ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର: ଯୁବକ ଗିରଫ

କୋରୁକୋଣ୍ଡା ୧୫।୧୦(ଡି.ଏନ.ଏ): ବିବାହର ମିଛ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। କୋରାପୁଟ ଜିଲାର ଦୋରାଗୁଡା ଗ୍ରାମର ନିରଞ୍ଜନ ଗରଡା(୨୨) ୩ ବର୍ଷ ହେବ ଜଣେ ଝିଅକୁ ପ୍ରେମ କରି ଆସୁଥିଲେ। ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଝିଅଟି ୬ ମାସର ଗର୍ଭବତୀ ଥିବା ଜଣାପଡିବା ପରେ ନିରଞ୍ଜନ ବିବାହ କରିବା ପାଇଁ କହୁଥିଲେ ମଧ୍ୟ କରୁ ନ ଥିଲେ। ଯୁବତୀଙ୍କ ମାତାପିତା ବାରମ୍ବାର ପୁଅର ପରିବାର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ସେମାନେ ଏହା ଶୁଣି ନ ଥିଲେ। ତେଣୁ ବାଧ୍ୟ ହୋଇ ଯୁବତୀ ଜଣକ ମାଲକାନଗିରି ଜିଲା ଅନ୍ତର୍ଗତ ଓରକେଲ ଥାନାରେ କେସ ନଂ ୧୬୨ରେ ମାମଲା ରୁଜୁ କରିଥିଲେ। ପରେ ଅଭିଯୁକ୍ତଙ୍କୁ ଧାରା ୩୭୬ ଅନୁଯାୟୀ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଲୋଭନ ଦେଖାଇ ୨ ଲକ୍ଷ ଲୁଟ୍‌ ମାମଲାର ପର୍ଦ୍ଦାଫାଶ

ଜଗତ୍‌ସିଂହପୁର ଅଫିସ, ୧୮ା୪: ୭୦ ହଜାର ଟଙ୍କା ଦେଲେ, ୧ ଲକ୍ଷ ଟଙ୍କା ମିଳିବ। ଏଭଳି ପ୍ରଲୋଭନ ଦେଖାଇ ଜଗତ୍‌ସିଂହପୁର ଜିଲାର ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ...

ସରିନି ଧାନକିଣା, କଟକଣା ଆରମ୍ଭ

ବରଗଡ଼ ଅଫିସ୍‌,୧୭।୬:  ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟକୁ ଆଉ ସପ୍ତାହକ ପରେ ଦେଢ଼ମାସ ବିତିବ । ଏହି ପ୍ରକ୍ରିୟାରେ ଜିଲାରେ ଖୋଲା ଯାଇଥିବା...

ସମସ୍ୟା ସମାଧାନ ନ ହେଲେ ଭୋଟ ବର୍ଜନ

ସାରସକଣା,୧୯ା୧(ଡି.ଏନ.ଏ.) – ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଭୂରୁଷାଣି ପଞ୍ଚାୟତ ଅନ୍ତର୍ଗତ ମାଗ୍‌ତାଡିହି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନିକ ଅବହେଳା କାରଣରୁ ଆଦିବାସୀ...

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ସନ୍ଦେହଜନକ ମୃତ୍ୟୁ

ଧର୍ମଶାଳା,୧୭।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକର ଗ୍ରାମସେବିକା ତଥା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ବୁଧବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସ୍ଥାନୀୟ...

୨ଟନ୍‌ ୫୦୦ କେଜି ଗଞ୍ଜେଇ ଜବତ: ବଜାର ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ୱ ହେବ

ଚିତ୍ରକୋଣ୍ଡା,୧୧ା୪(ଡି.ଏନ.ଏ.)-ଚିତ୍ରକୋଣ୍ଡା ପୋଲିସ ସୋମବାର ରାତିରେ କପାତୁଟି ପଞ୍ଚାୟତ ଭାଲୁଗୁଡ଼ା ଜଙ୍ଗଲରେ ଚଢ଼ାଉକରି ୭୨ ଜରି ବସ୍ତାରେ ବନ୍ଧାଯାଇ ରଖାଯାଇଥିବା ଗଞ୍ଜେଇ ଜବତ କରିଛି। ଏହାର ପରିମାଣ...

ଲକ୍ଷାଧିକ ଟଙ୍କାର ଶାଗୁଆନ ଗଣ୍ଡି ସହ ଟ୍ରକ୍‌ ଜବତ, ୨ ଗିରଫ

ଓଡ଼ଗାଁ,୧୨ା୧(ସ୍ବ.ପ୍ର.): ଗୁରୁବାର ଭୋର୍‌ରୁ ସ୍ଥାନୀୟ ବନ ବିଭାଗ ରାତ୍ରି ପାଟ୍ରୋଲିଂରୁ ଫେରୁଥିବା ବେଳେ ବାଉଁଶଗାଡ଼ିଆ ନିକଟରୁ ଏକ ଶାଗୁଆନ ବୋଝେଇ ମିନିଟ୍ରକ ଜବତ କରିଛି। ବନ...

ନୂଆପଡ଼ାରେ ଢୋଲକିଆ, ଖଡ଼ିଆଳରେ ଅଧିରାଜ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଆଗରେ ଅଛନ୍ତି। ଢୋଲକିଆ ୨୬୪୮୮ ଭୋଟ...

ବାଉଁଶ ବିନ୍ଧାଣି ‘ଭାଗୀରଥି ସାର୍‌’

କାମାକ୍ଷାନଗର, ୧୫।୨(ସୁଧୀର କୁମାର ପରିଡ଼ା):  ବାଉଁଶରୁ କାରିଗରି। ଡ୍ରେସିଂ ଟେବୁଲ, ଫୁଲଦାନି, ପେନ୍‌ଷ୍ଟାଣ୍ଡଠାରୁ ଆରମ୍ଭ କରି ବିଭିନ୍ନ ଘରସଜ୍ଜା ଉପକରଣ। ଦେଖିଲେ ଆଖି ଲାଖିଯିବ। ନିର୍ଜୀବ...

Advertisement
Archives

Model This Week