ବିମାନ କ୍ୟାବିନ୍‌ରେ ହଠାତ୍‌ ଧୂଆଁମୟ ହେବାରୁ ଭୟଭୀତ ହୋଇଗଲେ ଯାତ୍ରୀ

ମାଡ୍ରିଡ,୬।୮: ବ୍ରିଟ୍ରିଶ ଏୟାରଓ୍ବେଜ୍‌ର ଏକ ବିମାନ ଲଣ୍ଡନରୁ ସ୍ପେନ ଯାଉଥିବା ବେଳେ ଇଞ୍ଜିନରେ ନିଅଁ। ଲାଗିବାରୁ ବିମାନ ଭିତରେ ହଠାତ୍‌ ଧୂଆଁମୟ ହୋଇଯାଇଥିଲା। ଏହାପରେ ସ୍ପେନର ଭାଲେନ୍ସିଆ ବିମାନବନ୍ଦରରେ ଏହାକୁ ଜରୁରୀ ଅବତରଣ କରାଯାଇଥିଲା। ଅବତରଣ କରିବା ସମୟରେ ଉକ୍ତ ବିମାନର କ୍ୟାବିନ୍‌ରେ ଅଧିକ ଧୂଆଁମୟ ହେବାରୁ ସମସ୍ତ ଯାତ୍ରୀ ଅଣନିଶ୍ୱାସୀ ହେବା ସହ ଭୟଭୀତ ହୋଇପଡ଼ିଥିଲେ। ଏହି ଧୂଆଁ ଏତେ ମାତ୍ରାରେ ରହିଥିଲା ଯେ ସାମ୍ନାରେ ବସିଥିବା ବ୍ୟକ୍ତି ମଧ୍ୟ ଦେଖାଯାଉ ନ ଥିଲେ। ଏହାପରେ ବିମାନକୁ ଜରୁରୀ ଅବତରଣ କରାଯାଇ ସେଥିରେ ଥିବା ୧୭୫ ଯାତ୍ରୀ, ୬କ୍ର୍ୟୁ ମେମ୍ବର ଓ ୨ପାଇଲଟଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଏହି ଧୂଆଁରେ ଅଣନିଶ୍ୱାସୀ ହୋଇ ୩ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବା ବେଳେ ଜରୁରୀକାଳିନ ଦ୍ୱାର ଦେଇ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ବାହାରକୁ ବହାରୁଥିବା ସମୟରେ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପୂର୍ବରୁ ବିମାନର ଇଞ୍ଜିନରେ ନିଆଁ ଲାଗିବାର ସୂଚନା ମିଳିଥିଲା ବେଳେ ସୁରକ୍ଷାକର୍ମୀଙ୍କୁ ବିମାନବନ୍ଦରରେ କେବଳ ଧୂଆଁ ଦେଖାଯାଇଥିଲା ବୋଲି ଭାଲେନ୍ସିଆ ସରକାରଙ୍କ ଉଦ୍ଧାରକାରୀ ଦଳ କହିଛନ୍ତି। ତେବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ରହସ୍ୟମୟୀ ମହିଳା ? ଦାବି କରିିଥିଲେ ଉହାନ ଲ୍ୟାବରୁ ହୋଇଛି କରୋନ ଭୂତାଣୁ ଲିକ୍‌…

ଓ୍ବାଶିଂଟନ,୧୩।୩:  କରୋନା ଭୂତାଣୁର ଲିକ୍‌ ନେଇ ନାନା ଚର୍ଚ୍ଚା ଜାରି ରହିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ଅନ୍ୟ ରାଷ୍ଟ୍ର ଏହାର ଉତ୍ପତ୍ତି ସାର୍ବଜନୀନ କରିବାକୁ...

‘ରାତି ୮ଟାରେ ବଜାର ବନ୍ଦ ହେଲେ ଜନ୍ମନେବେ କମ ସନ୍ତାନ’: ପାକ ପ୍ରତିରକ୍ଷାମନ୍ତ୍ରୀ

ଇସଲାମାବାଦ,୬ ।୧: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖ୍ୱାଜା ଆଶିଫଙ୍କ ଏକ ଅଜବ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ କହିଛନ୍ତି...

ମସ୍କଙ୍କ ବିରୋଧରେ ଟୁଇଟର ମାମଲାର ଶୁଣାଣି ଅକ୍ଟୋବରରେ

ୱାଶିଂଟନ,୨୦ ।୭: ସୋସିଆଲ ମିଡିଆ ପା୍ଲଟଫର୍ମ ଟୁଇଟର ଅରବପତି ଉଦ୍ଦ୍ୟୋଗପତି ଏଲନ ମସ୍କଙ୍କ ଉପରେ ୪୪ ଅରବ ଡଲାରରେ କମ୍ପାନୀର ଶେୟାର କ୍ରୟ କରିବାକୁ ଚାପ...

ସ୍ବାମୀଙ୍କ ପାଇଁ ସ୍ତ୍ରୀ ଆଣିଲେ ଗର୍ଲଫ୍ରେଣ୍ଡ

ୱାଶିଂଟନ: ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ପ୍ରେମ ଓ ଭରସାରେ ବନ୍ଧା ହୋଇଥାଏ। ଯଦି ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ମତଭେଦ ହୁଏ, ସେଥିରେ ସମ୍ପର୍କ ଭାଙ୍ଗିବାର ସମ୍ଭାବନା...

ପୂର୍ବ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଲା ରୁଷିଆ

ମସ୍କୋ,୨୨ ।୨: ୟୁକ୍ରେନ ମାମଲାରେ ଏକ ବଡ ପଦକ୍ଷେପ ସ୍ୱରୂପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପୂର୍ବ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳ ଡେନେତ୍ସକ ଓ...

ଚାଇନା ହୋଟେଲ ଦୁର୍ଘଟଣା: ୮ ମୃତ, ୯ ନିଖୋଜ

ବେଜିଂ, ୧୩ ।୭: ଚାଇନାର ପୂର୍ବରେ ଥିବା ସୁଜୋଇ ସହରରେ ଏକ ହୋଟେଲ ଭୁଷୁଡି ପଡିବା ଫଳରେ ୮ ଜଣଙ୍କ ମୃତ୍ୟୁ ହେବା ସହ ୯...

ବଢ଼ିପାରେ ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ସଂଖ୍ୟା: ଗୁଟେରସଙ୍କ ସୂଚନା…

ନ୍ୟୁୟର୍କ,୨୦।୧୨ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ପ୍ରସଙ୍ଗ ଉପରେ ମଧ୍ୟ...

ପଞ୍ଜଶିରରେ ପତାକା ଉଡ଼ାଇଲା ତାଲିବାନ୍‌

କାବୁଲ, ୭ା୯: ତାଲିବାନ୍‌ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଥିବା ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ନିଆଯାଇଥିବା ଘୋଷଣା କରିଛିି ତାଲିବାନ୍‌। ଏହି ପ୍ରଦେଶ...

Advertisement
Archives

Model This Week