ବିବାଦ ତୁଟିଲା: ଗୋଲାପଡ଼ାରେ ବଣ୍ଟାଯିବ ରାଶନ

ଭଞ୍ଜନଗର,୨୩।୪(ଡି.ଏନ.ଏ.)-ଗୋଲାପଡ଼ା ପଞ୍ଚାୟତରେ ଓଜନ ମାପ ଯନ୍ତ୍ରକୁ ନେଇ ଲାଗି ରହିଥିତ୍ବା ବିବାଦ ତୁଟିଛି। ଗତ ୧୮ ତାରିଖରେ ପଞ୍ଚାୟତରେ ଚାଉଳ ବଣ୍ଟନ ବେଳେ କେତେଜଣ ବ୍ୟକ୍ତି ଓଜନ ମାପ ଯନ୍ତ୍ର ଜାଲିଆତି ହୋଇଥିତ୍ବା ଦର୍ଶାଇ ହୋହାଲ୍ଲା କରିଥିଲେ। ସେମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବାଇକ୍‌ ଚାବି ଓ ଗୋଦାମ ଗୃହ ଚାବି ନେଇ ଯାଇଥିଲେ। ଗ୍ରାମବାସୀ ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ସେ ମଧ୍ୟ ଗ୍ରାମର ୪ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉଭୟ ପକ୍ଷର ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଚଳାଇଥିତ୍ଲା। ବୁଧବାର ପୋଲିସ ଉପସ୍ଥିତିରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବାଇକ୍‌ ଚାବି ଅଭିଯୁକ୍ତମାନେ ଫେରାଇଥିଲେ। ଗୋଦାମ ଗୃହ ଚାବି ନ ମିଳିବାରୁ ପୋଲିସ ଉପସ୍ଥିତିରେ ତାଲା ଭଙ୍ଗାଯାଇଛି। ଗୁରୁବାରଠାରୁ ହିତାଧିକାରୀଙ୍କୁ ବିଭିନ୍ନ ଭତ୍ତା ଓ ଶୁକ୍ରବାର ଚାଉଳ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ

ଖୋର୍ଦ୍ଧା ଅଫିସ,୧୫।୧୧: ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଝଟକା ଲାଗିଛି। ବେଗୁନିଆ ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ ସୋମବାର ବିଜେଡିରେ...

ଗଞ୍ଜାମରେ କଂଗ୍ରେସର ବାଇକ ରାଲି: ବନ୍ଦପାଳନ ଶାନ୍ତିପୂର୍ଣ୍ଣ

ଗଞ୍ଜାମ,୧୫।୨(ଡି.ଏନ୍‌.ଏ.): ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ତଥା ପେଟ୍ରୋଲ ଓ ଡିଜେଲର ଅହେତୁକ ଦରଦାମ ବୃଦ୍ଧି ଲାଗି ରାଜ୍ୟ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହ...

‘ସ୍ବର ଶାଣିତ ହୋଇପାରିଲେ ସୁରକ୍ଷା ସମ୍ଭବ’

କେନ୍ଦୁଝର, ୭।୮(ସ୍ବ.ପ୍ର.): ଦୃଢ଼ ଆତ୍ମବିଶ୍ୱାସ ହିଁ ସଫଳତା ଆଣିଥାଏ। ପିଲାମାନେ କାହାକୁ ଭୟ ନ କରି ନିଜ ସ୍ବରକୁ ଶାଣିତ କରିପାରିଲେ ନିଜକୁ ତଥା ଅନ୍ୟମାନଙ୍କୁ...

ଶ୍ରୀମନ୍ଦିର ସୁରକ୍ଷା ବଳୟ ଉନ୍ନତିକରଣ: ଜମି ଅଧିଗ୍ରହଣ ଜନଶୁଣାଣି ଆରମ୍ଭ

ପୁରୀ ଅଫିସ,୯ା୧୦: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା ବଳୟ ଉନ୍ନତିକରଣ କରାଯିବ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା...

ଅଚଳ ବୋର୍‌ଓ୍ବେଲ୍‌ରେ ବଢ଼ିବ ଭୂତଳ ଜଳସ୍ତର

ଯାଜପୁର ଅଫିସ,୨୭ା୯: ସମ୍ପ୍ରତି ରାଜ୍ୟ ଓ ଦେଶର ଏକ ବଡ଼ ସମସ୍ୟା ହେଉଛି ଭୂତଳ ଜଳସ୍ତର ହ୍ରାସ। ଏହି ସମସ୍ୟାର ସମାଧାନ କିପରି କରାଯିବ ସେନେଇ...

ଆନନ୍ଦପୁର ଓ ଘଷିପୁରା ନିର୍ବାଚନମଣ୍ଡଳୀରେ ଭୋଟ ଗଣତି ଆରମ୍ଭ

ଆନନ୍ଦପୁର(ସ୍ବ.ପ୍ର.)/ହାଟଡିହି(ଡି.ଏନ.ଏ) ୨୩।୫: କେନ୍ଦୁଝର ଜିଲା ଆନନ୍ଦପୁର ଓ ଘଷିପୁରା ନିର୍ବାଚନମଣ୍ଡଳୀର ଭୋଟ ଗଣତି ଆରମ୍ଭ ହୋଇଛି। ଶାଳପଡ଼ା ମହିଳା ମହାବିଦ୍ୟାଳୟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ...

ମନ୍ଦିର ଗେଟ୍‌ରୁ ପଡ଼ି ସୁରକ୍ଷାକର୍ମୀଙ୍କ ମୃତ୍ୟୁ: ମୃତଦେହ ରଖି ଧାରଣା

ପାଟଣା,୧୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳରେ ଥିବା ପରମେଶ୍ୱର ଶିବ ମନ୍ଦିର ଗେଟ୍‌ରୁ ପଡ଼ି ସୁରକ୍ଷାକର୍ମୀ ସନ୍ତୋଷ କୁମାର ମହାନ୍ତଙ୍କ(୪୬) ରବିବାର ମୃତ୍ୟୁ ଘଟିଥିଲା।...

ଏନ୍‌ଜିଟି ନିୟମ ମାନୁନାହାନ୍ତି ବ୍ୟବସାୟୀ

କେନ୍ଦ୍ରାପଡ଼ା ଅଫିସ, ୩୧ା୫:କେନ୍ଦ୍ରାପଡ଼ା ଜିଲାରେ ଇଟାଭାଟି ଓ ବାଲି ଚୋରାଚାଲାଣ ଲାଗି ନଦୀଶଯ୍ୟାକୁ ଖୋଳାଯାଉଛି। ଏନ୍‌ଓସି ନ ଥାଇ ଅବାଧରେ ବାଲି ଚାଲାଣ ହେଉଛି। ବେଆଇନ...

Advertisement
Archives

Model This Week