ଷ୍ଟାର୍ଟଅପ୍‌ ପ୍ରତିଷ୍ଠାରେ ଦିଲ୍ଲୀ-ଏନ୍‌ସିଆର୍‌ ସର୍ବାଗ୍ରେ

ନୂଆଦିଲ୍ଲୀ,୧୧-୯: ଷ୍ଟାର୍ଟଅପ୍‌ ଏବଂ ୟୁନିକର୍ନ ପ୍ରତିଷ୍ଠା କ୍ଷେତ୍ରରେ ମୁମ୍ବାଇ, ବେଙ୍ଗାଲୁରୁକୁ ପଛରେ ପକାଇ ଦେଇଛି ଦିଲ୍ଲୀ-ଏନ୍‌ସିଆର୍‌। ଏଠାରେ ଷ୍ଟାର୍ଟଅପ୍‌ଙ୍କ ସଂଖ୍ୟା ୭୦୩୯ରେ ପହଞ୍ଚତ୍ଛି ବୋଲି ଜିନୋଭ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ‘ଟର୍ବୋଚାଜିଂ ଦିଲ୍ଲୀ-ଏନ୍‌ସିଆର୍‌ ଷ୍ଟାର୍ଟଅପ୍ସ ଇକୋସିଷ୍ଟମ’ଶୀର୍ଷକରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ପ୍ରତିଷ୍ଠିତ ମୋଟ ଷ୍ଟାର୍ଟଅପ୍‌ ମଧ୍ୟରୁ ୨୩ ପ୍ରତିଶତ କେବଳ ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରତିଷ୍ଠା କରାଯାଇଛି। ରିପୋର୍ଟ ଅନୁଯାୟୀ କେବଳ ଦିଲ୍ଲୀରେ ୪୪୯୧, ଗୁରୁଗ୍ରାମରେ ୧୫୪୪ ଏବଂ ନୋଏଡାରେ ୧୦୦୪ ଷ୍ଟାର୍ଟଅପ୍‌ ରହିଛି। ସେହିପରି ବେଙ୍ଗାଲୁରୁରେ ଏହି ସଂଖ୍ୟା ୫୨୩୪, ମୁମ୍ବାଇରେ ୩୮୨୯ ଓ ହାଇଦ୍ରାବାଦ୍‌ରେ ୧୯୪୦ ରହିଛି। ୨୦୦୯ରୁ ୨୦୧୯ ମଧ୍ୟରେ ନୂଆ କମ୍ପାନୀଙ୍କୁ ପ୍ରତିଷ୍ଠା କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଦିଲ୍ଲୀ-ଏନ୍‌ସିଆର୍‌ରେ ୧୦,ବେଙ୍ଗାଲୁରୁରେ ୯, ମୁମ୍ବାଇ ଓ ପୁଣେରେ ୨ଟି ଲେଖାଏ ଏବଂ ଚେନ୍ନାଇରେ ଗୋଟିଏ ୟୁନିକର୍ନ(ଏକକ ନିୟନ୍ତ୍ରଣରେ ଥିବା ନାମୀ ଦାମୀ ଷ୍ଟାର୍ଟଅପ୍‌) କମ୍ପାନୀ ରହିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀ-ଏନ୍‌ସିଆର୍‌ ବିଶ୍ୱ ସ୍ତରରେ ୫ ଶୀର୍ଷ ଷ୍ଟାର୍ଟଅପ୍‌ ହବ୍‌ରେ ପରିଣତ ହୋଇପାରିବ। ଆଗାମୀ ଦିନରେ ଏଠାରେ ୧୨ ହଜାରରୁ ଅଧିକ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri