ବିପଦରେ ବ୍ରିଟିଶ ଅମଳର ପୋଲ

ଜୟପୁର,୧୩ା୧୨(ନି.ପ୍ର.): କୋରାପୁଟ ଜିଲା ଜୟପୁର ନିକଟସ୍ଥ ପାତ୍ରପୁଟଠାରେ ଥିବା ବ୍ରିଟିଶ ଅମଳର ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏପରିକି ଭାରୀଯାନ ଏହା ମଧ୍ୟଦେଇ ଗଲେ ପୋଲ ଥରୁଛି। ଏହି ପୋଲ ବୈପାରିଗୁଡ଼ା, ମାଲକାନଗିରି, ଲମତାପୁଟ ଓ ମାଛକୁଣ୍ଡକୁ ସଂଯୋଗ କରୁଛି। ବିପଦରେ ଥିବା ଯୋଗୁ ଏଠାରେ ନୂଆ ପୋଲ ନିର୍ମାଣ କରିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଗତ ୨୯ ତାରିଖରେ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ପରେ ତତ୍ପରତା ପ୍ରକାଶ କରି ସର୍ବୋଚ୍ଚ ଯନ୍ତ୍ରୀ ତୁରନ୍ତ ଡିପିଆର ପ୍ରସ୍ତୁତ କରିବାକୁ ଜୟପୁର ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଅଜୟ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବର୍ତ୍ତମାନ ବିଭାଗ ଏହି ପୁରାତନ ପୋଲ ନିକଟରେ ନୂତନ ପୋଲ କରିବ ନା ସେହିଠାରେ ହେବ, ସେଥିପାଇଁ ପ୍ରସ୍ତୁତ ହେବ ଡିପିଆର। ଯଦି ନୂତନ ପୋଲ ନିର୍ମାଣ କରାଯାଏ, ତେବେ ପୁରାତନ ବ୍ରିଟିଶ ଅମଳର ପୋଲଟିକୁ ଐତିହ୍ୟ ଭାବେ ମାନ୍ୟତା ଦିଆଯିବ। ଏହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ହେବ କାରଣ ପାତ୍ରପୁଟ ପୋଲ ନିକଟସ୍ଥ ଅଞ୍ଚଳ ପିକନିକ୍‌ ସ୍ପଟ୍‌ ଭାବେ ମଧ୍ୟ ପରିଚିତ। ଉଲ୍ଲେଖଯୋଗ୍ୟ, ୧୯୩୧ରେ କୋଲାବ ନଦୀ ଉପରେ ଏହି ପୋଲ ନିର୍ମାଣ କରାଯାଇଥିଲା। ଦୀର୍ଘ ୮୮ ବର୍ଷ ଧରି ଏହି ପୋଲ ଉପରେ ଦୈନିକ ଶହ ଶହ ଭାରୀଯାନ ଚଳାଚଳ କରୁଥିଲା। ଲୁହାରେ ତିଆରି ହୋଇଥିବା ଏହି ପୋଲ ବର୍ତ୍ତମାନ ବିପଦସଙ୍କୁଳ ହୋଇପଡ଼ିଛି। ପ୍ରବଳ ବର୍ଷାରେ ଏଥିରେ ଗର୍ତ୍ତ ସୃଷ୍ଟି ହେବା ସହ କ୍ଷମତାଠାରୁ ଅଧିକ ସଂଖ୍ୟକ ମାଲବାହୀ ଟ୍ରକ୍‌ ଏହା ଉପରେ ଯାତାୟତ କରୁଥିବାରୁ ଏହାର ସ୍ଥାୟିତ୍ୱ ନଷ୍ଟ ହେବାରେ ଲାଗିଥିଲା। ଏହି ପୋଲ ରାଞ୍ଚତ୍-ବିଜୟଓ୍ବାଡ଼ା କରିଡରକୁ ସଂଯୋଗ କରୁଥିବାରୁ ଆକସ୍ମିକ ଭାବେ ଏହା ଭାଙ୍ଗିଗଲେ ଗମନାଗମନ ଓ ପରିବହନର ମୁଖ୍ୟ ରୁଟ୍‌ ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି। ତେଣୁ ତୁରନ୍ତ ନୂତନ ପୋଲ ନିର୍ମାଣ କରାଯିବା ପାଇଁ ଦାବି ହୋଇଥିବା ବେଳେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri