ବିଳମ୍ବରେ ଚେତିଲା ପୌରପାଳିକା:ବେଆଇନ ପୋଷ୍ଟର କାଟିଲା, ସଂସ୍ଥାକୁ ତାଗିଦ

ଅନୁଗୋଳ ଅଫିସ, ୧୫।୧୨

ବିଳମ୍ବରେ ଚେତିଛି ଅନୁଗୋଳ ପୌରପାଳିକା। ସହରର ଗଳି କନ୍ଦିରେ ଲାଗିଥିବା ବେଆଇନ ପୋଷ୍ଟର ଓ ହୋର୍ଡିଂ କାଟିବା କାର୍ଯ୍ୟ ଶନିବାର ପୌରସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଛି। ଏପରି ଅଭିଯାନ ଆଗକୁ ଜାରି ରହିବ ବୋଲି ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ତେବେ ହୋର୍ଡିଂ କାଟିବା ସମୟରେ ଏହାକୁ ଲଗାଇବା ଦାୟିତ୍ୱରେ ଥିବା ଠିକାସଂସ୍ଥା ସହ କିଛି ସମୟ ପାଇଁ ତୁ ତୁ ମେ ମେ ହୋଇଥିଲା। ତଥାପି ପୌର କର୍ତ୍ତୃପକ୍ଷ ଉକ୍ତ ଠିକା ସଂସ୍ଥାକୁ ତାଗିଦ୍‌ କରିଥିବା ଜଣାପଡ଼ିଛି।
ଅନୁଗୋଳ ପୌରପାଳିକାରେ ହୋଡିଂ ଓ ରାସ୍ତା ମଝିରେ ଥିବା ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟରେ ବିଜ୍ଞାପନ ଲଗାଇବାକୁ ଟେଣ୍ଡର ପ୍ରଦାନ କରାଯାଇଛି। ପୌରପାଳିକାର ୫୪ ସ୍ଥାନରେ ମୋଟ୍‌ ୧୨ ହଜାର ୫ଶହ ବର୍ଗ ଫୁଟରେ ହୋର୍ଡିଂ ଲଗାଇବାକୁ ଅନୁମତି ପ୍ରଦାନ କରାଯାଇଛି। ଏଥିସହ ୧୭୦ଟି ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟରେ ମଧ୍ୟ ବିଜ୍ଞାପନ ଲଗାଇବାକୁ ପୌରପାଳିକା ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏ ନେଇ ବାର୍ଷିକ ୯ଲକ୍ଷ ୭୪ ହଜାର ଟଙ୍କାରେ ଟେଣ୍ଡର ପ୍ରଦାନ କରାଯାଇଛି। କିନ୍ତୁ ଏହି ସ୍ଥାନ ଗୁଡ଼ିକ ବ୍ୟତୀତ ଉକ୍ତ ଠିକା ସଂସ୍ଥା ଓ କିଛି ଘରୋଇ ସଂସ୍ଥା ସହରର ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଇଥିଲେ। ଏ ନେଇ ଅଭିଯୋଗ ଆସିବା ପରେ ଉଚ୍ଛେଦ କରିବାକୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଓ ଚିତ୍ତରଞ୍ଜନ ପଧାନଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଶନିବାର ସକାଳୁ କାର୍ଯ୍ୟ ଆରମ୍ଭ କରିଥିଲେ। ସହରର ଥାନା ଛକ, ବ୍ଲକ ସମ୍ମୁଖ, ବୁଢ଼ୀ ଠାକୁରାଣୀ ଛକ, ଅନୁଗୋଳ ହାଇସ୍କୁଲ ସମ୍ମୁଖରେ ହୋର୍ଡିଂ କାଟିଥିଲେ। ଏହି ସମୟରେ ଟେଣ୍ଡର ନେଇଥିବା ସଂସ୍ଥା ପକ୍ଷରୁ ବିରୋଧ କରାଯାଇଥିଲା। ତେବେ ବେଆଇନ୍‌ ଭାବେ ହୋର୍ଡିଂ ଲଗାଯାଇଥିବାରୁ କଟାଯାଉଥିବା ନିର୍ବାହୀ ଅଧିକାରୀ ପଣ୍ଡା ଟେଣ୍ଡର ନେଇଥିବା ସଂସ୍ଥାକୁ କହିଥିଲେ।
ଏ ନେଇ ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ବେଆଇନ୍‌ ହୋର୍ଡିଂ କଟାଯିବା ଅଭିଯାନ ଆରମ୍ଭ ହୋଇଛି। ସହରର ଯେଉଁ ସ୍ଥାନିଗୁଡ଼ିକ ହୋର୍ଡିଂ ପାଇଁ ଚିହ୍ନଟ କରାଯାଇଛି, ସେଠାରେ ହୋର୍ଡିଂ ଲଗାଯିବ। ଯେଉଁଗୁଡ଼ିକ ଚିହ୍ନଟ ହୋଇନାହିଁ ସେଠାରେ ହୋର୍ଡିଂ ଲାଗିଲେ କଟାଯିବା ସହ ଜରିମାନା ଆଦାୟ ହେବ ବୋଲି ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାରିଫ୍‌ ହ୍ରାସ: ଭାରତ ଉପରେ ପଡ଼ିପାରେ ତେଲ ବୋଝ

ନୂଆଦିଲ୍ଲୀ,୩ା୨: ଭାରତ-ଆମେରିକା ବାଣିଜ୍ୟ ବୁଝାମଣା ପରେ ଆମେରିକା ଭାରତ ଉପରୁ ଟାରିଫ୍‌ ହ୍ରାସ କରିବାକୁ ଘୋଷଣା କରିଛି। ପୂର୍ବରୁ ଭାରତ ଉପରେ ୫୦% ଟାରିଫ୍‌ ରହିଥିଲା ବେଳେ…

୪ ପ୍ରସ୍ତାବରେ ସରକାର ରାଜି ହେଲେ ଆତ୍ମସମର୍ପଣ କରିବୁ: ସର୍ତ୍ତ ରଖିଲେ ମାଓବାଦୀ ନେତା ନିଖିଳ

ରାୟଗଡ଼ା,୩ା୨(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ମାର୍ଚ୍ଚ ୩୧ ଡେଡ୍‌ଲାଇନ ଦେବା ସହିତ ଭାରତୀୟ ଗଣତନ୍ତ୍ରରେ ସାମିଲ ହେବା ଲାଗି ଚେତାବନୀ…

ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଇ-ଲଟେରିରେ ମିଳିବ ବାଲି, ପଥର ଖଣି

ଭୁବନେଶ୍ୱର,୩।୨(ସୁନିତ୍‌ ମିଶ୍ର):ରାଜ୍ୟରେ ବାଲି, ଗୋଡି, ମୋରମ ଓ ପଥର ଭଳି ଲଘୁ ଖଣିଜ ସମ୍ପଦର ଚୋରାଚାଲାଣ ରୋକିବା ଦିଗରେ ରାଜ୍ୟ ସରକାର ନୂଆ ବାଟ ତିଆରି କରିଛନ୍ତି।…

ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହେଲେ, ସମୀର ନାୟକରୁ ଏବେ ସମୀରା ମାଡାମ

ଖଲ୍ଲିକୋଟ,୩।୨ (ପ୍ରଶାନ୍ତ କୁମାର ମିଶ୍ର): ପୁଅ ଥିଲେ ଝିଅ ହୋଇଗଲେ। ସମୀର ନାୟକରୁ ବନିଗଲେ ସମୀରା ମାଡାମ । ଓଡିଶାର ପ୍ରଥମ ଟ୍ରାନ୍ସ ଓମେନ ଆର୍ଟିଷ୍ଟ ହେଲେ…

୨ ଦିନରେ ୧୭୭ ଆତଙ୍କବାଦୀ ନିହତ

ଇସ୍‌ଲାମାବାଦ,୩ା୨: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବେଲୋଚ ଆତଙ୍କବାଦୀ ଏବଂ ପାକିସ୍ତାନ ସେନା ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଏବେ ମଧ୍ୟ କିଛି ଇଲାକାରେ ଜାରି ରହିଛି। ଇତିମଧ୍ୟରେ ପାକ୍‌…

୨୮ ଏନ୍‌ଏସି, ୭ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ: ୧୮ ଜିଲାପାଳଙ୍କୁ ପୌର ପ୍ରଶାସନର ନିର୍ଦ୍ଦେଶ

ଭୁବନେଶ୍ୱର,୩ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଘୋଷଣା ହୋଇଥିବା ନୂଆ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି)ର ନିର୍ବାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା…

ତେଲ ଟ୍ୟାଙ୍କର ନେଲା ମହିଳାଙ୍କ ଜୀବନ: ରାସ୍ତାରୋକ, ସ୍କର୍ପିଓ ଭଙ୍ଗାରୁଜା

ବରଗଡ଼,୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ -ଭଟଲି ରାସ୍ତାର ବରଡୋଲ ନିକଟରେ ସୋମବାର ସନ୍ଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ତେଲ ବୋଝେଇ ଟ୍ୟାଙ୍କର ବିପରୀତ ଦିଗରୁ ଆସୁଥିବା…

ବାଇକ ଚୋରି କରି କମ୍‌ ଦାମ୍‌ରେ ବିକୁଥିଲେ ଅଭିଯୁକ୍ତ, ଧରିଲା ପୋଲିସ

ବଲାଙ୍ଗିର,୨।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ପୁଇଁତଳା ଥାନା ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର । ଜଣେ ବାଇକ ଚୋର ସହିତ ଚୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri