରୀ...

Advertisement
Archives

Model This Week