ବିରୋଧୀଙ୍କ ସଣ୍ଢୁଆଶି ଆକ୍ରମଣ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ପୁରୀ ପୋଲିସ କ୍ୱାର୍ଟର୍ସରେ ନାବାଳିକା ଗଣବଳାତ୍କାର ପ୍ରସଙ୍ଗକୁ କେନ୍ଦ୍ରକରି ରାଜ୍ୟ ସରକାରଙ୍କ ଉପରେ ସଣ୍ଢୁଆଶି ଆକ୍ରମଣ ଜାରି ରଖିଛନ୍ତି ବିରୋଧୀ କଂଗ୍ରେସ ଏବଂ ଭାଜପା। ଏହାକୁ ନେଇ ବୁଧବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରିବାକୁ ଉଦ୍ୟମ କରାଯାଇଥିବାବେଳେ କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରାଯାଇଛି।
ପୁରୀ ପୀଡ଼ିତାକୁ ନ୍ୟାୟ ଦାବି ଏବଂ ମହିଳାଙ୍କ ସୁରକ୍ଷା ପାଇଁ କଠୋର ଆଇନ ଆଣିବା ଦାବିରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ। ଏହା ନ ହେଲେ ନବୀନ ନିବାସ ଘେରାଉ କରିବାକୁ ଧମକ ଦେଇଥିଲେ। ତଦନୁଯାୟୀ କର୍ମୀମାନେ ଦଳୀୟ କାର୍ଯ୍ୟାଳୟରୁ ବାହାରି ନବୀନ ନିବାସ ଅଭିମୁଖେ ବାହାରିଥିଲେ। ହେଲେ ଶିଶୁ ଭବନ ଛକରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ମୋର୍ଚ୍ଚାର ଅନ୍ୟ କର୍ମୀମାନେ ଦୁଇଭାଗରେ ବିଭକ୍ତ ହୋଇ ପଲାସପଲ୍ଲୀ ଏବଂ ବିମାନବନ୍ଦର ରାସ୍ତାରୁ ଆସି ନବୀନ ନିବାସ ଘେରିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ସେମାନଙ୍କୁ ମଧ୍ୟ ଅଟକାଇ ଦେଇଥିଲା। ଏହି ସମୟରେ ପୋଲିସ ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଏ ନେଇ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ କହିଛନ୍ତି, ରାଜ୍ୟରେ ମହିଳାଙ୍କ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଏହାସତ୍ତ୍ୱେ ସେମାନଙ୍କ ସୁରକ୍ଷା ଦିଗରେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି।

କଠୋର ଆଇନ ଅଣାଯାଉନାହିଁ କିମ୍ବା ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ରକ୍ଷକ ନିଜେ ଏଠି ଭକ୍ଷକ ସାଜିଛି। ପୁରୀଠାରେ ପୋଲିସ କ୍ୱାର୍ଟର୍ସରେ ପୋଲିସ ନଁ। କହି ଜଣେ ଝିଅକୁ ଗଣବଳାତ୍କାର କରାଗଲା, ତାହା ନିନ୍ଦନୀୟ। ଏତେ ଘଟଣା ପରେ ମଧ୍ୟ ନାରୀ ସମ୍ମାନ କଥା ଉଠାଉଥିବା ମୁଖ୍ୟମନ୍ତ୍ରୀ ଚୁପ୍‌ ବସିଛନ୍ତି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।
ସେହିପରି ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା। ଦଳୀୟ କର୍ମୀମାନେ ମନ୍ତ୍ରୀ ମିଶ୍ରଙ୍କ ବାସଭବନ ଉପରକୁ ଟମାଟୋ ମାଡ଼ କରିଥିଲେ। ରାଜୀବଙ୍କ ସମେତ ୧୫ଜଣ ନେତାଙ୍କୁ ପୋଲିସ ବ୍ୟାରେକ୍‌ରେ ଅଟକ ରଖାଯାଇ ପରବର୍ତ୍ତୀ ସମୟରେ ଛାଡ଼ି ଦିଆଯାଇଛି। ଏହି ଅବସରରେ ରାଜୀବ କହିଛନ୍ତି, ପୁରୀ ପୀଡ଼ିତାଙ୍କ ପ୍ରତି ଗୃହମନ୍ତ୍ରୀଙ୍କ ସମବେଦନା ନାହିଁ। ଘଟଣାର ଦୁଇଦିନ ପରେ ବି ମନ୍ତ୍ରୀ ବିବୃତି ଦେଇନାହାନ୍ତି। ପୀଡିତାକୁ ଭେଟିବାକୁ ମଧ୍ୟ ଯାଇନାହାନ୍ତି। ଏହି ଘଟଣାରେ ପୋଲିସର ସମ୍ପୃକ୍ତି ରହିଛି। ରାଜ୍ୟବାସୀ ପୋଲିସକୁ ରକ୍ଷକ ନୁହେଁ ଭକ୍ଷକ ବୋଲି କହୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିୟନ୍ତ୍ରଣରେ ପୋଲିସ ବିଭାଗ ନାହିଁ। ଦିନକୁ ୭ଜଣ ବଳାତ୍କାରର ଶିକାର ହେଉଥିବା ସରକାର ସ୍ବୀକାର କଲେଣି। ମୁଖ୍ୟମନ୍ତ୍ରୀ ଅନ୍ୟ ଉପରେ ଦୋଷ ଲଦି ଖସିଯାଉଛନ୍ତି। ଛାତ୍ର କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ପୀଡ଼ିତା ନ୍ୟାୟ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ରାଜୀବ କହିଛନ୍ତି।
ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରା ନ ଯାଉ: ବିଜେଡି
ପୁରୀ ଗଣବଳାତ୍କାର ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଏବଂ ଭାଜପା ବର୍ତ୍ତମାନ ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ଶାସକ ବିଜେଡି ଏହି ପ୍ରସଙ୍ଗକୁ ନେଇ ରାଜନୀତିକରଣ ନ କରିବା ସକାଶେ ଅନୁରୋଧ କରିଛନ୍ତି। ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିଭିନ୍ନ ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନ କରିବାକୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଭାଜପା ଏଭଳି ହୀନ ରାଜନୀତିରୁ ବିରତ ରହୁନାହିଁ। ଏଭଳି ଘଟଣାକୁ ନେଇ ରାଜନୀତି ଚାଲିଲେ ପୀଡ଼ିତା ଓ ତାଙ୍କ ପରିବାର ଗଭୀର ମାନସିକତାର ଶିକାର ହେବେ। ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଭାଜପା କିନ୍ତୁ ଏହି ଘଟଣାରେ ବାରମ୍ବାର ରାଜନୀତି କରୁଛି। ଏହାଦ୍ୱାରା ମାମଲା ବାଟବଣା ହେବା ସହିତ ଅତି ତଳସ୍ତରର ରାଜନୀତିକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri