ବିବାଦ ପିଛା ଛାଡୁନି: ପୁଣି ଠକେଇ ଅଭିଯୋଗ ଅଡୁଆରେ ଅଭିନେତ୍ରୀ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଓଲିଉଡ୍‌ର ଜଣେ ଅଭିନେତ୍ରୀଙ୍କ ପିଛା ଛାଡ଼ୁନି ବିବାଦ। ପ୍ରଥମେ ପ୍ରେମ ନାଁରେ ପ୍ରେମିକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେବା ଅଭିଯୋଗରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ତାଙ୍କ ନାମରେ ଆଉ ଜଣେ ଯୁବକ ବ୍ରହ୍ମପୁରର ପପୁନ ମହାରଣା ଆଣିଛନ୍ତି ଏକ ଠକେଇ ଅଭିଯୋଗ। ଓଡ଼ିିଆ ଫିଲ୍ମରେ ଅଭିନୟ କରାଇ ଦେବାକୁ କହି ତାଙ୍କଠାରୁ ଅଭିନେତ୍ରୀ ଜଣକ ୮ହଜାର ଟଙ୍କା ଠକିନେଇଥିବା ପପୁନ ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ପପୁନ୍‌ କହିଛନ୍ତି ଯେ, ଅଭିନେତ୍ରୀ ଜଣକ ନିଜ ଫେସ୍‌ବୁକରେ ଜାଲ ବିଛାଇ ଯୁବକମାନଙ୍କୁ ଶିକାର କରୁଛନ୍ତି। ସେ ଫେସ୍‌ବୁକ୍‌ରେ ନିଜର ହଟ୍‌ ଫଟୋକୁ ପ୍ରୋଫାଇଲ୍‌ରେ ରଖିଛନ୍ତି। କେହି ଏହି ଫଟୋକୁ ଦେଖି ଆକୃଷ୍ଟ ହୋଇ ତାଙ୍କ ସହ ଯୋଗାଯୋଗ କଲେ ସେ ତାଙ୍କୁ ଫିଲ୍ମରେ ସୁଯୋଗ ଦେବା କିମ୍ବା ଅନ୍ୟ ବାହାନାରେ ଅର୍ଥ ଲୁଟ କରୁଛନ୍ତି। ଫେସ୍‌ବୁକ୍‌ ଜରିଆରେ ସେ ସମ୍ପୃକ୍ତା ଅଭିନେତ୍ରୀଙ୍କ ସହ ପରିଚିତ ହୋଇଥିଲେ। ଅଭିନେତ୍ରୀ ଜଣକ ତାଙ୍କୁ ଓଡ଼ିଆ ଫିଲ୍ମରେ ଅଭିନୟ କରାଇ ଦେବାକୁ କହି ୮ ହଜାର ଟଙ୍କା ନେଇଥିଲେ। କିନ୍ତୁ ପରେ ଅଭିନୟର ସୁଯୋଗ ଦେଇ ନ ଥିଲେ। ଟଙ୍କା ଫେରାଇବା ଲାଗି ତାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ଧରାଛୁଆଁ ଦେଇ ନ ଥିଲେ। ଏବେ ପ୍ରେମ ନାଁରେ ଜଣେ ଯୁବକଙ୍କୁ ଏଭଳି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଗଣମାଧ୍ୟମରୁ ଜାଣିବା ପରେ ଅଭିଯୋଗ କରିଛି ବୋଲି ପପୁନ କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ମତାମତ ପାଇଁ ସମ୍ପୃକ୍ତା ଅଭିନେତ୍ରୀଙ୍କୁ ଫୋନ୍‌ କଲେ ମଧ୍ୟ ସେ ରିସିଭ କରି ନ ଥିଲେ କି କ୍ୟାମେରା ସମ୍ମୁଖକୁ ଆସି ନ ଥିଲେ। ସେହିପରି ପ୍ରେମ ଠକେଇ ଘଟଣାରେ ପଦ୍ମାରାଜୁ ଶିବ କୁମାରଙ୍କ ପରିବାରକୁ ଅଭିନେତ୍ରୀ ଜଣକ ଗୁଳିଗୁଲଜ କରୁଥିବା ଏକ ଅଡିଓ ରେକର୍ଡିଂରେ ଶୁଣିବାକୁ ମିଳୁଛି। ଏଥିଯୋଗୁ ସମ୍ପୃକ୍ତ ଅଭିନେତ୍ରୀ ଗୋଟିକ ପରେ ଗୋଟିଏ ବିବାଦରେ ଫସିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅକ୍ଷୟ ତୃତୀୟା: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କୃଷି କାର୍ଯ୍ୟରେ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ପବିତ୍ର ଅକ୍ଷୟ...

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ପୁରୀ ଅଫିସ,୧୫।୧୦: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ମଙ୍ଗଳବାର ଦୁଇଜଣ ଯୁବକ ଭାସି ଯାଇଛନ୍ତି। ଅପରାହ୍ନରେ ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ରରେ କେତେଜଣ ଯୁବକ...

ଦାୟିତ୍ୱ ଗ୍ରହଣ କଲେ ପୋଲିସ କମିଶନର

ଭୁବନେଶ୍ୱର,୨୨ା୮(ବ୍ୟୁରୋ): କଟକ ଓ ଭୁବନେଶ୍ୱର ଦୈତ୍ୟନଗରୀର ନୂତନ ପୋଲିସ କମିଶନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ଅଫିସର ଡ. ସୁଧାଂଶୁ ଷଡଙ୍ଗୀ। ଭୁବନେଶ୍ୱରସ୍ଥିତ...

ଆଦିବାସୀ ପିନ୍ଧୁଛନ୍ତି ଶାଳପତ୍ରରେ ତିଆରି ମାସ୍କ

ପାପଡାହାଣ୍ଡି,୩୦ା୩,(ଡି.ଏନ୍‌.ଏ.): ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା...

ଟ୍ରେନ୍‌ରେ ମାନବ ଚାଲାଣ ରୋକିବାକୁ ଗୁରୁତ୍ୱ

କଟକ ଅଫିସ,୨୬ା୨: ରାଜ୍ୟସ୍ତରୀୟ ରେଳ ସୁରକ୍ଷା କମିଟିର ଚଳିତବର୍ଷର ପ୍ରଥମ ତ୍ରୈମାସିକ ବୈଠକ ମଙ୍ଗଳବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡିଜିପି ଅଭୟଙ୍କ ଅଧ୍ୟକ୍ଷତାରେ...

ପାଠ୍ୟପୁସ୍ତକ ଜ୍ଞାନକୁ ଜୀବନରେ ବିନିଯୋଗ କର: ଓ୍ବାଙ୍ଗ୍‌ଚୁକ୍‌

ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ):ଶିକ୍ଷା କ୍ରାନ୍ତି ବା କୌଣସି ବ୍ୟକ୍ତିର ଶିକ୍ଷାର ବିକାଶ ପାଇଁ ‘ପଢ଼ିବା, ଲେଖିବା ଓ ଗଣିତ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରୀଛାତ୍ରମାନେ ସମାଜରେ ସକାରାତ୍ମକ ଚିନ୍ତନ...

ସୁଦର୍ଶନଙ୍କ ବାଲୁକା କଳାରେ କେରଳ ଗର୍ଭିଣୀ ହାତୀ ମୃତ୍ୟୁର କରୁଣ ଚିତ୍ର

ପୁରୀ ଅଫିସ,୫।୬- କେରଳରେ ବାଣଭର୍ତ୍ତି ସପୁରି ଖୁଆଇ ଏକ ଗର୍ଭିଣୀ ହାତୀକୁ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ଏହି...

୨୦୧୯-୨୦ ଆର୍ଥିକ ବର୍ଷ: ମଦରୁ ୪୬୦୦ କୋଟି ଆୟ ଲକ୍ଷ୍ୟ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଅବକାରୀ ରାଜସ୍ବ ବାବଦକୁ ୩୯୨୫କୋଟି ଟଙ୍କା ପାଇଥିଲେ। ଚଳିତ ବର୍ଷ ୨୦୧୯-୨୦ ଆର୍ଥିକ ବର୍ଷରେ ୪୬୦୦କୋଟି ଟଙ୍କା...

Coronavirus Update

Archives

Model This Week

Why Dharitri