Posted inଖେଳ

ବିଳମ୍ବ ହୋଇପାରେ ଟୋକିଓ ଅଲିମ୍ପିକ୍ସ

ଟୋକିଓ, ୪ା୩ (ଏପି)- କରୋନା ଭାଇରସ୍‌ ପ୍ରଭାବ ଯୋଗୁ ୨୦୨୦ ଟୋକିଓ ଅଲିମ୍ପିକ୍ସର ବିଳମ୍ବ ଘଟିପାରେ। ଜାପାନ ଅଲିମ୍ପିକ ମନ୍ତ୍ରୀ ସିକୋ ହାସିମୋତେ ପାର୍ଲାମେଣ୍ଟର ଉଚ୍ଚ ସଦନରେ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। କାର୍ଯ୍ୟସୂଚୀ ଅନୁସାରେ ୨୦୨୦ ଅଲିମ୍ପିକ୍ସ ଜୁଲାଇ ୨୪ରୁ ଆରମ୍ଭ ହେବା କଥା। ମାତ୍ର କରୋନା ଭାଇରସ ଆତଙ୍କ ଯୋଗୁ ଏହି ମେଗା ଇଭେଣ୍ଟ ବର୍ଷର ଶେଷ ଭାଗରେ ଯେକୌଣସି ସମୟରେ ଆୟୋଜନ କରାଯାଇ ପାରେ ବୋଲି ସେ କହିଛନ୍ତି। ପାରାଅଲିମ୍ପିକ୍ସ ଅଗଷ୍ଟ ୨୫ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।
କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଏଥିରେ ସଂକ୍ରମିତ ହୋଇ ଜାପାନରେ ଇତିମଧ୍ୟରେ ୧୨ଜଣଙ୍କର ମୃତ୍ୟୁ ଘଟିଲାଣି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଅଧିକାଂଶ ସ୍କୁଲକୁ ବନ୍ଦ ରଖାଯାଇଛି। ଦେଶରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସମେତ ଅଲିମ୍ପିକ ସମ୍ପର୍କିତ ଇଭେଣ୍ଟଗୁଡ଼ିକ ସ୍ଥଗିତ ରଖାଯାଇଛି। ଚାଇନାରୁ ସୃଷ୍ଟି ହୋଇଥିବା ଏହି ଭାଇରସ ଇତିମଧ୍ୟରେ ଅତିକମ୍‌ରେ ୭୦ଟି ଦେଶକୁ ବ୍ୟାପିଛି। ଏଥିରେ ୯୦,୦୦୦ ସଂକ୍ରମିତ ହୋଇ ସାରିଥିବାବେଳେ, ୩,୧୦୦ଜଣଙ୍କର ପ୍ରାଣହାନି ଘଟି ସାରିଲାଣି। ୨୦୨୦ରେ ଯଦି ଅଲିମ୍ପିକ୍ସ ଆୟୋଜନ ନ ହୋଇ ପାରେ ତେବେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଏହାକୁ ବାତିଲ କରିଦେଇପାରିବ ବୋଲି ହାସିମୋତୋ ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ଏଥିରୁ ଯାହା ବୁଝା ପଡ଼ୁଛି ଆବଶ୍ୟକ ସ୍ଥଳେ ଗେମ୍ସକୁ ଯଥା ସମୟରେ ନ କରି କ୍ୟାଲେଣ୍ଡର ବର୍ଷରେ ଯେକୌଣସି ସମୟରେ ଆୟୋଜନ କରାଯାଇ ପାରେ ନଚେତ ସମ୍ପୂର୍ଣ୍ଣ ବାତିଲ କରାଯାଇ ପାରେ। ଅନ୍ୟପକ୍ଷରେ ଆଇଓସି ସଭାପତି ଥୋମାସ ବ୍ୟାକ୍‌ ଏବଂ ଟୋକିଓର ଆୟୋଜକଗଣ ବାରମ୍ବାର କହି ଆସୁଛନ୍ତି ଯେ, ଅଲିମ୍ପିକ୍ସ ନିର୍ଦ୍ଧାରିତ ସମୟରେ ଆୟୋଜିତ ହେବ। ଭାଇରସର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିବାରୁ ଆୟୋଜକମାନେ ଅଲିମ୍ପିକ୍ସକୁ ବାତିଲ କରିବାକୁ ବାଧ୍ୟ ହେବେ ବୋଲି କେତେକ କହୁଥିବା ବେଳେ ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଉ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଉଚିତ ବୋଲି ଅନ୍ୟ କେତେକ ପ୍ରସ୍ତାବ ଦେଉଛନ୍ତି।
ସପ୍ତାହରେ ଜାପାନିଜ୍‌ ମିଡିଆକୁ ଏକ ସାକ୍ଷାତ୍‌କାର ବେଳେ ଟୋକିଓରେ ସଫଳତାର ସହିତ ଅଲିମ୍ପିକ୍ସ ଆୟୋଜନ ଲାଗି ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି ବୋଲି ବ୍ୟାକ୍‌ କହିଥିଲେ। କରୋନା ଭାଇରସଜନିତ କାରଣରୁ ଅଲିମ୍ପିକ୍ସକୁ ସ୍ଥଗିିତ କିମ୍ବା ବାତିଲ କରାଯାଇପାରେ ବୋଲି ଯାହା ଶୁଣିବାକୁ ମିଳୁଛି ସେ ସମ୍ପର୍କିତ ପ୍ରଶ୍ନକୁ ସେ ଏଡାଇ ଦେଇଥିଲେ। କରୋନା ଭାଇରସ ସ୍ଥିତିରେ ଯଦି ସୁଧାର ନ ଆସେ ତଥାପି ଅଲିମ୍ପିକ୍ସ ଆୟୋଜନର ସମ୍ଭାବନା ଅଛି କି ନା ବୋଲି ହାସିମୋତୋଙ୍କୁ ପ୍ରଶ୍ନ ହେବାରୁ ଏଭଳି ପରିସ୍ଥିତି ଯେପରି ନ ଉପୁଜେ ସେ ନେଇ ଯଥାସମ୍ଭବ ଉଦ୍ୟମ ଚାଲିଛି ବୋଲି ସେ କହିଥିଲେ। ଚାରି ବର୍ଷ ଅଲିମ୍ପିକ ସାଇକେଲରେ ବ୍ରଡକାଷ୍ଟିଂ ଅଧିକାର ବିକ୍ରି ଦ୍ୱାରା ୫.୬ ବିଲିୟନ ଡଲାର ଆୟ ହୋଇଥାଏ। ଏଥିରୁ ୭୩% ରାଶି ଆଇଓସିକୁ ମିଳିଥାଏ। ୧୯୬୪ ଟୋକିଓ ଅଲିମ୍ପିକ୍ସ ଅକ୍ଟୋବରରେ ହୋଇଥିଲା। ମାତ୍ର ଗେମ୍ସକୁ ବର୍ତ୍ତମାନ ଗ୍ରୀଷ୍ମ ଋତୁକୁ ସ୍ଥାନାନ୍ତର କରାଯାଇଛି। ଏହାର ମୁଖ୍ୟ କାରଣ ହେଲା ସ୍ପୋଟର୍‌ସ ବ୍ରଡକାଷ୍ଟରମାନଙ୍କ ଲାଗି ବର୍ଷର ଏହି ସମୟଟି ଖାଲି ରହିଥାଏ। ଅବଶିଷ୍ଟ ସମୟରେ ଉତ୍ତର ଆମେରିକାର ଲୋକପ୍ରିୟ ଏନଏଫ୍‌ଏଲ କଲେଜ ଫୁଟ୍‌ବଲ, ବେସ୍‌ବଲ୍‌, ବାସ୍କେଟବଲ୍‌ ଓ ହକି ପ୍ରତିଯୋଗିତା ରହିଥାଏ। ସେହିପରି ୟୁରୋପ ଅନ୍ତର୍ଗତ ଇଂଲଣ୍ଡ, ସ୍ପେନ, ଜର୍ମାନୀ, ଫ୍ରାନ୍ସ ଏବଂ ଇଟାଲୀରେ ବିଭିନ୍ନ ଫୁଟବଲ ପ୍ରତିଯୋଗିତ ରହିଛି। ଏହାଛଡ଼ା ଅନ୍ୟ ଲୋକପ୍ରିୟ ଖେଳ ରଗ୍‌ବୀଏବଂ କ୍ରିକେଟ ଖେଳ ମଧ୍ୟ ରହିଛି। ଆଇଓସିର ପୂର୍ବତନ ଉପସଭାପତି ଡିକ୍‌ ପାଉଣ୍ଡ ଏକ ସାକ୍ଷାତ୍‌କାରରେ କହିଛନ୍ତି ସମ୍ଭବତଃ ଆସନ୍ତା କେଇ ମାସ ମଧ୍ୟରେ ଅଲିମ୍ପିକ୍ସ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଆଇଓସିର ଅନ୍ୟ ଜଣେ ପୂର୍ବତନ ଉପସଭାପତି ତଥା ବର୍ତ୍ତମାନ ଆଇଓସିର ଅବୈତନିକ ସଦସ୍ୟ କିଭାନ ଗସ୍ପର କହିଛନ୍ତି, ଟୋକିଓ ଗେମ୍ସ ବାତିଲ ହେବାର ଯଥେଷ୍ଟ ସମ୍ଭବନା ରହିଛି। ପୂର୍ବରୁ ବିଶ୍ୱଯୁଦ୍ଧ ଯୋଗୁ ଅଲିମ୍ପିକ୍ସ ୩ ଥର ବାତିଲ ହୋଇଛି। ୧୯୧୬ରେ ଏହା ବର୍ଲିନରେ ହେବାର ଥିଲା। ମାତ୍ର ପ୍ରଥମ ବିଶ୍ୱଯୁଦ୍ଧ ଯୋଗୁ ଏହାକୁ ବାତିଲ କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ୧୯୪୦ ଓ ୧୯୪୪ ଅଲିମ୍ପିକ୍ସ ବାତିଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri