Posted inଖେଳ

ବିରଳ ସଫଳତାର ଅଧିକାରୀ ହେବେ ଆକସ୍ମିକ ଅଧିନାୟକ ପେନ୍‌

ଲଣ୍ଡନ,୧୧।୯ (ଏଏଫ୍‌ପି)- ଆକସ୍ମିକ ଭାବେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ପାଇଥିବା ଟିମ୍‌ ପେନ୍‌ ଏବେ ଏକ ବିରଳ ସଫଳତାର ଅଧିକାର ହେବାକୁ ଯାଉଛନ୍ତି। ପୂର୍ବରୁ ଯାହା ଗ୍ରେଗ୍‌ ଚାପେଲ, ରିକି ପଣ୍ଟିଂ ଓ ମାଇକେଲ କ୍ଲାର୍କ ଯାହା କରିପାରି ନ ଥିଲେ ଏବେ ପେନ୍‌ ତାହା କରିବାକୁ ଯାଉଛନ୍ତି। ଚଳିତ ଆଶେସ୍‌ରେ ପେନ୍‌ ଅଧିନାୟକ ହିସାବରେ ଏହି ଅସାଧାରଣ ସଫଳତା ହାସଲ କରିବେ। ତେବେ ଆଗକୁ ଆୟୋଜନ ହେବାକୁ ଥିବା ପଞ୍ଚମ ଆଶେସ୍‌ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଅତିକମ୍‌ରେ ପରାଜୟ ଏଡାଇବାକୁ ପଡିବ। ଏହା ହୋଇପାରିଲେ ପେନ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଇଂଲଣ୍ଡ ମାଟିରେ ଆଶେସ ବିଜୟୀ ହୋଇପାରିବ। ପୂର୍ବରୁ ୧୮ ବର୍ଷ ତଳେ ଅଷ୍ଟ୍ରେଲିଆ ଶେଷଥର ପାଇଁ ଇଂଲଣ୍ଡରେ ଷ୍ଟିଭ୍‌ ଓ୍ବଙ୍କ ନେତୃତ୍ୱରେ ୪-୧ରେ ଆଶେସି ସିରିଜ୍‌ ହାତେଇଥିଲା।
ଓ୍ବ, ଚାପେଲ, ପଣ୍ଟିଂ ଓ କ୍ଲାର୍କ ଅଷ୍ଟ୍ରେଲିଆର ମହାନ୍‌ କ୍ରିକେଟର ଭାବେ ପରିଗଣିତ ହେଉଛନ୍ତି। ଏବେ ଏମାନଙ୍କ ସହ ଯୋଡି ହେବାକୁ ଯାଉଛନ୍ତି ପେନ୍‌। ଚଳିତ ଆଶେସ୍‌ରେ ପେନ୍‌ ଉଚ୍ଚକୋଟୀର ନେତୃତ୍ୱର ପରାକାଷ୍ଠା ଦେଖାଇଛନ୍ତି। ପାରମ୍ପିକ ଭାବେ ଅଷ୍ଟ୍ରେଲିଆ ତା’ର ଶ୍ରେଷ୍ଠ ୧୧ ଜଣ ଖେଳାଳିଙ୍କୁ ଚୟନ କରିଥାଏ। ଏହାପରେ ଏମାନଙ୍କ ମଧ୍ୟରୁ ଜଣକୁ ଅଧିନାୟକ ହିସାବରେ ନିଯୁକ୍ତି ଦେଇଥାଏ। ଅନ୍ୟପଟେ ଇଂଲଣ୍ଡ ନେତୃତ୍ୱର କଳା ଦେଖି ଅଧିନାୟକ ନିଯୁକ୍ତି କରିଥାଏ। ଅର୍ଥାତ ଜଣକୁ ପ୍ରଥମେ ଅଧିନାୟକ ନିଯୁକ୍ତ କରାଯାଇଥାଏ ଓ ପରେ ଇଂଲଣ୍ଡ ବାକି ୧୦ଜଣ ଖେଳାଳିଙ୍କୁ ଚୟନ କରିଥାଏ।
ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ପେନ୍‌ କଥା ଭିନ୍ନ ମନେହୁଏ। ୨୦୧୮ରେ ବଲ୍‌ ଟ୍ୟାମ୍ପରିଂ ମାମଲାରେ ଷ୍ଟିଭ୍‌ ସ୍ମିଥ୍‌ଙ୍କଠାରୁ ନେତୃତ୍ୱ କାଢି ନିଆଯାଇଥିଲା। ସେହିପରି ଏହି ମାମଲାରେ ଓପନର ଡେଭିଡ ଓ୍ବାର୍ନରଙ୍କୁ ମଧ୍ୟ ଉପ- ଅଧିନାୟକ ପଦରୁ ବହିଷ୍କୃତ କରାଯାଇଥିଲା। ଏହି ଦୁଇ ଖେଳାଳିଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ୧୨ ମାସ ବାସନ୍ଦ କରିଥିଲା। ଏପରି ସ୍ଥଳେ ବଲ ଟ୍ୟାମ୍ପରିଂ ମାମଲାରେ ଛନ୍ଦିହୋଇ ନ ଥିବା ଜଣେ ଖେଳାଳିଙ୍କୁ ନେତତ୍ୱ ଦେବାକୁ କ୍ରିକେଟ ଅଷ୍ଟ୍ରେଲିଆ ନିଷ୍ପତ୍ତି ନେଇଥିଲା। ଫଳରେ ପେନ୍‌ଙ୍କୁ ନେତୃତ୍ୱର ଗୁରୁଦାୟିତ୍ୱ ମିଳିଥିଲା। ତେଣୁ ସେ ଆକସ୍ମିକ ଭାବେ ଅଷ୍ଟ୍ରେଲିଆ ଦଳରେ ନେତୃତ୍ୱ ପାଇଥିଲେ।
ପେ୍‌ନ୍‌ ୨୦୧୦ରେ ଲଡର୍‌ସରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପଦାର୍ପଣ କରିଥିଲେ। ୨୦୧୭ରେ ଅବସର ନେଇ ଚାକିରି କରିବାକୁ ଏକଦା ପେନ୍‌ ମନବଳାଇଥିଲେ। ତେବେ ଏହା ଗୋଟିଏ ବର୍ଷ ପରେ କଥା ବଦଳିଯାଇଥିଲା। ପେନ୍‌ ନେତୃତ୍ୱ ନେଉଥିବାରୁ ଦଳରେ ସ୍ଥାନ ପାଇଛନ୍ତି। ନ ହେଲେ ତାଙ୍କର ଦଳରେ ରହିବାର ଯୋଗ୍ୟତା ନାହିଁ ବୋଲି କେତେଜଣ କହୁଛନ୍ତି।
ଚଳିତ ଆଶେସରେ ସ୍ମିଥ୍‌ଙ୍କ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଘରୋଇ ଇଂଲଣ୍ଡଠାରୁ ପାଦେ ଆଗରେ ରହିଛି। ୩ଟି ଶତକ ସହ ୧୩୪.୨୦ ରନ ହାରରେ ସେ ୩ଟି ମ୍ୟାଚ୍‌ ଖେଳି ଏପର୍ଯ୍ୟନ୍ତ ୬୭୧ ରନ ସଂଗ୍ରହ କରିଛନ୍ତି। ଏଥିରେ ୨୧୧ ରନର ଏକ ଦ୍ୱିଶତକୀୟ ଇନିଂସ ମଧ୍ୟ ସାମିଲ ରହିଛି। ବାସନ୍ଦରୁ ଫେରିବା ପରେ ସ୍ମିଥ୍‌ ତାଙ୍କ ପ୍ରଥମ ଟେଷ୍ଟ ସିରିଜ ଖେଳୁଛନ୍ତି। ସ୍ମିଥ୍‌ ଜଣେ ଅସାଧାରଣ ଖେଳାଳି। ତାଙ୍କର ପ୍ରଦର୍ଶନ ଦିନକୁ ଦିନ ଉନ୍ନତି ହେବାରେ ଲାଗିଛି ବୋଲି ପେନ୍‌ କହିଛନ୍ତି। ସେହିପରି ବୋଲିଂରେ ପ୍ୟାଟ୍‌ କୁମିନ୍ସ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିଛନ୍ତି। ଗତ ମାଞ୍ଚେଷ୍ଟର ଟେଷ୍ଟରେ ୩୪ ବର୍ଷୀୟ ପେନ୍‌ ୫୮ ରନର ଉପଯୋଗୀ ପାଳି ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଶେସ୍‌ ଜିତିବା ହେଉଛି ମୋର ସ୍ବପ୍ନ ବୋଲି ସେ କହିଛନ୍ତି। ତେବେ ଜଣେ ଅଧିନାୟକ ହିସାବରେ ଆଶେସ ଜିତିବା ମୋର କାମ୍ୟ ନୁହଁ। ଦଳର ଜଣେ ସଦସ୍ୟ ଭାବେ ଏହି ହାଇପ୍ରୋଫାଇଲ ସିରିଜ ଜିତିବାକୁ ଚାହେଁ ବୋଲି ପେନ୍‌ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri