ବିଲ ମଧ୍ୟରୁ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର: ବଳାତ୍କାର ପରେ ହତ୍ୟା ସନ୍ଦେହ

ସୁନ୍ଦରଗଡ଼,୨୩।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ମାର୍‌ଖୀପଡ଼ା ହରଡ଼ ବିଲ ମଧ୍ୟରୁ ଗୁରୁବାର ଜଣେ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କୁକୁରଭୁକା ଗ୍ରାମର ମୀନା ବାହାଲା(୩୦)। ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଯୁବତୀଙ୍କ ବେକରେ କଟା ଦାଗ ଥିବା ବେଳେ ଗୋଟିଏ ହାତ କଟାଯାଇଛି। ଏପରିକି ତାଙ୍କ ମୃତଦେହ ପାଖରେ ଏକ ଚପଲ ପଡ଼ି ରହିଛି। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

ପ୍ରକାଶଯୋଗ୍ୟ, ଗତ ଡିସେମ୍ବର ୨୮ ତାରିଖରୁ ମୀନା ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ୨୯ ତାରିଖରେ କୁତ୍ରା ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଅପରାହ୍ନରେ ହରଡ଼ବିଲରେ ଯୁବତୀଙ୍କ ମୃତଦେହ ପଡ଼ିଥିବା ନେଇ ପୋଲିସ ଖବର ପାଇଥିଲା। ସୁନ୍ଦରଗଡ଼ରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବା ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ସକାଶେ ପଠାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦିନରେ ଚେନ୍ନାଇରୁ ମୟୂରଭଞ୍ଜ

ବିଶୋଇ,୨୩ା୫(ଡି.ଏନ୍‌.ଏ.)-କରୋନା ଯୋଗୁ ବର୍ତ୍ତମାନ ସାରା ଦେଶରେ ଲକ୍‌ଡାଉନ ପରିସ୍ଥିତି ଜାରି ହୋଇଥିବାବେଳେ ଏଥିରେ ନିଜର ପରିବାର ପୋଷଣ ନିମନ୍ତେ ବାହାର ରାଜ୍ୟକୁ ଯାଇଥିବା ପ୍ରବାସୀ ଓଡିଆଙ୍କୁ...

ଦାରିଙ୍ଗବାଡ଼ିର ୨ କେନ୍ଦ୍ରରେ ସିସିଟିଭି କ୍ୟାମେରା

ଦାରଙ୍ଗବାଡ଼ି,୧୯ା୨(ଡି.ଏନ.ଏ) – ବୁଧବାରଠାରୁ ମାଟ୍ରିକ୍‌ ପରୀକ୍ଷା। ଦାରିଙ୍ଗବାଡ଼ି ବ୍ଲକରେ ମୋଟ ୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୋଟ ୧,୭୭୬ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେମାନଙ୍କ...

ଉବୁଟୁବୁ କଣାସ, ବେଘର ଲୋକେ

ପୁରୀ ଅଫିସ/କଣାସ (ସ୍ବ.ପ୍ର.),୩୧ା୮: ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ପୁରୀ ଜିଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜିଲା ମଧ୍ୟଦେଇ ଯାଇଥିବା ଦୟା,...

ବଦଳୁଛି ପାଣିପାଗ: ପ୍ରଚଣ୍ଡ ଖରା ସତ୍ତ୍ୱେ ବାବୁବାଲି ଦ୍ୱୀପରେ ଚାଲିଛି କଇଁଛଙ୍କ ଗଣ ଅଣ୍ଡାଦାନ

ରାଜନଗର,୧୭।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୋପସାଗର ମଧ୍ୟରେ ଥିବା ବିଶ୍ୱ ପ୍ରସିଦ୍ଧ ଅଲିଭ୍‌ ରିଡଲେ କଇଁଛଙ୍କ ଅନ୍ତୁଡ଼ିଶାଳ ବାବୁବାଲି ଦ୍ୱୀପରେ ଗତ ଦୁଇ ଦିନ...

ଆ’ ଡାକିଲେ ମାଡ଼ି ଆସୁଛନ୍ତି ମୟୂର

ପୁରୁଣା ଭୁବନେଶ୍ୱର, ୨୭ା୨ (ଡି.ଏନ.ଏ.): ନରାଜ ଗାଁର ୨୧ ବର୍ଷର ଯୁବକ କାହ୍ନୁ ବେହେରାଙ୍କୁ ଏବେ ଲୋକେ ପିକ୍‌କ ମ୍ୟାନ ନାମରେ ଡାକୁଛନ୍ତି। କାହ୍ନୁ ବି ମୟୂରଙ୍କ...

ଛଟେଇ ପ୍ରତିବାଦରେ ବିଇଓ ଅଫିସ୍‌ ସମ୍ମୁଖରେ ପାଚିକାଙ୍କ ଧାରଣା

ଗଣିଆ,୧୮।୧୦(ଡି.ଏନ.ଏ.): ବିଦ୍ୟାଳୟର ପାଚିକା କାର୍ଯ୍ୟରୁ ଛଟେଇ କରାଯିବା ପ୍ରତିବାଦରେ ନୟାଗଡ଼ ଜିଲା ଗଣିଆ ବ୍ଲକ କରଡାପଡା ପଞ୍ଚାୟତ କରଡାପଡା ଗ୍ରାମସ୍ଥିତ ଜେ. ପ୍ରଧାନସିଂହ ମଧ୍ୟ ଇଂରାଜୀ...

ରାସ୍ତାରେ ପଡ଼ିଛି ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ

ଢେଙ୍କିକୋଟ/କେନ୍ଦୁଝର,୨ା୯(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ସଦର ଥାନା ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବୁଢ଼ାବଣ ଗ୍ରାମର ଜଣେ ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା କରି କେହି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଥିବା...

ପର୍ଯ୍ୟଟକଙ୍କ ପାଇଁ ୧୫ରୁ ଖୋଲିବ ଦେବ୍ରିଗଡ଼

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା ଦେବ୍ରିଗଡ଼ ଅଭୟାରଣ୍ୟ ଅକ୍ଟୋବର ୧୫ରୁ ଖୋଲିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ଦିନ ପାଇଁ ଏହା ୪ ମାସ...

Play 250+ Trending Games
Archives

Model This Week

Why Dharitri