Posted inଖେଳ

ବିନୋଦ କାମ୍ବଲୀଙ୍କୁ ଚ୍ୟାଲେଞ୍ଜ ଦେଲେ ସଚିନ ତେନ୍ଦୁଲକର: ୨୮ ଜାନୁୟାରୀ ମଧ୍ୟରେ ପୂରଣ କର ଏହି କାମ

ମୁମ୍ବାଇ, ୨୨।୧: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ନିଜ ବନ୍ଧୁ ତଥା ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲୀଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି। ଏହାକୁ ପୂରଣ ପାଇଁ ତାଙ୍କୁ ମାତ୍ର ଗୋଟିଏ ସପ୍ତାହ ସମୟ ଦେଇଛନ୍ତି ସଚିନ। ଉକ୍ତ ଚ୍ୟାଲେଞ୍ଜଟି ହେଉଛି ୨୦୧୭ରେ ଗାୟକ ସୋନୁ ନିଗମଙ୍କ ସହ ସଚିନ ‘କ୍ରିକେଟ ବାଲି ବାତ୍‌’ ନାମକ ଗୀତ ଗାଇଥିଲେ। ଯାହା ସୁପରହିଟ୍‌ ହୋଇଥିଲା। ଏହି ଗୀତଟିକୁ ସେ ସାଥୀ ଖେଳାଳିଙ୍କୁ ସମର୍ପିତ କରିଥିଲେ। ସଚିନ ଏହି ଗୀତଟିକୁ ଏକ ସପ୍ତାହ ମଧ୍ୟରେ ର଼୍ୟାପ୍‌ କରିବା ପାଇଁ କାମ୍ବଲୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଉକ୍ତ ଗୀତରେ ଭାରତ ପକ୍ଷରୁ ଖେଳିଥିବା ପ୍ରସିଦ୍ଧ ଖେଳାଳିଙ୍କ ନାମ ନେଇଥିଲେ ସଚିନ। ଖେଳାଳିଙ୍କ ନାଁ ମନେରଖି ଗୀତଟିକୁ ର଼୍ୟାପ୍‌ କରିବା ପାଇଁ ସେ କାମ୍ବଲୀଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ସଚିନ ଏବଂ କାମ୍ବଲୀ ଭଲ ବନ୍ଧୁ। ଉଭୟ ସାଙ୍ଗ ହୋଇ କ୍ରିକେଟ ଜୀବନ ଆରମ୍ଭ କରିଥିଲେ। ନିକଟରେ କାମ୍ବଲୀଙ୍କ ଜନ୍ମଦିନରେ ସଚିନ ଏକ ଭିଡିଓ ଶେୟାର କରି ତାଙ୍କୁ ଜଣେ ଭଲ ଗାୟକ ଏବଂ ଡ୍ୟାନ୍ସର ଆଖ୍ୟା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁର୍ଦ୍ଦିନରେ ସଚିନ, କୋହଲିଙ୍କ ବ୍ୟାଟ୍‌ ପ୍ରସ୍ତୁତକାରୀ

ନୂଆଦିଲ୍ଲୀ,୨୧।୮: କେତେକ ଭାରତୀୟ ତାରକା କ୍ରିକେଟରଙ୍କ ପାଇଁ ବ୍ୟାଟ ତିଆରି କରିଥିବା ବ୍ୟକ୍ତି ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ସେ ହେଉଛନ୍ତି ଆଶ୍ରଫ୍‌ ଚୌଧୁରୀ। କ୍ରିକେଟ...

ଭାରତୀୟ କ୍ରିକେଟ୍‌ ଦଳର ଦୋଣାଚାର୍ଯ୍ୟ କିଏ ଜାଣନ୍ତି କି

ବ୍ରିସବେନ୍‌,୨୦।୧: ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆକୁ ୩ ଉଇକେଟରେ ପରାସ୍ତ କରି ସିରିଜ୍‌ ୨-୧ରେ ଜିତିଛି।...

ଓସିଏକୁ ପୂର୍ଣ୍ଣ ଅନୁମୋଦନ: ଅନୁଦାନ ପାଇଁ ବାଟ ଫିଟିଲା

କଟକ ଅଫିସ,୧।୮- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)କୁ ପୂର୍ଣ୍ଣ ଅନୁମୋଦନ ମିଳିଛି, ଯାହା ଫଳରେ ଆଗାମୀ ଦିନରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବିଭିନ୍ନ ଅନୁଦାନ ପାଇବା...

ମ୍ୟାଚ୍‌ ଶେଷ ହେବା ପରେ ଏହି କାମ କରିଥାନ୍ତି ସୂର୍ଯ୍ୟକୁମାର: ୧୦୬ ସେକେଣ୍ଡ ଭିଡିଓରେ ବଖାଣିଲେ…

ବମ୍ବେ,୨୭।୫: ନିକଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ସହ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ରେ ନଜର ଆସିଥିଲେ। ଏହି ସମୟରେ ସେ ନିଜର ବ୍ୟକ୍ତିଗତ ରୁଚି...

ରାଜସ୍ଥାନ ୩ ଉଇକେଟରେ ବିଜୟୀ

କୋଲକାତା,୨୬।୪(ପି.ଟି.)- ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ୪ଟି ବଲ...

ଏଟିପି ଫାଇନାଲ୍ସ: ଥିମ୍‌ଙ୍କଠାରୁ ହାରିଲେ ଫେଡରର

ଲଣ୍ଡନ,୧୧।୧୧(ଏଏଫ୍‌ପି): ସ୍ଥାନୀୟ ଓ୨ ଏରିନାରେ ରବିବାର ଏଟିପି ଫାଇନାଲ୍ସ ଆରମ୍ଭ ହୋଇଛି। ସେସନ ଶେଷରେ ଆୟୋଜିତ ହେଉଥିବା ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ସୁଇଜରଲାଣ୍ଡ...

କୋଚ୍‌ ହେଡେନଙ୍କ ରେକର୍ଡ ଭାଙ୍ଗିଲେ ବାବର

ଦୁବାଇ,୧୧।୧୧: ପାକିସ୍ତାନ ଅଧିନାୟକ ତଥା ବ୍ୟାଟର ବାବର ଆଜାମ ପଦାର୍ପଣ ଟି୨୦ ବିଶ୍ୱକପ୍‌ ସଂସ୍କରଣରେ ସର୍ବାଧିକ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହି...

ଟି୨୦ରେ ବିରାଟ, ରୋହିତ୍‌ କରି ନ ଥିବା କୀର୍ତ୍ତିମାନ କଲେ ସୋଏବ ମଲିକ

ନୂଆଦିଲ୍ଲୀ, ୧୧।୧୦: ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ସିନିୟର ଖେଳାଳି ସୋଏବ ମଲିକ ଟି୨୦ରେ ଏମିତି ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି, ଯାହା...

Advertisement
Archives

Model This Week