ବିପଦରେ ଜୈବ ବିବିଧତା: ୮୫ ପ୍ରତିଶତ ଜମିର ମାଟି ଅମ୍ଳଯୁକ୍ତ,ଫସଲ ଉତ୍ପାଦନରେ ବାଧକ

ନୟାଗଡ଼ ଅଫିସ,୧୬ା୩: ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ୱାରା ଜୈବ ବିବିଧତା ବିପଦରେ ରହିଛି। ଏହି କାରଣରୁ ନୟାଗଡ଼ ଜିଲାର ୮୫ ପ୍ରତିଶତ ଜମିର ମାଟି ଅମ୍ଳଯୁକ୍ତ ହୋଇସାରିଲାଣି। ଏହି ଅମ୍ଳଯୁକ୍ତ ମାଟି ଫସଲ ଉତ୍ପାଦନରେ ବାଧକ ସାଜିଛି। ଏପରିସ୍ଥଳେ ସରକାର ୨୦୧୭-୧୮ ଆର୍ଥିକବର୍ଷରୁ ପରମ୍ପରାଗତ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ଏହି ଯୋଜନା ଜିଲାର କେବଳ ଓଡ଼ଗାଁ ଓ ରଣପୁର ବ୍ଲକରେ ସୀମିତ ହୋଇ ରହିଯାଇଛି।
ମାଟି ଜୀବନ୍ତ ଓ ଏଥିରେ ରାସାୟନିକ ପରିବର୍ତ୍ତନ ଲାଗିରହିଥାଏ। ହେଲେ ଆମର ଦୂରଦୃଷ୍ଟି ଅଭାବ ଯୋଗୁ ମାଟି ଅମ୍ଳଯୁକ୍ତ ହେବାରେ ଲାଗିଛି। ଏଣୁ ଜୀବଜଗତର ବିଭିନ୍ନ ଆବଶ୍ୟକତାକୁ ମେଣ୍ଟାଉଥିବା ମାଟିର ଜୈବ ବିବିଧତା ବିପଦକୁ ଠେଲି ହୋଇଯାଉଛି। ଏହାକୁ ଅଣଦେଖା କରାଯାଉଥିବାରୁ ମାଟିରେ ଫସଲ ଉପତ୍ାଦନ କମି ଚାଲିଛି। ଏହା ପରିବେଶ ଉପରେ ମଧ୍ୟ କୁପ୍ରଭାବ ପକାଉଛି। ଡେରିରେ ହେଲେ ବି ଭାରତ ସରକାର ପରମ୍ପରାଗତ କୃଷି ବିକାଶ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଜୈବିକ ପ୍ରଣାଳୀରେ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କୃଷି ବିଭାଗର ସୂଚନା ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଜିଲାର ରଣପୁର ବ୍ଲକରେ ୧୫୦୦ ଏକର ଜମିରେ ୯୦୭ ଚାଷୀ ଜୈବିକ ପ୍ରଣାଳୀରେ ଖାଦ୍ୟଶସ୍ୟ ଉପତ୍ାଦନ କରିଛନ୍ତି। ଓଡଗଁା ବ୍ଲକରେ ୫୦୦ ଏକରରେ ୩୦୦ ଚାଷୀ ଜୈବିକ ପଦ୍ଧତିରେ ଚାଷ କରିଥିବା ଜଣାପଡିଛି। ସେହିପରି ୨୦୧୮-୧୯ରେ ରଣପୁରରେ ୭୭୦ ଏକରରେ ୪୪୦ ଚାଷୀ, ଓଡ଼ଗାଁରେ ୩୦୦ ଏକରରେ ୧୭୩ ଚାଷୀ ଏବଂ ୨୦୧୯-୨୦ରେ ରଣପୁରରେ ଏକ ହଜାର ଏକରରେ ୬୨୩ ଚାଷୀ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି। ହେଲେ ସଚେତନତା ଅଭାବରୁ ଏହା ଚାଷୀଙ୍କ ପାଖରେ ଅପହଞ୍ଚ ହୋଇରହିଥିବା କୁହାଯାଉଛି। ଗଣିଆର ଚାଷୀ ରାମଚନ୍ଦ୍ର ପ୍ରଧାନ କୁହନ୍ତି, ରାସାୟନିକ ସାର ଓ କୀଟନାଶକ ନ ଦେଲେ ଫସଲ ଫଳୁନି। ଫସଲ ନ ହେଲେ ଆମ ରୋଜଗାର କମିଯିବ। କ୍ଷତିରେ ପଡିବୁ। ଜୈବିକ ପଦ୍ଧତିରେ ଚାଷ କଲେ ଲାଭ ଓ କ୍ଷତି ସମ୍ପର୍କରେ ଆମକୁ କେହି ବୁଝାଉ ନାହାନ୍ତି। ଏ ଦିଗରେ ସଚେତନତା କରାଯିବା ଆବଶ୍ୟକତା ରହିଛି। ଓଡ଼ଗାଁର ଚାଷୀ ଦାମ ସାହୁ କୁହନ୍ତି, ଓଡ଼ଗାଁ ବ୍ଲକର କେଉଁ ଅଞ୍ଚଳରେ ଜୈବିକ ପଦ୍ଧତିରେ ଚାଷ ହେଉଛି ତାହା କୃଷି ବିଭାଗ ଜାଣିଥିବ। ଆମେ ଜୈବିକ ପଦ୍ଧତିରେ ଚାଷ କରିବାକୁ ଆଗ୍ରହୀ ଥିଲେ ମଧ୍ୟ ଅମଳ ଅଧିକ ନ ହେବାରୁ ରାସାୟନିକ ଓ କୀଟନାଶକ ବ୍ୟବହାର କରିବାକୁ ବାଧ୍ୟ ହେଉଛୁ। ବୈଜ୍ଞାନିକ ପ୍ରମୋଦ ପୃଷ୍ଟିଙ୍କ ସୂଚନା ଅନୁସାରେ ଏସିଡିଟି ବଢ଼ିଲେ ମାଟି ଅମ୍ଳ ହୋଇଯାଏ। ଅମ୍ଳ ମାଟିରେ ଯବକ୍ଷାରଜାନ, ଫସ୍‌ଫରସ, ପଟାସ, କ୍ୟାଲସିୟମ ଥିଲେ ଗଛ ଖାଦ୍ୟ ରୂପେ ଗ୍ରହଣ କରିପାରେ ନାହିଁ। ପୁଣି ଅମ୍ଳମାଟିରେ ଜୈବିକ ଅଙ୍ଗାର ଓ ଅଣୁଜୀବଙ୍କ ସଂଖ୍ୟା କମ ରହିଥାଏ। ଆଲମୁନିୟମ ଓ ଲୌହ ଅଧିକ ଥିବାରୁ ଫସଲ ପାଇଁ କ୍ଷତିକାରକ ହୋଇଥାଏ। ଅମ୍ଳ ମାଟିରେ ଚୂନ ସହ ଗୋବର ମିଶା ଖତ ପକାଇବା ଦରକାର। ସେହିପରି କାଗଜ ମଣ୍ଡ ମଧ୍ୟ ଦେବା ଦରକାର। ହେଲେ ଏହା ପର୍ଯ୍ୟାପ୍ତ ପରିମାଣର ମିଳୁ ନାହିଁ। ଗାଈ ସଂଖ୍ୟା କମିବା କାରଣରୁ ଗୋବର ଖତ ମିଳୁ ନାହିଁ। ଏଣୁ ଜୈବିକ କୃଷି ଲୋକପ୍ରିୟତା ହୋଇପାରୁ ନାହିଁ। ନୟାଗଡ଼ର ଅବସରପ୍ରାପ୍ତ ଜିଲା ମୁଖ୍ୟ କୃଷି ଅଧିକାରୀ ଶିଶିର କୁମାର ପଣ୍ଡା କୁହନ୍ତି, ରାସାୟନିକ ସାର ପ୍ରୟୋଗ ଦ୍ୱାରା ମାଟି ଅମ୍ଳ ହେବା ସ୍ବାଭାବିକ। ତେବେ ଜୈବିକ ସାର ପ୍ରସ୍ତୁତ କରି ମାଟିରେ ପ୍ରୟୋଗ କଲେ ଅମ୍ଳ କମିବା ସହ ଉର୍ବରତା ବଢ଼ିବ। ଏହା ଦ୍ୱାରା ଖର୍ଚ୍ଚ କମିବ। ଅମଳ ଅଧିକ ନ ହେଲେ ବି ପରିବେଶ ସନ୍ତୁଳନ ରହିବା ସହ ରୋଗରୁ ମୁକ୍ତି ମିଳିବ। ସରକାର ଜୈବିକ କୃଷିକୁ ଏବେ ପ୍ରାଧାନ୍ୟ ଦେଉଛନ୍ତି। ଚାଷୀ ଏହାକୁ ଗ୍ରହଣ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri