ବିରୋଧୀଙ୍କ ମୁକାବିଲା ପାଇଁ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ରାଜ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ। ଗୃହ ମଧ୍ୟରେ ଯେକୌଣସି ପ୍ରସଙ୍ଗରେ ବିରୋଧୀ ଦଳର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ବଜେଟ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ବିଧାନସଭାର ୫୪ ନଂ. ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି।
ସେହିଭଳି ଗୃହ ଚାଲିଥିବା ବେଳେ ଶୃଙ୍ଖଳାର ସହ ଗୃହ କାର୍ଯ୍ୟ ପରିଚାଳନାରେ ସହଯୋଗ କରିବା ପାଇଁ ବିଜେଡି ବିଧାୟିକା ଓ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉପସ୍ଥାନ ସହ ବିଭିନ୍ନ ବିତର୍କ, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସକାରାତ୍ମକ ଭୂମିକା ନିର୍ବାହ ପାଇଁ କୁହାଯାଇଛି। ଏହି ଅଧିବେଶନରେ କୌଣସି ଗୁରୁତ୍ୱପୂର୍ଣ୍ଣ ଭୋଟିଂ ସମୟରେ ସମସ୍ତଙ୍କ ଉପସ୍ଥିତିକୁ ଗୁରୁତ୍ୱ ଦିଆଯାଇଛି। ସେହିଭଳି ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି)ଙ୍କ ପ୍ରକୃତ ସଂଖ୍ୟା ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ତେଣୁ ୨୦୨୧ରେ ହେବାକୁ ଥିବା ଜନଗଣନାକୁ ଜାତିଭିତ୍ତିକ କରିବା ପାଇଁ ଓଡ଼ିଶା ସରକାର କ୍ୟାବିନେଟ ପ୍ରସ୍ତାବ ଗୃହୀତ କରାଇଛନ୍ତି। ତେଣୁ ଏହି ପ୍ରସଙ୍ଗରେ ବିଧାନସଭାରେ ଏକ ସର୍ବସମ୍ମତ ସଂକଳ୍ପ ପ୍ରସ୍ତାବ ଗୃହୀତ କରାଯିବାର ସମ୍ଭାବନା ରହିଛି। ନିକଟରେ ବିଜେଡି ଏମ୍‌ପିମାନଙ୍କ କାର୍ଯ୍ୟାବଳୀକୁ ସମୀକ୍ଷା କରିବା ପାଇଁ ଦଳ ପକ୍ଷରୁ ବିଭିନ୍ନ ଖସଡା ପ୍ରସ୍ତୁତ କରାଯାଇଛି। ଅନୁରୂପଭାବେ ବିଧାୟକମାନେ କିପରି ବିଧାନସଭା କାର୍ଯ୍ୟରେ ସକ୍ରିୟ ରହୁଛନ୍ତି, ତାହାର ତର୍ଜମା କରାଯିବ। ପୂର୍ବଭଳି ଦଳୀୟ ବିଧାୟକମାନଙ୍କ ଉପସ୍ଥାନ ନେଇ ମୁଖ୍ୟ ସଚେତକ ଦଳର ଶୀର୍ଷ ନେତୃତ୍ୱଙ୍କୁ ନିୟମିତ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଦଳୀୟ ବିଧାୟକମାନେ ଦୀର୍ଘଦିନରୁ ରଖି ଆସିଥିବା କେତେକ ଦାବିର ବିଚାର କରାଯାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ବିଧାୟକ ପାଣ୍ଠି ଏକ କୋଟିରୁ ଦୁଇ କୋଟି ଟଙ୍କାକୁ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ସେହିଭଳି ବିଜୁ ପକ୍କାଘର ଗତ ବର୍ଷରେ ନିର୍ବାଚନମଣ୍ଡଳୀୱାରୀ ବଣ୍ଟନ କରାଯାଇ ନ ଥିଲା। ତେଣୁ ଚଳିତ ବର୍ଷ ପୂର୍ବ କୋଟା ସହ ନୂତନ ଘର ପ୍ରଦାନ ପାଇଁ ବିଧାୟକମାନେ ଦାବି କରିଥିଲେ। ଏହି ଦାବି ପ୍ରତି ମୁଖ୍ୟମନ୍ତ୍ରୀ ସକାରାତ୍ମକ ମନୋଭାବ ରଖିଥିବା କେତେକ ବିଧାୟକ କହିଛନ୍ତି। ରାଜ୍ୟର ବିଭିନ୍ନ ଜିଲାର ଅନୁଦାନପ୍ରାପ୍ତ ୬୧୦ଟି ବ୍ଲକଗ୍ରାଣ୍ଟ ସ୍କୁଲକୁ ବିଲ୍‌ଡିଂ ନିର୍ମାଣ ପାଇଁ ଅନୁଦାନ ମିଳୁ ବୋଲି ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ଦାବି କରିଥିଲେ। ସେହିଭଳି ବିଧାୟକଙ୍କ ନିଜସ୍ବ ପାଣ୍ଠି ବ୍ୟତୀତ ନିଜ ଅଞ୍ଚଳରେ ଉଚ୍ଚଶିକ୍ଷା ଭିତ୍ତିଭୂମି ଉନ୍ନୟନ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ ନେଇ ମଧ୍ୟ ବିଚାର କରାଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?