Posted inଜାତୀୟ

ବିରୋଧୀଙ୍କୁ ମୋଦି କହିଲେ ବୁଡ଼ି ମର

ମୁମ୍ବାଇ,୧୭ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମହାରାଷ୍ଟ୍ର ନିର୍ବାଚନ ପ୍ରଚାରରେ ଯାଇ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବିପକ୍ଷ ନେତାମାନଙ୍କ ଉପରେ କଟୁ ମନ୍ତବ୍ୟ ଦେଇଛନ୍ତି। ନିର୍ବାଚନ ସହ ଏହି ପଦକ୍ଷେପକୁ ଯୋଡ଼ୁଥିବାରୁ ତାଙ୍କୁ ସମାଲୋଚନା କରୁଥିବା ନେତାମାନେ ବୁଡ଼ି ମରନ୍ତୁ ବୋଲି ମୋଦି କହିଛନ୍ତି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ୫ ଦିନ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ବୁଧବାର ବିଦର୍ଭ ଅଞ୍ଚଳର ଅକୋଲା ଜିଲାରେ ଭାଜପାର ଏକ ସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଏକ ଲଜ୍ଜାହୀନ ବିରୋଧୀ ପ୍ରଶ୍ନ କରୁଛି ଅନୁଚ୍ଛେଦ ୩୭୦ ଓ ମହାରାଷ୍ଟ୍ର ମଧ୍ୟରେ ସମ୍ପର୍କ କ’ଣ। ଜମ୍ମୁ-କଶ୍ମୀର ସହିତ ମହାରାଷ୍ଟ୍ରର କିଛି ସମ୍ପର୍କ ନାହିଁ ସେମାନେ କିପରି କହୁଛନ୍ତି। ସେମାନେ ଏଭଳି ଚିନ୍ତାଧାରାକୁ ନେଇ ଲଜ୍ଜିତ ହେବା ଉଚିତ। ସେମାନେ ବୁଡ଼ି ମରନ୍ତୁ। ଜମ୍ମୁ-କଶ୍ମୀର ପାଇଁ ସବୁକିଛି ତ୍ୟାଗ କରିଥିବା ମହାରାଷ୍ଟ୍ରର ପିଲାଙ୍କ ପାଇଁ ଆମେ ଗର୍ବିତ ବୋଲି ସେ କହିଛନ୍ତି। ମୋଦି ସରକାର ନିଜ ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ୩୭୦ ଉଚ୍ଛେଦ ପ୍ରସଙ୍ଗ ଉଠାଉଛନ୍ତି ବୋଲି କଂଗ୍ରେସ ଏବଂ ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ସମାଲୋଚନା କରୁଥିବାବେଳେ ମୋଦି ଏପରି ମନ୍ତବ୍ୟ ଦେଇଛନ୍ତି। ସେହିପରି ଶିବାଜୀ ମହାରାଜଙ୍କ ଭୂମିରେ ରାଜନୈତିକ ସ୍ବାର୍ଥ ପାଇଁ ଉଠୁଥିବା ସ୍ବରକୁ ନେଇ ସେ ଚକିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନବାପି ମାମଲା ଶୁଣାଣି ପାଇଁ ଖଣ୍ଡପୀଠ ଗଠନ ଆଜି

ନୂଆଦିଲ୍ଲୀ,୧୧।୧୧(ପି.ଟି.):ଜ୍ଞାନବାପି-କାଶୀ ବିଶ୍ୱନାଥ ମାମଲାର ଶୁଣାଣି ନିମନ୍ତେ ଶୁକ୍ରବାର ଖଣ୍ଡପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ମସ୍‌ଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର ସୁରକ୍ଷା ପାଇଁ ନିର୍ଦ୍ଦେଶ...

ପାଣି ବଦଳରେ ସାନିଟାଇଜର୍‌ ପିଇଦେଲେ କମିଶନର

ମୁମ୍ବାଇ,୩।୨: ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ଯୁଗ୍ମ କମିଶନର ରମେଶ ପାୱାର ବୁଧବାର ଦିନ ହଠାତ୍‌ ପାଣି ବଦଳରେ ସାନିଟାଇଜର ପିଇଦେଇଛନ୍ତି। ରମେଶ ପାଓ୍ବାର ବଜେଟ ଉପସ୍ଥାପନ...

ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଶିମ୍‌ଲା,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହିମାଚଳ ପ୍ରଦେଶର ଉନା ରେଳ ଷ୍ଟେଶନରୁ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ...

୪୮ କିଲୋ ଗୋବର କିଣିଲେ ମୁଖ୍ୟମନ୍ତ୍ରୀ

ରାୟପୁର, ୨୧।୭: ଛତିଶଗଡ଼ ସରକାରଙ୍କ ପକ୍ଷରୁ ଗୋଧନ ନ୍ୟାୟ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନା ଦ୍ୱାରା ଚାଷୀଙ୍କ ବିକାଶ ସମ୍ଭବ ହୋଇପାରିବ l ଯୋଜନା...

ଟିକ୍‌ଟକ୍‌ ପାଇଁ ଆତ୍ମହତ୍ୟା କଲେ ୨ ସନ୍ତାନର ମାଆ

ନୂଆଦିଲ୍ଲୀ,୧୪ା୬(ଆଇଏଏନ୍‌ଏସ୍‌):ସଂକ୍ଷିପ୍ତ ଭିଡିଓ ପ୍ରସ୍ତୁତକାରୀ ଆପ୍‌ ଟିକ୍‌ଟକ୍‌ ପାଇଁ ତାମିଲନାଡୁର ୨ ସନ୍ତାନର ଜନନୀ ଜଣେ ୨୪ ବର୍ଷୀୟା ମହିଳା ଗୁରୁବାର ଆତ୍ମହତ୍ୟା କରିଛନ୍ତି। ଅନୀତା ନାମ୍ନୀ...

୩୦ଟି କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏଥିରୁ ଦୂରେଇ ରହିବା ପାଇଁ ୩୦ଟି ପ୍ରତିଷେଧକ ଟୀକାର ପ୍ରସ୍ତୁତି କାର୍ଯ୍ୟ ବିଭିନ୍ନ ସ୍ତରରେ ରହିଛି।...

କମେଡିଆନ ଫାରୁକିଙ୍କୁ ସମର୍ଥନ ଜଣାଇଲା କଂଗ୍ରେସ

ମୁମ୍ବାଇ,୧୯।୧୨: ବିବାଦରେ ଘେରି ହୋଇଥିବା ଷ୍ଟାଣ୍ଡ୍‌ଅପ୍‌ କମେଡିଆନ ମୁନାଓ୍ବର ଫାରୁକି ଶନିବାର ମୁମ୍ବାଇରେ ଏକ ଶୋରେ ପରର୍ଫମ କରିଛନ୍ତି। ଏହି ଇଭେଣ୍ଟର ଆୟୋଜନ କରିଥିଲା ଏଆଇପିସି,...

ଶାହାଙ୍କୁ ଘେରିଲେ ବିରୋଧୀ: ପ୍ରସାରଣ ବନ୍ଦ କଲା ଆର୍‌ଏସ ଟିଭି

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ରାଜ୍ୟ ସଭାରେ ନାଗରିକତ୍ୱ (ସଂଶୋଧନ) ବିଲ୍‌ ଆଲୋଚନା ବେଳେ ବିରୋଧୀ ଦଳର ସଦସ୍ୟମାନେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ବର୍ଷିବାରୁ ଗୃହର ଅଧ୍ୟକ୍ଷ ଏମ୍‌....

Advertisement
Archives

Model This Week