Posted inଜାତୀୟ

ବିବାହ ପାଇଁ ମନା କରିବାରୁ କନ୍ୟା ପିତାଙ୍କୁ ଅପହରଣ କଲେ ଯୁବକ

ଦ୍ୱାରିକା,୨୯।୫: ବିବାହର ପ୍ରସ୍ତାବ ସ୍ବୀକାର କରି ମନା କରିବା ପରେ ନିଜ ସାଙ୍ଗମାନଙ୍କ ସହିତ ମିଶି କନ୍ୟା ପିତାଙ୍କୁ ଅପହରଣ କଲେ ଯୁବକ। ଏହାପରେ ଯୁବକଙ୍କୁ ବିବାହ କରିବା ପାଇଁ ଝିଅକୁ ବାଧ୍ୟ କରିଥିଲେ ବାପା। ଏହି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଦ୍ୱାରିକାରେ। ସୂଚନାଯୋଗ୍ୟ, ଦ୍ୱାରିକା ନର୍ଥ ଥାନା ଅଞ୍ଚଳରେ ନିକଟରେ ପୀଡିତଙ୍କ ପରିବାରଲୋକେ ରହୁଥିଲେ। ପୂର୍ବରୁ ପୀଡିତଙ୍କ ଝିଅ ଓ ଅଭିଯୁକ୍ତ ସଞ୍ଜୀବଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଦୁହିଁଙ୍କ ବିବାହ ପାଇଁ ପ୍ରଥମେ ଝିଅର ପରିବାର ଲୋକ ରାଜି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ମନା କରିଦେଇଥିଲେ। ସଞ୍ଜୀବ ପ୍ରତିଦିନ ଘରକୁ ଆସି ପୀଡ଼ିତଙ୍କ ଝିଅକୁ ହଇରାଣ କରୁଥିବାରୁ ସେ ନିଜ ପରିବାର ଲୋକଙ୍କୁ ଭୋପାଳକୁ ପଠାଇ ନିଜେ ଦ୍ୱାରିକାରେ ରହୁଥିଲେ। ଉକ୍ତ ଯୁବକ ଏଥିରେ ଉତ୍ତ୍ୟକ୍ତ ହୋଇପଡ଼ି ଝିଅର ବାପାଙ୍କୁ ଅପହରଣ କରିନେଇଥିଲେ। କିଛି ସମୟ ପରେ ଝିଅକୁ ବାପାଙ୍କ ଫୋନ କଲ୍‌ ଆସିଥିଲା। ସଞ୍ଜୀବ ଭଲ ପିଲା ହୋଇଥିବା ବେଳେ ତାଙ୍କୁ ବିବାହ ପାଇଁ ସେ ବାଧ୍ୟ କରିଥିଲେ। ବାପାଙ୍କ ଏହି କଥାକୁ ନେଇ ଝିଅକୁ ସନ୍ଦେହ ହେବା ପରେ ସେ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୀଡ଼ିତଙ୍କ ଝିଅଙ୍କୁ ଆସିଥିବା ୨ଟି ନମ୍ବରକୁ ଟ୍ରେସ କରିଥିଲା ପୋଲିସ। ଏହାପରେ ମଥୁରା ଜଙ୍କସନ୍‌ରୁ ଝିଅର ବାପାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତ ସଞ୍ଜୀବଙ୍କୁ ଗିରଫ କରିଛି ପୋଲିସ। ଅପରପକ୍ଷରେ ପୋଲିସ ସଞ୍ଜୀବଙ୍କ ଅନ୍ୟ ୩ ସହଯୋଗୀ ଓ ଅପହରଣରେ ସମ୍ପୃକ୍ତ ଥିବା ଗାଡିକୁ ଖୋଜିବା ସହ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଯେତେ ଜିତିବ ସେତେ ବିରୋଧ ଦେଖିବ : ମୋଦି

ନୂଆଦିଲ୍ଲୀ, ୨୯ା୩: ଭାଜପା ଯେତେ ନିର୍ବାଚନ ଜିତିବ ସେତିକି ଅଧିକ ବିରୋଧୀମାନଙ୍କ ଆକ୍ରୋଶରେ ସମ୍ମୁଖୀନ ହେବ ବୋଲି ମଙ୍ଗଳବାର ଭାଜପା ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ...

କୋଶିୟାରୀଙ୍କ ମନ୍ତବ୍ୟକୁ ନେଇ ଆଲୋଡ଼ନ

ମୁମ୍ବାଇ, ୨ା୩: ଛତ୍ରପତି ଶିବାଜୀଙ୍କ ଗୁରୁ ଥିଲେ ସନ୍ଥ ସମର୍ଥ ରାମଦାସ। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ନିକଟରେ ଔରଙ୍ଗାବାଦଠାରେ ଏକ କାର୍ଯ୍ୟକ୍ରମରେ ଏହା...

ମମତା ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଟିଏମସି ନେତା…

କୋଲକାତା,୧୯।୭ : ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ଦାବିରୁ କଂଗ୍ରେସ ପଛଘୁଞ୍ଚା ଦେବା ମାତ୍ରେ ଟିଏମସି ଏହାର ଦାବି ରଖିଛି। ଟିଏମସି ଏମପି ଶତାବ୍ଦୀ ରାୟ କହିଛନ୍ତି ଯଦି...

ମୋରବି ଦୋଷୀଙ୍କୁ ସରକାରୀ ସୁରକ୍ଷା ମିଳୁଥିବା ଅଭିଯୋଗ, ଓରେଭା କମ୍ପାନୀ ମାଲିକ ନିଖୋଜ, ଫାର୍ମହାଉସରେ ତାଲା…

ମୋରବି,୧।୧୧ : ଗୁଜରାଟର ମୋରବିରେ ଘଟିଥିବା ଝୁଲାପୋଲ ଦୁର୍ଘଟଣାରେ ୪୭ ଜଣ ଶିଶୁଙ୍କ ସମେତ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ବିରୋଧୀ ଦଳଙ୍କ...

ଯନ୍ତରମନ୍ତରରେ ରାତି ସାରା ଧାରଣାରେ ବସିଲେ ଖେଳାଳି: ମୋଦିଙ୍କ ଭେଟିବାକୁ ଧରିଲେ ଜିଦ୍‌

ନୂଆଦିଲ୍ଲୀ,୧୯।୧: ସର୍ବଭାରତୀୟ ରେସଲିଂ ଫେଡେରେଶନର ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗ ବିଶ୍ୱ...

୩ ଦିନରେ ବନ୍ୟା ନେଲାଣି ୨୪ ଜୀବନ

ଲକ୍ଷ୍ନୌ,୧୮।୯: ଲଗାଣବର୍ଷା କାରଣରୁ ଉତ୍ତରପ୍ରଦେଶର ବିଭିନ୍ନ ଜିଲାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି। ଶୁକ୍ରବାର ଚିତ୍ରକୁଟ, ପ୍ରତାପଗଡ଼, ଆମେଠି ଓ ସୁଲତାନପୁର ଜିଲାରେ ଘର...

ଏମ୍‌ପି ରାମଚନ୍ଦ୍ର ପାଶଓ୍ବାନଙ୍କ ପରଲୋକ

ନୂଆଦିଲ୍ଲୀ, ୨୧।୭: କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି ନେତା ରାମବିଳାଶ ପାଶଓ୍ବାନଙ୍କ ଭାଇ ରାମଚନ୍ଦ୍ରଙ୍କ ରବିବାର ପରଲୋକ ଘଟିଛି। ଜୁଲାଇ ୧୨ରେ ହୃଦ୍‌ଘାତ ଯୋଗୁ...

ଭାରତ-କାନାଡା ବିବାଦ: ୬୭ହଜାର କୋଟି ଟଙ୍କାର କ୍ଷତି, ହୋଇପାରେ ଦରବୃଦ୍ଧି

ନୂଆଦିଲ୍ଲୀ,୨୧।୯: ଭାରତ ଏବଂ କାନାଡା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି। କେବଳ ଏତିକି...

Advertisement
Archives

Model This Week