ବିଭିନ୍ନ ଦାବି ନେଇ ବିକ୍ଷୋଭ

ବାରିପଦା ଅଫିସ,୨୪ା୧୦- ବିଭିନ୍ନ ଦାବି ନେଇ ଡେମୋକ୍ରେଟିକ ୟୁଥ ଅର୍ଗାନାଇଜେଶନ ପକ୍ଷରୁ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ବାରିପଦା ସହର ପରିକ୍ରମା କରିଥିଲା। ଜିଲାର ସମସ୍ତ ବେକାର ଯୁବତୀଯୁବକମାନଙ୍କୁ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ବେକାରୀ ଭତ୍ତା ପ୍ରଦାନ, ଜିଲାରେ ଶ୍ରମ ଭିତ୍ତିକ କାରଖାନା ପ୍ରତିଷ୍ଠା କରି ଦାଦନ ଶ୍ରମିକ ସମସ୍ୟାର ସମାଧାନ କରିବା, ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କୁ ଉଚ୍ଛେଦ ନିର୍ଦ୍ଦେଶ ପ୍ରତ୍ୟାହାର କରିବା, ବାଙ୍ଗିରିପୋଷି-ବାଦାମପାହାଡ-କେନ୍ଦୁଝର ଓ ବୁଢ଼ାମରା-ଚାକୁଳିଆ ରେଳପଥ ସଂଯୋଗ କରିବା, ବନ୍ଦ ଥିବା କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ଏବଂ ଖଣି ଖାଦାନ ଖୋଲିବା,ଜିଲାରେ ମାଦକ ଦ୍ରବ୍ୟ କାରବାର ବନ୍ଦ କରିବା, ପ୍ରତ୍ୟେକ ବ୍ଲକରେ ଷ୍ଟାଡିୟମ ପ୍ରତିଷ୍ଠା କରିବା, ନୂତନ ମୋଟରଯାନ ଆଇନ ପ୍ରତ୍ୟାହାର କରିବା ଆଦି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ଏନେଇ ଏକ ଦାବିପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା। ବିକ୍ଷୋଭ ସଭାରେ ଜିଲା ସଭାପତି ପୀତାମ୍ବର ନାଏକ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିୱାଇଓ ରାଜ୍ୟ ସମ୍ପାଦକ କେଦାରନାଥ ସାହୁ, ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ, ଜିଲା ସମ୍ପାଦକ ଲଲିତ ମହାନ୍ତ, ମନୋଜ ମହାନ୍ତ, ଉମାନ ମାଝୀ, ସୋମା ସାମୁରାଏ, ଲକ୍ଷ୍ମଣ ଦେହୁରୀ, ଚନ୍ଦ୍ର ମୋହନ ଦାସ, ଦେବେନ୍ଦ୍ର ଜାମୁଦା, ପ୍ରମୋଦ ମହାନ୍ତ, ରାମଚନ୍ଦ୍ର ହେମ୍ବ୍ରମ, ପଦ୍ମ ଦେହୁରୀ ପ୍ରମୁଖଙ୍କ ସମେତ ଜିଲାର ବେକାର ଯୁବତୀଯୁବକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଦଳା-କରଞ୍ଜିଆରେ ମାତିଲେ ଲୁଟେରା: ୫ଲକ୍ଷରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କା, ଅଧ୍ୟାପିକାଙ୍କ ସୁନାଚେନ୍‌ ଲୁଟ

ଉଦଳା/ଠାକୁରମଣ୍ଡା,୧୬ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ଓ କରଞ୍ଜିଆ ଥାନା ପୋଲିସ୍‌କୁ ମଙ୍ଗଳବାର ଲୁଟେରାମାନେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ୫ ଲକ୍ଷରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କା ସହ...

ରୋଗ ଯନ୍ତ୍ରଣା ଅସହ୍ୟ ହେଲା: ନିଜକୁ ଜାଳିଦେଲେ ଯୁବକ

ରାଇରଙ୍ଗପୁର,୧୪।୧୨(ଡି.ଏନ୍‌.ଏ.) – ରୋଗ ଯନ୍ତ୍ରଣା ଅସହ୍ୟ ହେଲା। ଶେଷରେ ଜୀବନ ହାରି ଦେବାକୁ କଠୋର ନିଷ୍ପତ୍ତି ନେଲେ ଯୁବକ। ନିଜକୁ ଜାଳି ଦେଇ ସବୁଦିନ ପାଇଁ...

ମୟୂରଭଞ୍ଜ ସରକାରୀ ଠିକାଦାର ସଂଘର ବିକ୍ଷୋଭ

ବାରିପଦା ଅଫିସ,୨ା୧୧- ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଆହ୍ବାନ କ୍ରମେ ମୟୂରଭଞ୍ଜ ସରକାରୀ ଠିକାଦାର ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଶୁକ୍ରବାର ବାରିପଦାସ୍ଥିତ...

ମହିଳାଙ୍କୁ ହତ୍ୟା, ଗୁରୁତର ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର

ବାରିପଦା ଅଫିସ/ବାଙ୍ଗିରିପୋଷି,୪ା୩: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ଅଧୀନ ଦ୍ୱାରଶୁଣୀ ଘାଟିିରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେହିପରି କରଞ୍ଜିଆ ଥାନା ଅଧୀନ...

ବନ୍ଦ ହେବାକୁ ବସିଛି ଫାର୍ମାସୀ କଲେଜ

ସାରସକଣା,୯ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆସ୍ଥିତ ସୀମାନ୍ତ ଇନଷ୍ଟିଚ୍ୟୁଟ ଅଫ୍‌ ଫାର୍ମାସିଟିକାଲ ସାଇନ୍ସ କଲେଜ ଏବେ ବନ୍ଦ ହେବାକୁ ବସିଛି। ଏକଦା ଏହି କଲେଜ...

ବୁଲେଟ୍‌ରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

ରାଇରଙ୍ଗପୁର,୨୮ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଗ୍ରାମାଞ୍ଚଳ ୨୨୦ ନଂ ଜାତୀୟ ରାଜପଥରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ...

ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି ବାରିପଦାର ରାଜେନ୍ଦ୍ର: ଟୁଇଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ, ୩୧ା୩- ବାରିପଦା ସହରର ତକତପୁର ଅଞ୍ଚଳର ରାଜେନ୍ଦ୍ର କବାଟଙ୍କ ପରିବାରବର୍ଗ ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି। ଏନେଇ ମଙ୍ଗଳବାର ‘ଧରିତ୍ରୀ’ରେ ଖବର...

ନାବାଳିକା ଗାଧୋଇବା ବେଳେ ଭିଡିଓ ରେକର୍ଡିଂ କରି ଯୁବକ ଗିରଫ

ବାରିପଦା ଅଫିସ,୧୪।୮: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଗାଧୁଆ ସମୟର ଦୃଶ୍ୟ ମୋବାଇଲରେ ରେକର୍ଡିଂ କରି ଜଣେ ଯୁବକ ଗିରଫ...

Advertisement
Archives

Model This Week