ବିମାନ ଛାତରେ ଧକ୍କା ହେଲେ ଏୟାରହୋଷ୍ଟେସ୍‌: ୧୦ଯାତ୍ରୀ ଆହତ

ପ୍ରିସ୍ଥିନା,୧୮।୬: ଏକ ଇଣ୍ଟରନ୍ୟାସନାଲ ବିମାନରେ ଯାତ୍ରୀଙ୍କୁ ଭୟଭୀତ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଥିଲା। ହଠାତ୍‌ ବିମାନଟି ଦୋହଲିବାରୁ ଗରମ ପାଣି ସର୍ଭ କରୁଥିବା ଏୟାର ହୋଷ୍ଟେସ୍‌ ସିଧା ଛାତ ସହ ଧକ୍କା ହୋଇଥିଲେ। ଫଳରେ ତାଙ୍କ ହାତରେ ଥିବା ସବୁ ଗରମ ପାଣି ଯାତ୍ରୀଙ୍କ ଦେହରେ ପଡ଼ିଥିଲା। ଏଥିଯୋଗୁ ବିମାନରେ ଥିବା ୧୦ଯାତ୍ରୀ ଆହତ ହୋଇଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋସୋଭୋରୁ ସ୍ବିଜରଲ୍ୟାଣ୍ଡ ଯାଉଥିବା ଏଏଲ୍‌କେ ଏୟାରଲାଇନରେ। ସୂଚନାଯୋଗ୍ୟ, ବାୟୁର ଚାପ ବଢ଼ିବାରୁ ବିମାନଟି ଏତେ ଜୋରରେ ଦୋହଲି ଯାଇଥିଲା ଯେ ସେଠାରେ ଥିବା ସମସ୍ତ ଯାତ୍ରୀ ଓ ଏୟାରହୋଷ୍ଟେସ୍‌ଙ୍କ ସନ୍ତୁଳନ ବିଗିଡ଼ିଯାଇଥିଲା। ସେହି ସମୟରେ ସମସ୍ତେ ଭୟଭୀତ ହୋଇପଡ଼ିଥିବା ବେଳେ ପାଇଲଟ ତାଙ୍କୁ ସୁରକ୍ଷିତ ଭାବେ ଅବତରଣ କରିବା ନେଇ ଭରସା ଦେଇଥିଲେ। ତେବେ ସମସ୍ତ ଆହତଙ୍କୁ ବିମାନ ଅବତରଣ ପରେ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଛି। ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ଓମିକ୍ରନ୍‌ ଅଣାୟତ୍ତ, ଆର୍ଥିକ ସ୍ଥିତି ସଙ୍କଟରେ…

ବେଜିଂ,୨୧।୩ : ଚାଇନାରେ ଓମିକ୍ରନ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ପରି ପରିସ୍ଥିତି ସୃଷ୍ଟି ହେବାକୁ...

ମହାତ୍ମାଗାନ୍ଧୀଙ୍କ ଅଣନାତୀ ସତୀଶଙ୍କ କରୋନାରେ ମୃତ୍ୟୁ

ଜୋହନିସ୍‌ବର୍ଗ,୨୩।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ଦକ୍ଷିଣ ଆଫ୍ରିକାର ମୂଳବାସୀନ୍ଦା ସତୀଶ ଧୁପେଲିଆଙ୍କ କରୋନାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬...

ରୁଷିଆ-ୟୁକ୍ରେନ ପଛରେ ଆମେରିକାର ତୈଳ ରାଜନୀତି

ମସ୍କୋ,୩ା୨: ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ଗୋଟିଏ ପଟେ କ୍ରିମିଆ ଏବଂ ଅନ୍ୟପଟେ ନାଟୋ ମଧ୍ୟ ଗଠନ ହୋଇଛି। ଏହା...

୯ ସନ୍ତାନଙ୍କୁ ଏକାସଙ୍ଗେ ଜନ୍ମଦେଲେ ମହିଳା…

ବାମାକୋ,୫।୫: ଗୋଟିଏ ନୁହେଁ ଦୁଇଟି ନୁହେଁ, ଏକାସଙ୍ଗେ ୯ଜଣ ସନ୍ତାନଙ୍କୁ ଜଣେ ମହିଳା ଜନ୍ମ ଦେଇଛନ୍ତି। ଆଫ୍ରିକାର ମାଲିରେ ଏଭଳି ଘଟିଛି। ୨୫ ବର୍ଷ ବୟସ୍କା...

ଆମେରିକାକୁ ୩ ବର୍ଷ ପୂର୍ବରୁ ମିଳିଥିଲା କରୋନା ସମ୍ପର୍କିତ ଚେତାବନୀ !

ଓ୍ବାଶିଂଟନ,୩।୪: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ଆମେରିକା...

ନୋବେଲ ଶାନ୍ତି ପୁରସ୍କାର ଘୋଷଣା ଆଜି:ଦୌଡ଼ ଆଗରେ ଗ୍ରେଟା ଥନବର୍ଗ

ଓସ୍‌ଲୋ,୧୧-୧୦:(ଆଇଏଏନ୍‌ଏସ୍‌):ସ୍ବିଡେନର ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଆଗୁଆ ରହିଛନ୍ତି। ସେହିପରି ବ୍ରାଜିଲର ଆଦିବାସୀ ନେତା ରାଓନି ମେଟୁକ୍‌ଟାୟର ଓ ଇଥିଓପିଆ...

କ୍ୟାନ୍‌ସର ଚିକିତ୍ସା ପାଇଁ ବ୍ୟାଙ୍କ ଲୁଟ୍‌

ବେରୁଟ, ୧୫ା୯: ଭଉଣୀର କ୍ୟାନ୍‌ସର ଚିକିତ୍ସା ପାଇଁ ଲେବାନନ୍‌ର ଜଣେ ମହିଳା ବୁଧବାର ବ୍ୟାଙ୍କ ଲୁଟିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଲୁଟ୍‌ବେଳେ ବ୍ୟାଙ୍କ କର୍ମଚାରୀଙ୍କୁ...

ହାଫିଜ୍‌ ଦୋଷୀ ସାବ୍ୟସ୍ତ

ଲାହୋର,୧୨ା୧୨(ପି.ଟି.): ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଜେୟୁଡି ମୁଖ୍ୟ ହାଫିଜ୍‌ ସୟିଦଙ୍କୁ ପାକିସ୍ତାନର ଆତଙ୍କବାଦ ନିରୋଧୀ ଅଦାଲତ ବୁଧବାର ଦୋଷୀ ସାବ୍ୟସ୍ତ...

Advertisement
Archives

Model This Week