ବିନା ଲକ୍‌ଡାଉନ୍‌ରେ ବି କରୋନାକୁ ପରାସ୍ତ କରିଛି ଭିଏତ୍‌ନାମ୍‌: କୌଣସି ସଂକ୍ରମିତଙ୍କ ହୋଇନି ମୃତ୍ୟୁ

ହନୋଇ,୨୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଆମେରିକାରେ ମୃତକଙ୍କ ସଂଖ୍ୟା ୫୧ ହଜାର ଟପିଛି। ସେହିପରି ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଭିଏତ୍‌ନାମ୍‌ ବିନା ଲକ୍‌ଡାଉନ୍‌ରେ କରୋନାକୁ ପରାସ୍ତ କରିବାରେ ସକ୍ଷମ ହୋଇଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୨୬୮ ଜଣଙ୍କ କରୋନା ସଂମ୍ରିତଙ୍କୁ ଚିହ୍ନଟ କରାଯାଇଛି। ତେବେ କୌଣସି ସଂକ୍ରମିତଙ୍କ ମୃତ୍ୟୁ ଏଠାରେ ଘଟି ନାହିଁ। ଭିଏତ୍‌ନାମ୍‌ର ସୀମା ଚାଇନା ସହିତ ଲାଗିଛି। ଏହାର ଜନସଂଖ୍ୟା ୯ କୋଟି ୭୦ ଲକ୍ଷ। ଜାନୁୟାରୀର ଶେଷ ଆଡ଼କୁ ଭିଏତନାମ୍‌ରେ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ସରକାରଙ୍କ ପକ୍ଷରୁ ଦେଶର ସମସ୍ତ ସୀମାକୁ ସିଲ୍‌ କରାଯାଇଥିଲା। ବିଦେଶରୁ ଆସୁଥିବା ସମସ୍ତା ଯାତ୍ରୀଙ୍କ ସ୍କ୍ରିନ୍‌ିଂ କରାଯାଇ ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରଖିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାର୍ଚ୍ଚ ପରେ ଦେଶରେ ସମସ୍ତ ବିଦେଶୀଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସରକାରଙ୍କ ପକ୍ଷରୁ କଣ୍ଟାକ୍ଟ୍‌ ଟ୍ରେସିଂ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଦେଶରେ କମ୍‌ ଦାମର ଟେଷ୍ଟିଂ କିଟ୍‌ ପ୍ରସ୍ତୁତ ହେବାରୁ ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା ସହଜରେ ସମ୍ପନ୍ନ ହୋଇଥିବା କୁହାଯାଉଛି। ସଂକ୍ରମିତଙ୍କୁ ଆଇସୋଲେଶନ ରଖିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇ ଘର ଘର ବୁଲି ସ୍କ୍ରିନିଂ ଆରମ୍ଭ ହୋଇଥିଲା। ଲୋକଙ୍କ ମଧ୍ୟରେ କରୋନା ନେଇ ସଚେତନତା ସୃଷ୍ଟି ଲାଗି ଛୋଟ ଛୋଟ ଭିଡ଼ିଓ ଜାତୀୟ ଟିଭିରେ ପ୍ରସାରଣ କରାଯିବା ସହିତ ଏସମ୍ପର୍କିତ ପୋଷ୍ଟରମାନ କାନ୍ଥବାଡ଼ରେ ଲଗାଯାଇଥିଲା। ଏହାର ସୁଫଳ ମିଳିଥିଲା। ଫଳରେ ଏଠାରେ କରୋନା ମହାମାରୀ ରୂପ ନେଇପାରି ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ସଂକ୍ରମଣ: ଆଜି ରାଜ୍ୟରୁ ୪୨୪ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩ା୧(ବ୍ୟୁରୋ): ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ୪୨୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ...

କ୍ଷୀର ଦାମ ୧୫୦ ଟଙ୍କା, ଚିନି କିଲୋ ୧୦୦

ଇସ୍‌ଲାମାବାଦ,୧୪ ।୩: ପାକିିସ୍ତାନର ଇମ୍ରାନ ସରକାର ପୁଣି ଟାର୍ଗେଟରେ । ଗୋଟିଏ ପଟେ ମହଙ୍ଗା ମାଡ ହୋଇଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବିଶ୍ୱ...

ଚାଇନା ପଠାଇଲା ସାଢ଼େ ୬ ଲକ୍ଷ ଟେଷ୍ଟ୍‌ କିଟ୍‌: ୧୫ ମିନିଟ୍‌ରେ ସଂକ୍ରମିତ ହେବେ ଚିହ୍ନଟ !

ନୂଆଦିଲ୍ଲୀ,୧୬।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଏବେ କରାଯାଉଥିବା ପରୀକ୍ଷାରେ...

ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ରଣପୁର, ୧୮ା୫ (ସ୍ବ.ପ୍ର.): କରୋନା ମୁକାବିଲା ପାଇଁ ସରକାର ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ରଣପୁର ବ୍ଲକ ବ୍ରଜରାଜପୁର ସରପଞ୍ଚ ସୁକାନ୍ତ...

ବଳାତ୍କାର ବୃଦ୍ଧି ପାଇଁ ପାଶ୍ଚାତ୍ୟ ସଂସ୍କୃତି ଦାୟୀ: ଇମ୍ରାନ

ଇସଲାମାବାଦ, ୮ା୪: ଦିନକୁ ଦିନ ବଳାତ୍କାର ମାମଲା ବୃଦ୍ଧି ପାଇଁ ଅଶ୍ଳୀଳତା, ପାଶ୍ଚାତ୍ୟ ସଂସ୍କୃତି ଦାୟୀ ବୋଲି କହି ବିବାଦରେ ଫସିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ

ବନ୍ତ,୧୫ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ପ୍ରତିହତ ଲାଗି ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ଅସହାୟ ଲୋକମାନେ ଖାଇବା ପାଇଁ ବହୁତ ହଇରାଣ ହରକତ...

ରାଜଧାନୀରେ ବଢିଲାଣି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୫ ।୪: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ଗୁରୁବାର ଏଠାରେ ୩୦୦ରୁ ଅଧିକ...

ଟିକା ନାହିଁ: ୯୦୦ କେନ୍ଦ୍ର ବନ୍ଦ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗୋଟିଏ ପଟେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ସରକାରଙ୍କୁ ଟିକା ଚିନ୍ତା ଘାରିଛି। ଟିକା...

Advertisement
Archives

Model This Week