ବିବାହର ୭ ମାସ ନ ପୂରୁଣୁ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ; ମୃତକାଙ୍କ ଭାଇଙ୍କ ଥାନାରେ ଅଭିଯୋଗ

ଜୁନାଗଡ,୭।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଚୈଗୁଡା ଗ୍ରାମରେ ମଙ୍ଗଳବାର ବିବାହର ୭ ମାସ ନ ପୂରୁଣୁ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ନାମ ଦୀପାଞ୍ଜଳୀ ମେହେର (୨୬)। ମୃତାକାଙ୍କ ଭାଇ ଆଶିଷ ମେହେର ଭଉଣୀଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ନେଇ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜୁନାଗଡ ପୋଲିସ ମୃତାକାଙ୍କ ସ୍ବାମୀ, ଦିଅର, ଶାଶୁଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଜୁନାଗଡ ବ୍ଲକ ଛୋରିଆଗଡ ଗ୍ରାମର ଦୀପାଞ୍ଜଳୀ ମେହେର (୨୬) ଚିଚୈଗୁଡା ଗ୍ରାମର ଧନଞ୍ଜୟ ମେହେର ଓରଫ୍‌ ମନ (୪୦)ଙ୍କୁ ଗତ ଜାନୁୟାରୀ ୨୮ରେ ବୈଦିକ ରୀତିରେ ବିବାହ କରିଥିଲେ। ମଙ୍ଗଳବାର ସକାଳେ ଦୀପାଞ୍ଜଳୀଙ୍କୁ ମୃତ୍ୟୁ ହୋଇଥିବା ନେଇ ଚିଚୈଗୁଡା ଗ୍ରାମର ସମ୍ପର୍କୀୟଙ୍କଠୁ ମୃତାକାଙ୍କ ମା’ ଘର ଲୋକେ ହଠାତ୍‌ ଖବର ପାଇଥିଲେ। ସ୍ବାମୀ, ଦିଅର ଓ ଶାଶୁ ସମସ୍ତେ ମିଶି ସୁପରିକଳ୍ପିତ ଭାବେ ଦୀପାଞ୍ଜଳୀଙ୍କୁ ହତ୍ୟା କରିଥିବା ନେଇ ମୃତାକାଙ୍କ ଭାଇ ଆଶିଷ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜୁନାଗଡ ଥାନା ଏସ୍‌ଆଇ କୃଷ୍ଣଚନ୍ଦ୍ର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଜୁନାଗଡ ବିଡିଓ ଦୁଳାରାମ ମାରାଣ୍ଡିଙ୍କ ଉପସ୍ଥିତିରେ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ସନ୍ଧ୍ୟା ହେବା ଯୋଗୁ ବୁଧବାର ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି। ଏ ନେଇ ଥାନାରେ ଏକ ମାମଲା (ନଂ. ୧୮୩/୧୯) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ଟି ସ୍ଥାନରେ ବାଜିଛି ଗୁଳି, ଦୁଇଦିନ ହେଲା ଖାଉନି ହାତୀ

ନରସିଂହପୁର,୨୯।୭(ସ୍ବ.ପ୍ର.): କଟକ ଜିଲା ନରସିଂହପୁର ପଶ୍ଚିମ ରେଞ୍ଜ ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀ ଶୁକ୍ରବାର ଗୁରୁତର ହୋଇପଡିଛି। ଦୁଇଦିନ ହେଲା ହାତୀ ଖାଦ୍ୟ ଗ୍ରହଣ କରୁନାହିଁ।...

ଖୋର୍ଦ୍ଧାରେ ଖୋଲିବ ଧାର୍ମିକ ଅନୁଷ୍ଠାନ

ଖୋର୍ଦ୍ଧା ଅଫିସ,୬।୮: ଆସନ୍ତା ୯ତାରିଖରୁ ଖୋର୍ଦ୍ଧା ଜିଲାରେ (ବିଏମ୍‌ସିକୁ ବାଦ୍‌ ଦେଇ) ସମସ୍ତ ଧାର୍ମିକ ଅନୁଷ୍ଠାନ, ମଠ, ମନ୍ଦିର ଖୋଲିବ। କୋଭିଡ୍‌ କଟକଣା କୋହଳ ପରେ...

ଓଡ଼ାପଡ଼ା ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଘାଟିତ: ‘ସକାରାତ୍ମକ ମନୋଭାବ ରଖ’

ଢେଙ୍କାନାଳ ଅଫିସ, ୧୫।୭:  ସଂସ୍କାର ହେଉଛି ଶିକ୍ଷାର୍ଥୀଙ୍କ ଆଭୂଷଣ। ଉଭୟ ଅନୁକୂଳ ଏବଂ ପ୍ରତିକୂଳ ପରିବେଶରେ ଛାତ୍ରୀଛାତ୍ରମାନେ ସକାରାତ୍ମକ ମନୋଭାବ ପୋଷଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ।...

ବେଆଇନ ଟ୍ରକ ପାର୍କିଂବେଳେ ଦୁର୍ଘଟଣା: ବୃଦ୍ଧାଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବଡ଼ବିଲ,୧୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟସ୍ଥିତ ଏୟାରଷ୍ଟ୍ରିପ ନିକଟରେ ଟ୍ରକ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁକାମତି ସାହୁ(୭୦)।...

ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୭ା୯: ପବିତ୍ର ସୁନିଆ ଏବଂ ବିଶ୍ୱକର୍ମା ପୂଜା ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି...

ପଲିଥିନ, ପ୍ଲାଷ୍ଟିକ କଟକଣାକୁ ପୂରିଲାଣି ୭ ମାସ: ଆମଦାନୀ ଉପରେ ଲାଗୁନି ରୋକ

ବ୍ରହ୍ମପୁର ଅଫିସ,୨୯ା୫-ପଲିଥିନ ଓ ପ୍ଲାଷ୍ଟିକମୁକ୍ତ ହେବ ଓଡିଶା। ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ା ୨୦୧୮ ଜୁଲାଇ ମାସରେ ଓଡିଶାକୁ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ...

ଅଙ୍ଗଦାନ ପାଇଁ ସଚେତନ କରୁଛନ୍ତି ପ୍ରମୋଦ

ଛତ୍ରପୁର,୨୯ା୨(ଡି.ଏନ.ଏ) – ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରିବାକୁ ମହରାଷ୍ଟ୍ରରୁ ୬୮ ବର୍ଷୀୟ ପ୍ରମୋଦ ମହାଜନ ବାଇକ୍‌ରେ ଭାରତ ଅର୍ଗାନ ଯାତ୍ରାରେ ବାହାରିଛନ୍ତି। ବୟସ ପାଖରେ...

କରୋନା ସହ ଲଢ଼ିଲଢ଼ି ଶେଷରେ ଆଖିବୁଜିଲେ ଯୋଦ୍ଧା

ବୁଗୁଡ଼ା,୨୯।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଜଣେ କରୋନା ଯୋଦ୍ଧାଙ୍କ ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ବୁଗୁଡ଼ା ବ୍ଲ୍ଳକ ଅନ୍ତର୍ଗତ...

Advertisement
Archives

Model This Week