ଷ୍ଟାର୍ଟଅପ୍‌ ପ୍ରତିଷ୍ଠାରେ ଦିଲ୍ଲୀ-ଏନ୍‌ସିଆର୍‌ ସର୍ବାଗ୍ରେ

ନୂଆଦିଲ୍ଲୀ,୧୧-୯: ଷ୍ଟାର୍ଟଅପ୍‌ ଏବଂ ୟୁନିକର୍ନ ପ୍ରତିଷ୍ଠା କ୍ଷେତ୍ରରେ ମୁମ୍ବାଇ, ବେଙ୍ଗାଲୁରୁକୁ ପଛରେ ପକାଇ ଦେଇଛି ଦିଲ୍ଲୀ-ଏନ୍‌ସିଆର୍‌। ଏଠାରେ ଷ୍ଟାର୍ଟଅପ୍‌ଙ୍କ ସଂଖ୍ୟା ୭୦୩୯ରେ ପହଞ୍ଚତ୍ଛି ବୋଲି ଜିନୋଭ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ‘ଟର୍ବୋଚାଜିଂ ଦିଲ୍ଲୀ-ଏନ୍‌ସିଆର୍‌ ଷ୍ଟାର୍ଟଅପ୍ସ ଇକୋସିଷ୍ଟମ’ଶୀର୍ଷକରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ପ୍ରତିଷ୍ଠିତ ମୋଟ ଷ୍ଟାର୍ଟଅପ୍‌ ମଧ୍ୟରୁ ୨୩ ପ୍ରତିଶତ କେବଳ ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରତିଷ୍ଠା କରାଯାଇଛି। ରିପୋର୍ଟ ଅନୁଯାୟୀ କେବଳ ଦିଲ୍ଲୀରେ ୪୪୯୧, ଗୁରୁଗ୍ରାମରେ ୧୫୪୪ ଏବଂ ନୋଏଡାରେ ୧୦୦୪ ଷ୍ଟାର୍ଟଅପ୍‌ ରହିଛି। ସେହିପରି ବେଙ୍ଗାଲୁରୁରେ ଏହି ସଂଖ୍ୟା ୫୨୩୪, ମୁମ୍ବାଇରେ ୩୮୨୯ ଓ ହାଇଦ୍ରାବାଦ୍‌ରେ ୧୯୪୦ ରହିଛି। ୨୦୦୯ରୁ ୨୦୧୯ ମଧ୍ୟରେ ନୂଆ କମ୍ପାନୀଙ୍କୁ ପ୍ରତିଷ୍ଠା କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଦିଲ୍ଲୀ-ଏନ୍‌ସିଆର୍‌ରେ ୧୦,ବେଙ୍ଗାଲୁରୁରେ ୯, ମୁମ୍ବାଇ ଓ ପୁଣେରେ ୨ଟି ଲେଖାଏ ଏବଂ ଚେନ୍ନାଇରେ ଗୋଟିଏ ୟୁନିକର୍ନ(ଏକକ ନିୟନ୍ତ୍ରଣରେ ଥିବା ନାମୀ ଦାମୀ ଷ୍ଟାର୍ଟଅପ୍‌) କମ୍ପାନୀ ରହିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀ-ଏନ୍‌ସିଆର୍‌ ବିଶ୍ୱ ସ୍ତରରେ ୫ ଶୀର୍ଷ ଷ୍ଟାର୍ଟଅପ୍‌ ହବ୍‌ରେ ପରିଣତ ହୋଇପାରିବ। ଆଗାମୀ ଦିନରେ ଏଠାରେ ୧୨ ହଜାରରୁ ଅଧିକ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri