ବିନା ପାରିଶ୍ରମିକରେ ମାସ୍କ ତିଆରି

ବାରିପଦା ଅଫିସ, ୩୦ା୩- ବର୍ତ୍ତମାନ ସାରା ବିଶ୍ୱ କରୋନା ଭାଇରସ୍‌କୁ ନେଇ ଚିନ୍ତିତ। ଏହି ଭାଇରସ୍‌ ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଭାରତରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ବର୍ତ୍ତମାନ ସମୟରେ ସମସ୍ତେ ନିଜେ ନିଜ ଘରେ ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ତକତପୁର ଅଞ୍ଚଳରେ ରହୁଥିବା ଏକ ପରିବାର ବିନା ପାରିଶ୍ରମକିରେ ମାସ୍କ ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତକତପୁର ବଜାରରେ ରାଜେନ୍ଦ୍ର କବାଟ ଏକ ଲେଡ଼ିସ୍‌ ଟେଲର କରି ପରିବାର ପ୍ରତିପୋଷଣ କରନ୍ତି। ବର୍ତ୍ତମାନ ଲକଡ଼ାଉନ ହୋଇଥିବାରୁ ତାଙ୍କ ଦୋକାନ ବନ୍ଦ ରହିଛି। ଘରେ ବସି ବସି ମହାମାରୀ କରୋନା ସମୟରେ ସେବା ଯୋଗାଇ ଦେଉଥିବା ପୋଲିସ କର୍ମଚାରୀ ଓ ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ଏବେ ମାସ୍କର ଘୋର ଅଭାବ ଦେଖା ଦେଉଥିବା ନେଇ ସେ ଚିନ୍ତିତ ହୋଇ ପଡ଼ିଥିଲେ। ତେଣୁ ରାଜେନ୍ଦ୍ର ନିଜେ ମାସ୍କ ତିଆରି କରି ମାଗଣାରେ ବାଣ୍ଟିବା ପାଇଁ ମନସ୍ଥ କରିଥିଲେ। ହେଲେ ଉନ୍ନତମାନର ମାସ୍କ ତିଆରି କରିବା ପାଇଁ କପଡ଼ା ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବା ନିମିତ୍ତ ସମ୍ବଳ ଅଭାବ ଦେଖା ଦେଇଥିଲା। ଏହି ସମୟରେ ଭୁବନେଶ୍ୱରର ଏସଜିକେ ଫାଉଣ୍ଡେସନ ସହାୟତାର ହାତ ବଢ଼ାଇଥିଲା। ଏହା ପରେ ସେ ଓ ତାଙ୍କ ପରିବାର ମାର୍ଚ୍ଚ ୨୫ ତାରିଖରୁ ମାସ୍କ ତିଆରି ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ଉତ୍ସର୍ଗୀକୃତ ପରିବାର ୨ ହଜାର ମାସ୍କ ତିଆରି କରିସାରିଥିବା ବେଳେ ଆଗାମୀ ଦିନରେ ଆହୁରି ୧୦ ହଜାର ମାସ୍କ ତିଆରି କରିବା ପାଇଁ ଯୋଜନା ରଖିଛନ୍ତି। ମାସ୍କ ତିଆରି କରିବାରେ ତାଙ୍କ ପରିବାରର ସଦସ୍ୟମାନେ ସହାୟତା କରୁଛନ୍ତି। ଗୋଟିଏ ଦିନରେ ପ୍ରାୟ ୮ ଘଣ୍ଟା ସେ ମାସ୍କ ତିଆରି କରିବାରେ ସମୟ ଦେଉଛନ୍ତି। ବଜାରରୁ କପଡ଼ା ଆଣି ତାଙ୍କୁ ସାଇଜ ଅନୁସାରରେ ରାଜେନ୍ଦ୍ର କାଟୁଥିବା ବେଳେ ସ୍ତ୍ରୀ ସଞ୍ଜନା କବାଟ ଓ ଅନ୍ୟ ଜଣେ ସହଯୋଗୀ ତନୁସ୍ମିତା ପତି ଏହାକୁ ସିଲାଇ କରନ୍ତି। ସିଲାଇ ସରିବା ପରେ ଏହାକୁ ରାଜେନ୍ଦ୍ର ଓ ତାଙ୍କ ବାପା ନରୋତ୍ତମ ମାସ୍କକୁ ଜରିରେ ପ୍ୟାକିଂ କରନ୍ତି। ମାସ୍କ ତିଆରି କରିବା ବେଳେ ସମସ୍ତେ ନିଜ ହାତକୁ ସାନିଟାଇଜ କରିବା ସହ ମୁହଁରେ ମାସ୍କ ପିନ୍ଧି ଉତ୍ସାହର ସହିତ କାମ ଆରମ୍ଭ କରିଥାନ୍ତି। ପ୍ରସ୍ତୁତ ହୋଇଥିବା ମାସ୍କଗୁଡ଼ିକୁ ବାରିପଦା ସମେତ ଭୁବନେଶ୍ୱର, କଟକ, ଏବଂ ଖୋର୍ଦ୍ଧା ଅଞ୍ଚଳର ପୋଲିସ ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଏସଜିକେ ଅନୁଷ୍ଠାନ ବଣ୍ଟନ କରିବ ବୋଲି ରାଜେନ୍ଦ୍ର କହିଛନ୍ତି। ବିନା ପାରିଶ୍ରମିକରେ ଏହିଭଳି କାମ କରୁଥିବାରୁ ଉକ୍ତ ପରିବାର ଲୋକଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଫାର୍ମାସିଷ୍ଟ, ଏକାଧିକ ଦୋକାନ

ଯାଜପୁର ଅଫିସ,୨୬ା୧୦: ଡ୍ରଗ୍ସ ଏବଂ କସ୍‌ମେଟିକ୍ସ ଆକ୍ଟ-୧୯୪୦ର ଧାରା ୬୫(୨), ୬୩(୩)(୧) ଏବଂ ୬୫(୯)(ଏ)ର ଉଲ୍ଲଂଘନ କରି କେତେଜଣ ଖୁଚୁରା ଏବଂ ହୋଲ୍‌ସେଲର ଔଷଧ ବିକ୍ରି...

ଭୟ ଗୋଡ଼ାଉଛି

ଯାଜପୁର ଅଫିସ,୨୫ା୮: ମନ୍ଦିର ଗଢ଼ିଲେ ନାଁ, ଭାଙ୍ଗିଲେ ବି ନାଁ। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଏଭଳି ନୀତିରେ ଚାଲିଛି। ନିକଟରେ ସୂଚନା ପ୍ରଦାନ...

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା ଭାଜପା: ବାପାଙ୍କ ପରେ ପୁଅକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ନଭେମ୍ବର ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଓ ଜଗତ୍‌ସିଂହପୁର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରବିବାର ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି।...

ଯୁକ୍ତ ୨ ନାମଲେଖା : ପ୍ରକାଶ ପାଇଲା ଦ୍ୱିତୀୟ ମେଧା ତାଲିକା

ବ୍ରହ୍ମପୁର ଅଫିସ୍‌,୧୪ା୭-ଯୁକ୍ତ ୨ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଶନିବାର ପ୍ରକାଶ ପାଇଛି। କଟ୍‌ଅଫ୍‌ ଉଭୟ ବିଜ୍ଞାନ ଏବଂ ବାଣିଜ୍ୟ ବିଷୟରେ ନୀଳକଣ୍ଠନଗର...

୨୦ବର୍ଷ ପରେ ଫେରିଲେ ବିଷ୍ଣୁ

ଢେଙ୍କାନାଳ ଅଫିସ, ୯।୧୧ – ନିଖୋଜର ୨୦ ବର୍ଷ ପରେ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି ଢେଙ୍କାନାଳ ଜିଲା ଗଁଦିଆ ଥାନା ଗୁଣ୍ଡୁରାପଶି ଗ୍ରାମର ବିଷ୍ଣୁ...

କରୋନା ଭାଇରସ୍‌ରୁ ରକ୍ଷା ପାଇଁ ତାରାତାରିଣୀ ପୀଠରେ ପୂଜାର୍ଚ୍ଚନା

ପୁରୁଷୋତ୍ତମପୁର,୨୧।୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱରେ ଦେଖା ଦେଇଥିବା ମହାମାରୀ କରୋନା ଭାଇରସ୍‌ ଆତଙ୍କକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଥିବାବେଳେ ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ...

ପିଜି ସ୍ପଟ୍‌ ନାମଲେଖା ପାଇଁ ଆଜି ମେଧା ତାଲିକା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ପିଜି ସ୍ପଟ୍‌ ନାମଲେଖା ପାଇଁ ସୋମବାର ଅପରାହ୍ନ ୪ଟାରେ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରଙ୍କୁ...

ବାଲିମେଦରେ ସନ୍ଦିଗ୍ଧ ପାରା

ପଦ୍ମପୁର,୩୦ା୩ (ଡି.ଏନ.ଏ.):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ଗ୍ରାମରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରା ଗୋଡ଼ରେ ଦୁଇଟି ପିତ୍ତଳ ରିଙ୍ଗ୍‌ ଲାଗିଥିବା...

Advertisement
Archives

Model This Week