ବିନା ମାସ୍କରେ ଡାକ୍ତରଖାନାରେ ରୋଗୀ, ସମ୍ପର୍କୀୟ

ଲୋଇସିଂହା,୧୯ା୪(ଡି.ଏନ୍‌.ଏ.): ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ବିଭାଗରେ ଭର୍ତ୍ତି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ବିନା ମାସ୍କରେ ରହୁଥିବା ରବିବାର ସକାଳେ ଦେଖିବାକୁ ମିଳିଛି। ଲୋଇସିଂହା ଥାନା ଅନ୍ତର୍ଗତ ବାଞ୍ଜିପାଲି ଗାଁର ଗୋଟିଏ ପରିବାରର ୨ ଶିଶୁୁ ସମେତ ୫ ମହିଳା ମହୁମାଛି ଆକ୍ରମଣରେ ଶିକାର ହୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ। ମହୁମାଛି ଆକ୍ରମଣରେ ଆହତଙ୍କୁ ଚିକିତ୍ସା କରୁଥିବା ନର୍ସମାନେ ମଧ୍ୟ ମାକ୍ସ ପରିଧାନ କରି ନ ଥିବା ଦେଖାଯାଇଥିଲା। ଜନୈକ କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଘରେ ଛାଡ଼ି ଆସିଥିବା କହିଥିଲେ। କରୋନା ଭୂତାଣୁ ଭୟାବହତାକୁ ନେଇ ସବୁଠି ଭୟର ବାତାବରଣ ଖେଳିଯାଇଛି। ସରକାର ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇ ଲୋକଙ୍କୁ ସଚେତନ କରୁଥିବା କୁହାଯାଇଛି। ହେଲେ ଏଠି ସ୍ବାସ୍ଥ୍ୟ ବିଭାଗ ସଚେତନ ନ ଥିବା ପରିଲକ୍ଷିତ ହୋଇଥିଲା। ଏଠାକୁ ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଲୋକେ ଆସୁଥିବାରୁ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ଦେଖାଦେଇଛି। ଏ ନେଇ ପିଏଚ୍‌ଓ ରମେଶ ସାହୁଙ୍କୁ ପଚାରିବାରୁ ରୋଗୀ ଓ ପରିଜନଙ୍କ ପାଇଁ ମାସ୍କ ଯୋଗାଣ ବ୍ୟବସ୍ଥା ନାହିଁ। କେବଳ ଷ୍ଟାଫ୍‌ଙ୍କୁ ଦିଆଯାଇଛି। କେଉଁ ପରିସ୍ଥିତିରେ ସେମାନେ ପନ୍ଧି ନ ଥିଲେ ବୁଝୁଛି ବୋଲି କହିଥିଲେ। କୋଭିଡ୍‌ ୧୯ ପାଇଁ ୪ ଜଣ ନର୍ସ ଓ ଜଣେ ଫାର୍ମାସିଷ୍ଟ ଶନିବାରଠାରୁ ଯୋଗ ଦେଇଛନ୍ତି। ସେମାନେ ଏନେଇ ଲୋକଙ୍କୁ ସଚେତନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀଙ୍କ ଦ୍ୱାରା ମାସ୍କ, ରାଶନ ସାମଗ୍ରୀ ବଣ୍ଟନ

ଯୋଡ଼ା, ୨୬ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ପୌରପାଳିକାର ୫ ନଂ.ଓ୍ବାର୍ଡ ଆଜାଦବସ୍ତି କ୍ଲବ ଗୃହଠାରେ ଯୋଡାର ଜଣେ କଣ୍ଠଶିଳ୍ପୀ ଶୁଭଶ୍ରୀ ଜେନାଙ୍କ ପକ୍ଷରୁ ଗରିବ ଅସହାୟ...

ଆସିକାରେ ଚାଞ୍ଚଲ୍ୟ: ସଂକ୍ରାନ୍ତିରେ ପୂଜା ସାରି ମନ୍ଦିରରୁ ଫେରୁଥିବା ବେଳେ ମହିଳାଙ୍କୁ ହତ୍ୟା

ଆସିକା,୧୬ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନାର କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ ଭେଙ୍କଟରାଇପଲ୍ଲୀ ଗ୍ରାମରେ ରବିବାର ସକାଳେ ଶିବମନ୍ଦିର ନିକଟରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ମୃତ...

ସ୍ଥାୟୀ ପଦବୀ ଘୋଷଣା ଦାବିରେ ବିକ୍ଷୋଭ

ଭଦ୍ରକ ଅଫିସ, ୮ା୮- ଦେଶବାସୀ କରୋନା ମହାମାରୀ କବଳିତ ହୋଇଥିବା ବେଳେ କେନ୍ଦ୍ର ସରକାର ଦରଦାମକୁ ନିୟନ୍ତ୍ରଣ କରୁନାହିଁ। ସରକାରୀ ଶିଳ୍ପ କଳ କାରଖାନାକୁ ବେପାରୀଙ୍କୁ...

ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ

ବାରିପଦା ଅଫିସ,୨୩ା୪: ମୟୂରଭଞ୍ଜ ଜିଲାର ସୁନାମଧନ୍ୟ ବରିଷ୍ଠ ବିଶେଷଜ୍ଞ ଡାକ୍ତର ଅଞ୍ଜନ ଷଡଙ୍ଗୀଙ୍କ ରବିବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗୁରୁତର ହୋଇ...

ଯୁକ୍ତ ୨ ନାମଲେଖା : ପ୍ରକାଶ ପାଇଲା ଦ୍ୱିତୀୟ ମେଧା ତାଲିକା

ବ୍ରହ୍ମପୁର ଅଫିସ୍‌,୧୪ା୭-ଯୁକ୍ତ ୨ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଶନିବାର ପ୍ରକାଶ ପାଇଛି। କଟ୍‌ଅଫ୍‌ ଉଭୟ ବିଜ୍ଞାନ ଏବଂ ବାଣିଜ୍ୟ ବିଷୟରେ ନୀଳକଣ୍ଠନଗର...

ବିଭିନ୍ନ ଦୋକାନ ବୁଲିଲେ ଯୋଗାଣ ନିରୀକ୍ଷକ: ଚଢାଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୨୮୩(ଡି.ଏନ.ଏ)- କରୋନା ସଂକ୍ରମଣ ପ୍ରତିହତ ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଥିବା ବେଳେ ସମସ୍ତ ଗଁା, ବଜାର ଏବେ ଖାଁ ଖାଁ ଲାଗୁଛି। ଲୋକେ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଜଗର ସାପ

କୋକସରା,୬।୯(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ କୁସୁମଖୁଣ୍ଟି ଇନ୍ଦ୍ରାବତୀ ସହାକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୋମବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ସହକାରୀ...

କ୍ଷତିଗ୍ରସ୍ତଙ୍କୁ ବଗଲା ଧର୍ମଶାଳା ଜମି ବିକ୍ରି

ପୁରୀ ଅଫିସ,୧୯ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବସାୟ ପ୍ରତିଷ୍ଠାନ ହରାଇଥିବା କ୍ଷତିଗ୍ରସ୍ତଙ୍କୁ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ବିକ୍ରି କରାଯାଇଛି। ୬ଜଣ...

Advertisement
Archives

Model This Week