ବିମାନରେ ଜିନିଷ ରଖିବା ସ୍ଥାନରେ ଏୟାର ହୋଷ୍ଟେସ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯାତ୍ରୀ

ନାଶଭିଲେ: ବିମାନରେ ଜିନିଷ ରଖୁଥିବା ସ୍ଥାନରେ ଯଦି ଆପଣ ମଣିଷ ଶୋଇଥିବା ଦେଖିବେ ତାହାଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ। ଠିକ୍‌ ସେହିଭଳି ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ପଶ୍ଚିମ ଏୟାରଲାଇନ୍ସରେ ଥିବା ଯାତ୍ରୀଙ୍କ ମଧ୍ୟରେ। ଆମେରିକା ନାଶଭିଲେରୁ ଫିଲାଡେଲଫିଆକୁ ବିମାନ ଉଡାଣ ପାଇଁ ପ୍ରସ୍ତୁତ  ହେଉଥିଲା। ସେହି ସମୟରେ ବିମାନର ଉପର କମ୍ପାର୍ଟମେଣ୍ଟରେ ଜଣେ ବ୍ୟକ୍ତି ଜିନିଷ ରଖିବାକୁ ଯାଉଥିବା ବେଳେ ସେଠାରେ ଜଣେ ଏୟାରହୋଷ୍ଟେସ୍‌ ଶୋଇଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଦେଖି ଯାତ୍ରୀମାନେ ଆଶ୍ଚର୍ଯ୍ୟ ହେବା ସହ ବିମାନରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଯାତ୍ରୀ ଜଣଙ୍କ ସେହି ମୁହୂର୍ତ୍ତକୁ ନିଜ କ୍ୟାମେରାରେ ରେକର୍ଡ କରିବା ପରେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଶେୟାର ହେବାର କିଛି ସମୟ ମଧ୍ୟରେ ହିଁ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଅପରପକ୍ଷରେ ଏନେଇ ଦକ୍ଷିଣ ଏୟାରଲାଇନ୍ସ କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯାତ୍ରୀଙ୍କୁ ହସାଇବାକୁ ଯାଇ ଆମର କର୍ମଚାରୀ କିଛି ଏଭଳି ପ୍ରଚେଷ୍ଟା କରିଥାନ୍ତି। ଆଉ ଏହା ମଧ୍ୟ ତାହାର ଏକ ଅଂଶ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀ ପ୍ରେମରେ ଜାପାନବାସୀ

ଟୋକିଓ: ଜାପାନର ଯୁବପିଢ଼ିଙ୍କ ମଧ୍ୟରେ ବିବାହ ପ୍ରତି ବିତୃଷ୍ଣା ମନୋଭାବ ଦେଖିବାକୁ ମିଳିଛି। ଏହାର ପ୍ରଭାବ ପଡ଼ିଛି ଜନ୍ମହାର ଉପରେ। ଅବିବାହିତ ଯୁବତୀଯୁବକ ଏବଂ ନିଃସନ୍ତାନ...

ଅଷ୍ଟ୍ରାଜେନିକା ଟିକା ବନ୍ଦ ନ କରିବାକୁ ଡବ୍ଲ୍ୟୁଏଚ୍‌ଓର ପରାମର୍ଶ

ନୂଆଦିଲ୍ଲୀ,୧୩।୩ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ବିକଶିତ କୋଭିଡ୍‌ ଟିକା ନେବା ପରେ କେତେଜଣଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ରିପୋର୍ଟ...

ଭାରତର ରାଷ୍ଟ୍ରପତିଙ୍କ ମାସିକ ଦରମା କେତେ ଜାଣନ୍ତି: ଅବସର ପରେ ମିଳେ ଅନେକ କିଛି ସୁବିଧା

ଭାରତର ରାଷ୍ଟ୍ରପତି ଦେଶର ମୁଖ୍ୟ ହେବା ସହିତ ପ୍ରଥମ ନାଗରିକ ମଧ୍ୟ ଅଟନ୍ତି। ରାଷ୍ଟ୍ରପତି ମଧ୍ୟ ଭାରତୀୟ ସଶସ୍ତ୍ର ବାହିନୀର ସେନାଧ୍ୟକ୍ଷ ଅଟନ୍ତି। ଭାରତରେ ରାଷ୍ଟ୍ରପତି...

ପିଓକେରେ ସ୍ବାଧୀନତା ଦିବସ ପାଳିବେ ଇମ୍ରାନ୍‌

ଇସ୍‌ଲମାବାଦ,୧୪ା୮ (ଆଇଏଏନ୍‌ଏସ୍‌): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ବୁଧବାର ସ୍ବାଧୀନତା ଦିବସ ପାଳନ କରିବେ। ଏହାସହ ସେ ସେଠାକାର ବିଧାନସଭାକୁ ସମ୍ବୋଧିତ...

ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ଭୋ ଭୋ କାନ୍ଦିଲେ ଏହି କୁନି କଳାକାର

ବେଜିଂ,୧୦।୩: ୮ ବର୍ଷର କୁନି କଳାକାର ଆଲାନ କିମ୍‌ ଭାବପ୍ରବଣ ହୋଇଯାଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଲାନଙ୍କୁ ଫିଲ୍ମ ‘ମିନାରୀ’ରେ...

ଭାଇଚାରାରେ ହୋଲି

ଶୀତଋତୁ ପରେ ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରାପୃଷ୍ଠକୁ ଅବତରଣ କରେ। ଆମ୍ବ୍ର କାନନରେ କୋଇଲିର କୁହୁକୁହୁ ସ୍ବର ଶୁଭେ। ପ୍ରକୃତିରାଣୀ ସବୁଜ ଗଛପତ୍ରର...

ଏହି ଲଙ୍କା ଖାଇଲେ ଚାଲିଯାଇପାରେ ଜୀବନ

ଲଙ୍କାର ରାଗ ଅନୁସାରେ ଏହାର ପ୍ରକାର ଭେଦ ଓ ନାମକରଣ ବି ହୋଇଥାଏ। ଖାଦ୍ୟ ଖାଇବାବେଳେ ଅନେକଙ୍କୁ ରାଗ ଲଙ୍କା ଗୋଟେ ନିହାତି ଆବଶ୍ୟକ ହୋଇଥାଏ।...

ଟୋକିଓ ଅଲିମ୍ପିକ ଉପରେ କରୋନା ଆତଙ୍କ: ପାଣିରେ ପଡ଼ିବ ୨୬୦୦ କୋଟି ଡଲାର !

ଟୋକିଓ,୨୭।୨: ଟୋକିଓ ଅଲିମ୍ପିକ୍‌-୨୦୨୦କୁ ଆଉ ୩ ମାସ ବାକି ରହିଛି। ଏହା ଜୁଲାଇରେ ଟୋକିଓରେ ହେବ ବୋଲି ପୂର୍ବରୁ ସମୟ ଧାର୍ଯ୍ୟ ହୋଇଛି। ତେବେ କରୋନା...

Advertisement


Archives

Model This Week