ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ନାୟିକା ନାୟକଙ୍କ ପ୍ରେମ କାହାଣୀ ସବୁବେଳେ ଥାଏ ଚର୍ଚ୍ଚାରେ। ପୁଣି ବ୍ରେକ୍‌ଅପ୍‌ ବି କିଛି କମ୍‌ ଚର୍ଚ୍ଚିତ ବିଷୟ ବସ୍ତୁ ନୁହେଁ ବଲିଉଡ୍‌୍‌ ପାଇଁ। ଆହୁରି କେତେଜଣ କଳାକାର ଅଛନ୍ତି ଯେଉଁମାନଙ୍କର ପର୍ସନାଲ ଲାଇଫକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ। ସେମିତି ଜଣେ ଅଭିନେତ୍ରୀ ହେଉଛନ୍ତି କୋଙ୍କଣା ସେନ୍‌ ଶର୍ମା। କୋଙ୍କଣା ଏବେ ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ହେଲେ ତାଙ୍କ ପ୍ରଫେସନାଲ ଲାଇଫ୍‌ ଅପେକ୍ଷା ପର୍ସନାଲ ଲାଇଫ୍‌ ବେଶ୍‌ ଚର୍ଚ୍ଚିତ। ସେ କୁଆଡେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। ୨୦୧୦ ସେପ୍ଟେମ୍ବରରେ ସେ ଲୁଚିଛପି ତାଙ୍କ ପୁରୁଷବନ୍ଧୁ ରଣବୀର ସୌରିଙ୍କୁ ବିବାହ କରିଥିବା ବେଳେ ୨୦୧୧ମାର୍ଚ୍ଚରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଆଉ ବିବାହର ଠିକ୍‌ ୫ ବର୍ଷ ପରେ ଅର୍ଥାତ୍‌ ୨୦୧୫ରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ୨୦୦୭ରେ ବଲିଉଡ୍‌ ମୁଭି ‘ଆଜା ନଚ୍‌ଲେ’ର ଶୁଟିଂ ସମୟରେ କୋଙ୍କଣା ଓ ରଣବୀରଙ୍କ ଭେଟ ହୋଇଥିବା ବେଳେ ଉଭୟେ ପ୍ରେମରେ ପଡିଯାଇଥିଲେ। ପେଜ୍‌-୩ ଭଳି ଫିଲ୍ମରେ ଅଭିନୟ କରି କୋଙ୍କଣା ଦୁଇ ଦୁଇଥର ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ୍ ପୂର୍ବରୁ ଅଡୁଆରେ ‘ପୁଷ୍ପା’!

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମୋଷ୍ଟ ୱାଣ୍ଟେଡ ଫିଲ୍ମ ‘ପୁଷ୍ପା-ଦ ରାଇଜ’ ଆସନ୍ତା ୧୭ ତାରିଖରେ ରିଲିଜ୍ ହେବାକୁ ଯାଉଛି । ହେଲେ ଏହା...

ସ୍ତ୍ରୀ ପିଲାଙ୍କ ଖର୍ଚ୍ଚ ଉଠାଇ ପାରୁ ନ ଥିଲେ ଏହି ଲୋକପ୍ରିୟ ଅଭିନେତା

କପୁର ପରିବାର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଏକ ପରିବାର ଯିଏକି ଅନେକ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି। ଅଭିନେତ୍ରୀ କରିସ୍ମାଙ୍କ ବାପା...

‘ରହନା ହୈ ତେରେ ଦିଲ୍‌ମୈ’: ୧୯ ବର୍ଷ ପରେ ପୁଣିଥରେ ଏହି ଯୋଡିକୁ ଏକାଠି ଦେଖିବାକୁ ଚାହୁଁଛନ୍ତି ଦର୍ଶକ

ବଲିଉଡ୍‌ର କ୍ଲାସିକ୍‌ ରୋମାଣ୍ଟିକ୍‌ ଫିଲ୍ମ ମଧ୍ୟରେ ଦିୟା ମିର୍ଜା ଏବଂ ଆର୍‌ ମାଧବନଙ୍କ ଅଭିନୀତ ‘ରହନା ହୈ ତେରେ ଦିଲ୍‌ ମେଁ’ ଅନ୍ୟତମ। ଉକ୍ତ ସମୟରେ...

ବିଶ୍ୱ ଦରବାରରେ ଲାସ୍ୟମୟୀ ଅଭିନେତ୍ରୀ ମାତନ

ଯାତ୍ରା ଜଗତର ଜଣେ ଲାସ୍ୟମୟୀ ଅଭିନେତ୍ରୀ ହେଉଛନ୍ତି ମାତନ। ରୂପ ଯେମିତି ଗୁଣ ବି ସେମିତି। ଡ୍ୟାନ୍ସରେ ଯେମିତି ଡାଏଲଗ୍‌ରେ ସେମିତି। ଚେହେରା ଯେମିତି ଅଭିନୟ...

୨୨ ବର୍ଷ ସାନ ଅଭିନେତ୍ରୀଙ୍କୁ ମନ ଦେଇ ବସିଥିଲେ ଏହି ପ୍ରସିଦ୍ଧ ଅଭିନେତା

ହିନ୍ଦୀ ସିନେମା ପ୍ରସିଦ୍ଧ ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଗତ ମାସରୁ ସେ ଶ୍ୱାସକ୍ରିୟା ନେବାରେ...

ପୁଅ ସନ୍ନି ଦେଓଲଙ୍କ ସହ ଛୁଟି କାଟୁଛନ୍ତି ଧର୍ମେନ୍ଦ୍ର, ଫଟୋ ଶେୟାର କରି ଲେଖିଲେ…

ମୁମ୍ବାଇ,୧୭ା୩: ବଲିଉଡ୍‌ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ପୁରୁଣା ଦିନରୁ ଆଜି ପର୍ଯ୍ୟନ୍ତ ଯୁବପିଢ଼ିଙ୍କୁ ବହୁତ ଭଲପାଆନ୍ତି। କେବଳ ଫିଲ୍ମରେ ନୁହେଁ, ୮୬ ବର୍ଷ ବୟସରେ ବି...

ବସନ୍ତଙ୍କ ମାୟାରେ ଶ୍ରୀଧର

ଶ୍ରୀଧର ମାର୍ଥା। ‘କଥା ଦେଲି ମଥା ଛୁଇଁ’ ପରେ ସେ କେତୋଟି ସିନେମାର ପ୍ରଯୋଜନା କରିସାରିଲେଣି। ପ୍ରଯୋଜକ ସାଜିବା ପୂର୍ବରୁ ସେ ବସନ୍ତଙ୍କ ମାୟାରେ ପଡ଼ିଯାଇଥିଲେ।...

ଆଲିଆଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ସବୁଠାରୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଆଲିଆ ଅନ୍ୟତମ। ନିକଟରେ ସେ ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ନିଜ ଜନ୍ମଦିନ ଲଣ୍ଡନରେ ସ୍ବାମୀ ରଣବୀର...

Advertisement
Archives

Model This Week