Posted inଜାତୀୟ

ବିବାହର ୧୬ ବର୍ଷ ପରେ ପ୍ରମାଣପତ୍ର ମାଗିବାରୁ କର୍ମଚାରୀ କହିଲେ ପୁଣିଥରେ ବିବାହ କର

କୋଚି,୧୨।୭: କେରଳର ଜଣେ ଦମ୍ପତି ବିବାହର ୧୬ ବର୍ଷ ପରେ ଏହାର ପ୍ରମାଣପତ୍ର ପାଇଁ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଥିବା ୪ ଜଣ କର୍ମଚାରୀ ବେଶ୍‌ କିଛି ଦିନ ତାଙ୍କୁ ଦୌଡାଇବା ପରେ ଶେଷରେ କହିଥିଲେ ପୁଣି ଥରେ ବିବାହ କର ତା’ହେଲେ ଯାଇ ବିବାହ ପ୍ରମାଣ ପତ୍ର ମିଳିବ। ଏହି ଘଟଣାକୁ ଉକ୍ତ ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ବିଭାଗୀୟ ମନ୍ତ୍ରୀ ଜି ସୁଧାକରନ ଦୁର୍ବବ୍ୟହାର ଓ କାର୍ଯ୍ୟରେ ଅବହେଳା ଦର୍ଶାଇ ଉକ୍ତ ୪ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ଜଣାପଡିଛି। ଏହାପରେ ସୁଧାକରନ ଗୁରୁବାର ଏକ ଫେସବୁକ୍‌ ପୋଷ୍ଟ ମାଧ୍ୟମରେ କହିଛନ୍ତି କି ଯେତେବେଳେ ତାଙ୍କୁ ଏ ବିଷୟରେ ଜଣାପଡିଲା ସେତେବେଳେ ସେ ଏହାକୁ ସହି ନ ପାରି ନିଲମ୍ବନ ଆଦେଶ ଦେଲେ। ସୂଚନାଯୋଗ୍ୟ, ମଧୁସୂଦନ ନାମକ ଜଣେ ବ୍ୟକ୍ତି ୧୬ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୦୩ ଫେବୃୟାରୀ ୨୭ରେ ବିବାହ କରିଥିଲେ। ଗତ ଜୁନ୍‌ ମାସରେ ତାଙ୍କର ବିବାହ ପଞ୍ଜିକରଣ ପ୍ରମାଣପତ୍ର ଆବଶ୍ୟକ ପଡିବାରୁ ସେ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଥିବା କର୍ମଚାରୀମାନେ ପ୍ରଥମେ ତାଙ୍କୁ ଥଟ୍ଟା କରିଥିଲେ ଓ କିଛିଦିନ ଦୌଡାଇବା ପରେ ଶେଷରେ କହିଥିଲେ ପୁଣିଥରେ ବିବାହ କର ତା’ହେଲେ ଆଉ ପୁରୁଣା ତଥ୍ୟ ନ ଖୋଜି ଶୀଘ୍ର ପ୍ରମାଣପତ୍ର ଦେଇ ହେବ। ହେଲେ କର୍ମଚାରୀଙ୍କ ଏଭଳି ବ୍ୟବହାର ଏବେ ସେମାନଙ୍କୁ ମହଙ୍ଗା ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri