ବିଭ୍ରାନ୍ତି, ଭୟ ସୃଷ୍ଟି ଅଭିଯୋଗରେ ଜଣେ ଗିରଫ

ତାଳଚେର,୮ା୪(ନି.ପ୍ର.) – ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ନିରାଡ଼ମ୍ବର ଭାବେ ଓ ବିନା ଶ୍ରଦ୍ଧାଳୁରେ ଆରମ୍ଭ ହୋଇଥିବା ବେଳେ ସୋସିଆଲ ମିଡିଆରେ ଜନ ସମାଗମର ପୁରୁଣା ଫଟୋ ପୋଷ୍ଟ କରି ଲୋକଙ୍କୁ ବିଭ୍ରାନ୍ତ ତଥା କରୋନା ବ୍ୟାପିବା ନେଇ ଭୟର ବାତାବରଣ ସୃଷ୍ଟି କରିଥିବା ଅଭିଯୋଗରେ ଅନୁଗୋଳ ହାକିମପଡ଼ାର ଅବିନାଶ ସାମନ୍ତରାୟ(୩୦) ଗିରଫ ହୋଇଛନ୍ତି। ପୋଲିସ ତାଙ୍କଠାରୁ ଗୋଟିଏ ମୋବାଇଲ ଜବତ କରିଛି। ମା’ ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ସଦସ୍ୟ ମୁରଲୀଧର ସାହୁ ଏ ନେଇ କୋଲିୟରୀ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ନଂ. ୧୦୩/୨୦ରେ ମାମଲା ରୁଜୁ କରାଯାଇଥିବା ଆଇଆଇସି ସବ୍ୟସାଚୀ ରାଉତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଅନୁଗୋଳ ଅଫିସ, ୧୯।୬- ଅନୁଗୋଳ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସ କୋର୍ଟ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି...

ବ୍ରାହ୍ମଣୀରୁ ମୃତଦେହ ଉଦ୍ଧାର ଘଟଣା: କେହି ଦେଇପାରିଲେନି ପ୍ରମାଣ

ଭୁବନ, ୧୫।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ଭୁବନ ଥାନା ଓଢ଼ଣା-ମାଳପୁରା ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ଶୁକ୍ରବାର ମିଳିଥିବା ଗଳିତ ମୃତଦେହକୁ ନେଇ ଅଡୁଆ...

ଜିଲାରେ ୨୬୫ ବଦଳରେ ଅଛନ୍ତି ୧୦୬ ଡାକ୍ତର

ନବରଙ୍ଗପୁର,୧୮।୨(ବି.ପ୍ର.): ସ୍ବାସ୍ଥ୍ୟ ହିଁ ସମ୍ପଦ। ସରକାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବରେ ତାହାର ଓଲଟା...

ତାରାତାରିଣୀ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୧୨ା୧୨(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲା ଗସ୍ତରେ ଆସି ପୁରୁଷୋତ୍ତମପୁର ବ୍ଲକ ତାରାତାରିଣୀଠାରେ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିଥିଲେ।...

ବସ୍‌ ଧକ୍କାରେ ଯୁବକଙ୍କ ଜୀବନଗଲା, ଉତ୍ତ୍ୟେକ୍ତ ଲୋକଙ୍କ ଭଙ୍ଗାରୁଜା

ଖୁଣ୍ଟୁଣୀ,୫।୩(ଡି.ଏନ୍‌.ଏ.): ଶୁକ୍ରବାର ସକାଳେ ଅନୁଗୋଳରୁ ଭୁବନେଶ୍ୱର ଆସୁଥିବା ନିଶା ନାମକ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେହେଲେ କୁଳାଇଲ...

ହାତୀ ମୃତଦେହ ଠାବ

ହିନ୍ଦୋଳ, ୧୫।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡ ସାତମାଇଲ ନିକଟସ୍ଥ ଗୁରିଲୋ କାଜୁ ପଡିଆରେ ବୁଧବାର ଏକ ଦନ୍ତାହାତୀର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ...

ବାହ୍ୟଜଗତରୁ ବିଚ୍ଛିନ୍ନ ରହୁଥିବା ସାରକୁବନ୍ଧଠାରେ ଝୁଲାପୋଲ : ସାଧାରଣରେ ଆନନ୍ଦର ଲହରୀ

ମାଲକାନଗିରି,୮।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ବିଚ୍ଛିନ୍ନାଞ୍ଚଳ କାଳକ୍ରମେ ସ୍ବାଭିମାନ ଅଞ୍ଚଳ ଭାବେ ପରିିଚିତ ହୋଇଛି। ଗୁରୁପ୍ରିୟା ପୋଲ ନିର୍ମାଣ ପରେ ଏଠାକାର ଚିତ୍ରରେ ପରିବର୍ତ୍ତନ ହେବାରେ ଲାଗିଛି।...

୮ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ

କେନ୍ଦୁଝର/ଯୋଡ଼ା, ୩ା୧୧ (ସ୍ବ.ପ୍ର/ଡି.ଏନ.ଏ): କେନ୍ଦୁଝର ଜିଲା ରାଜଖରସୁଆଁ ଠାରୁ ଡାଙ୍ଗୁଆପୋଷି ପର୍ଯ୍ୟନ୍ତ ତୃତୀୟ ରେଳଧାରଣା ନିର୍ମାଣ ନିମନ୍ତେ ଦକ୍ଷିଣ ପୂର୍ବ ରେଳ ବିଭାଗର ଚକ୍ରଧରପୁର ଡିଭିଜନ...

Advertisement
Archives

Model This Week