ବିବାହ କଥା ଚିନ୍ତା କରି ନ ଥିବାରୁ ସିଙ୍ଗଲ ମଦର ହେବାକୁ ପ୍ରସ୍ତୁତ ଥିଲେ ଏକତା!

ମୁମ୍ବାଇ: ଟେଲିଭିଜନ ଦୁନିଆର ଜଣାଶୁଣା ନାଁ ଏକତା କପୁର। ଏବେ ସେ ସିଙ୍ଗଲ ମଦର। କିନ୍ତୁ କ’ଣ ପାଇଁ ସେ ସିଙ୍ଗଲ ମଦର ହୋଇଛନ୍ତି ନିକଟରେ ଏକ ସାକ୍ଷାତ୍‌କାରରେ ସେ ଏହା ଖୋଲାଖୋଲି କଥା ହୋଇଛନ୍ତି। ଏକତା କହିଛନ୍ତି ବିବାହ ପାଇଁ କିଛିବି କରିବାକୁ ସେ ପ୍ରସ୍ତୁତ ନ ଥିଲେ। ତେଣୁ ସେ ବିବାହ କରି ସଂସାର କରନ୍ତୁ ଏକଥା ତାଙ୍କ ପରିବାର ଲୋକେ ଭୁଲି ଯାଇଥିଲେ। ହେଲେ ତାଙ୍କ ମା’ ତାଙ୍କୁ କହିଥିଲେ ସରୋଗେସି ମାଧ୍ୟମରେ ସେ ମା’ ହୋଇପାରିବେ। ଏଥିପାଇଁ ସମୟ ଗଡି ଯାଉଥିବାରୁ ୩୬ ବର୍ଷ ବୟସରେ ସେ ତାଙ୍କ ଡିମ୍ବାଣୁ ସଂରକ୍ଷଣ କରିବା ଆରମ୍ଭ କରିଥିବା କୁହନ୍ତି। ଦିନେ ତାଙ୍କ ଭାଇ ତୁଷାର କପୁର ସିଙ୍ଗଲ ଫାଦର ହେବାକୁ ମନ ବଳାଇଥିବା କଥା ଶୁଣିବା ପରେ ଘର ଲୋକ ଖୁସି ହୋଇଥିଲେ। ତୁଷାର ବି ସିଙ୍ଗଲ ଫାଦର ହୋଇଯାଇଥିଲେ। ଆଉ ଏହାପରେ ଏକତା ବି ସରୋଗେସି ମାଧ୍ୟମରେ ୨୦୧୯ରେ ସିଙ୍ଗଲ ମଦର ହୋଇଗଲେ ବୋଲି କହିଛନ୍ତି। ତାଙ୍କ ପିତାଙ୍କ ନାଁ ଅନୁଯାୟୀ ଏକତା ପୁଅର ନା
ରବି ରଖିଛନ୍ତି। ଏମିତିକି ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ କୁଆଡେ ସେ ପୁଅର ନାଁ ରବି ରଖିଛନ୍ତି ବୋଲି କୁହନ୍ତି। କିଛିଦନ ହେବ ସେ ପୁଅକୁ ସୋସିଆଲ ମିଡିଆଠାରୁ ଦୂରେଇ ରଖୁଥିବା ବେଳେ ଏବେ କିନ୍ତୁ ପୁଅ ସହ ତାଙ୍କର କିଛି ଫଟୋ ଓ ଭିଡିଓ ବେଳେବେଳେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri