ବିନା ଛାତ୍ରୀଛାତ୍ରରେ ଚାଲିଛି ବିଦ୍ୟାଳୟ : ରାମକୃଷ୍ଣ ସଂସ୍କୃତ ଟୋଲ

ଯାଜପୁରଟାଉନ,୯।୮(ଡିଏନଏ): ଯାଜପୁର ସଦର ମହକୁମାଠାରୁ ମାତ୍ର ୫କି.ମି. ଦୂରତାରେ ଏଭଳି ଏକ ବିଦ୍ୟାଳୟ ଅଛି ଯେଉଁଠି ଶ୍ରେଣୀଗୃହ ଅଛି, ଶିକ୍ଷକ ଅଛନ୍ତି, ମାତ୍ର ଛାତ୍ରୀଛାତ୍ର ନାହାନ୍ତି। ଉକ୍ତ ବିଦ୍ୟାଳୟଟି ହେଉଛି ଯାଜପୁର ସହର ମନ୍ଦାରଖଣ୍ଡ ଗ୍ରାମରେ ୧୯୩୧ ମସିହାରେ ସ୍ଥାପିତ ହୋଇଥିବା ରାମକୃଷ୍ଣ ସଂସ୍କୃତ ଟୋଲ। ସରକାରୀ ହିସାବରେ କାଗଜ କଲମରେ ଉକ୍ତ ବିଦ୍ୟାଳୟରେ ୨ଜଣ ଶିକ୍ଷକ ଅଛନ୍ତି କିନ୍ତୁ ଏଠାରେ କୌଣସି ଛାତ୍ରୀଛାତ୍ର ନାମ ଲେଖାଇ ନାହାନ୍ତି। ଏହି ବିଦ୍ୟାଳୟ ବର୍ଷବର୍ଷ ଧରି ଚାଲୁଥିଲେ ମଧ୍ୟ ଜିଲା ଶିକ୍ଷା ବିଭାଗ ସବୁ ଜାଣି ନିରବରେ ବସି ରହିଛି। ବିଦ୍ୟାଳୟଟି ସରକାରୀ ଅନୁଦାନପ୍ରାପ୍ତ (ଆଡେଡ୍‌) ହୋଇଥିବାବେଳେ ଏଠାରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ମାତ୍ର ଗୋଟିଏ ବି ପିଲା ଏହି ବିଦ୍ୟାଳୟରେ ନାମ ଲେଖାଇ ନାହାନ୍ତି। ଗତ ବାତ୍ୟାରେ ଏହି ବିଦ୍ୟାଳୟ ଶ୍ରେଣୀଗୃହ ଭାଙ୍ଗି ଯାଇଥିଲେ ବି ଜିଲା ଶିକ୍ଷା ବିଭାଗ ପକ୍ଷରୁ ନୂତନ ଗୃହ ନିର୍ମାଣ କରାଗଲା ନାହିଁ କିମ୍ବା ମରାମତି ମଧ୍ୟ ହେଲା ନାହିଁ। ବିଦ୍ୟାଳୟ ଶ୍ରେଣୀଗୃହ ମଧ୍ୟରେ ଉଇହୁଙ୍କା ଗଢ଼ି ଉଠିଥିବାବେଳେ ଛାତ ମଧ୍ୟ ଉଡ଼ିଗଲାଣି। ଏଭଳି ପରିସ୍ଥିତିରେ କାଳେ କିଏ ଛାତ୍ରୀଛାତ୍ର ନାମ ଲେଖାଇବା ପାଇଁ ଆସିବେ ଭାବି କେବଳ ୨ଜଣ ସଂସ୍କୃତ ଶିକ୍ଷକ ଏହି ବିଦ୍ୟାଳୟକୁ ଜଗି ରହିଛନ୍ତି। ଦୀର୍ଘବର୍ଷ ଧରି ଏହି ବିଦ୍ୟାଳୟରେ ସାହିତ୍ୟ, ଗଣିତ, ବିଜ୍ଞାନ, ଇତିହାସ, ଭୂଗୋଳ ଆଦି ବିଷୟ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ଏହି ବିଦ୍ୟାଳୟରେ ପୂର୍ବରୁ ୭ଜଣ ଶିକ୍ଷକ ଥିବାବେଳେ ଇତି ମଧ୍ୟରେ ୫ଜଣ ଅବସର ନେଇ ସାରିଲେଣି। ଅବସର ପରେ ଏହି ବିଦ୍ୟାଳୟକୁ ଅନ୍ୟ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଫଳରେ ଛାତ୍ରୀଛାତ୍ରମାନେ ଏହି ବିଦ୍ୟାଳୟରେ ନାମ ଲେଖାଉ ନ ଥିବା ଜଣାପଡ଼ିଛି। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଧର ଆଚାର୍ଯ୍ୟଙ୍କୁ ଏ ସମ୍ପର୍କରେ ପଚାରିବାରେ, ଏହି ବିଦ୍ୟାଳୟ ପାଇଁ ଭିତ୍ତିଭୂମି ନ ଥିବାରୁ ସେ ନିଜ ପକେଟରୁ ୨୦ହଜାର ଟଙ୍କା ଖର୍ଚ୍ଚ କରି ଶ୍ରେଣୀଗୃହର ମରାମତି କରିଛନ୍ତି। ଜିଲାଶିକ୍ଷା ବିଭାଗକୁ ଏ ସମ୍ପର୍କରେ ବାରମ୍ବାର ଚିଠି ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଏହି ବିଦ୍ୟାଳୟରେ ୫ଟି ଶ୍ରେଣୀ ପାଇଁ ୭ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୨ଜଣ ସଂସ୍କୃତ ଅଛନ୍ତି। ସେଥିପାଇଁ କୌଣସି ଛାତ୍ରୀଛାତ୍ର ଏହି ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ବୋଲି କହିଥିଲେ। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ପଚାରିବାରେ, ଗତବର୍ଷ ଉକ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ର ଥିଲେ ବୋଲି ତାଙ୍କ ପାଖରେ ଖବର ଥିଲା। ମାତ୍ର ଚଳିତ ବର୍ଷ ସେଠାରେ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି କି ନାହିଁ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି କହିଥିଲେ। ଯଦି ଏହି ବିଦ୍ୟାଳୟରେ ଛାତ୍ରୀଛାତ୍ର ନ ଥିବେ ତେବେ ସରକାରଙ୍କୁ ବିଦ୍ୟାଳୟ ବନ୍ଦ କରିବା ପାଇଁ ଲେଖାଯିବ ଏବଂ ଏଠାରେ ୨ଜଣ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟରେ ନିୟୋଜିତ କରାଯିବ ବୋଲି କହିଥିଲେ। ତେବେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଏହି ବିଦ୍ୟାଳୟ ଥିବାବେଳେ ଦୀର୍ଘବର୍ଷ ଧରି ଏହି ବିଦ୍ୟାଳୟରେ ଛାତ୍ରୀଛାତ୍ର ନ ଥିବା ସମ୍ପର୍କରେ ଡିଇଓ କିପରି ଜାଣିପାରି ନାହାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ଜରିମାନା ଦେବାକୁ ଲୁଟ୍‌ ଜୋରଦାର

ଯାଜପୁର ଅଫିସ,୨୧ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ମୂଲ୍ୟବାନ କଳାପଥର ଚୋରି ଏବେ ଆହୁରି ଜୋର ଧରିଛି। ବିଭିନ୍ନ ପର୍ଯ୍ୟାୟରେ ୨୨ ଜଣ ଲିଜ୍‌ଧାରୀଙ୍କୁ...

ମାଟିଆଗୁଣ୍ଡି ପୋକ ଆତଙ୍କ

ଯାଜପୁର ଅଫିସ,୧୧ା୧୧: ଲଗାତର ବନ୍ୟା ଓ ମରୁଡ଼ି ଜିଲାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏହାସହ ଚଳିତବର୍ଷ ଧାନ ଅମଳ ଆରମ୍ଭ ହେବା ବେଳକୁ ଯାଜପୁର...

ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବୁହାହେଲେ ପ୍ରସୂତି

ରତ୍ନଗିରି,୬।୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବାଇଁଶିରିଆ ପଞ୍ଚାୟତରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଆଉ ଏକ ଅଭାବନୀୟ ଘଟଣା...

ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ ଯନ୍ତ୍ରୀ

ଯାଜପୁର ଟାଉନ,(ଡି.ଏନ୍‌.ଏ.)/କଟକ ଅଫିସ,୪ା୮: ଭିଜିଲାନ ହାତରେ ଧରାପଡିଛନ୍ତି ଯାଜପୁର ଟାଉନସ୍ଥିତ ଡ୍ରେନେଜ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର। ବୁଧବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା...

ଅଧିକାରୀଙ୍କ ଦାୟିତ୍ୱହୀନତା ଲାଗି ବୀମା ପାଇବାରୁ ଚାଷୀ ବଞ୍ଚିତ : ସମ୍ପାଦକ, ମ୍ୟାନେଜର ପରସ୍ପର ଦୋଷାରୋପ

ଦଶରଥପୁର,୨୩ା୯(ଡିଏନ୍‌ଏ): କଟକ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ (ସିସିସିବି) ଦଶରଥପୁର ଶାଖା ଅଧୀନରେ ଦଶରଥପୁର ବ୍ଲକର ୧୩ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ରହିଛି ା...

ଝିଲି ପାହାଡ଼ରେ ବେଆଇନ ପଥର କ୍ବାରି

ଯାଜପୁର ଅଫିସ,୫।୧୦: ଯାଜପୁର ଜିଲା ସୀମାନ୍ତବର୍ତ୍ତୀ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ଝିଲି ପାହାଡରେ ବେଆଇନ ପଥରକ୍ବାରି ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)...

ଯାଜପୁରରେ ଭାରତ ବନ୍ଦ ସଫଳ

ଯାଜପୁର ଅଫିସ, ୮।୧: ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିକ ସୁରକ୍ଷା ଆଦି ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାସନଗର...

ବର୍ଜ୍ୟଜଳରେ ହନ୍ତସନ୍ତ ସହରବାସୀ

ଯାଜପୁର ଅଫିସ୍‌, ୫।୬: ରାଜ୍ୟର ବିଭିନ୍ନ ସହରରୁ ନିର୍ଗତ ବର୍ଜ୍ୟଜଳକୁ ବୈଜ୍ଞାନିକ ପଦ୍ଧତିରେ ବିଶୋଧନ ଓ ପ୍ରକ୍ରିୟାକରଣ ନ କରି ବାହାରକୁ ଛଡ଼ାଯାଉଥିବାରୁ ତାହା ସୁସ୍ଥ...

Advertisement
Archives

Model This Week