ବିଧାନସଭାରେ ପୁଣି ଧାନ ତାତି, ଗୃହ ମୁଲତବୀ, ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଚାଷୀଙ୍କଠାରୁ ଧାନ ସଂଗ୍ରହକୁ ନେଇ ବିଧାନସଭାରେ ପୁଣି ହଙ୍ଗାମା ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ସୋମବାର ଗୃହକୁ ଅଚଳ କରିଥିବା ବେଳେ ମଙ୍ଗଳବାର ମଧ୍ୟ ହେ-ହଲ୍ଲା କରିଛନ୍ତି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଦଳ ସଦସ୍ୟ ତାରା ପ୍ରସାଦ ବାହିନୀପତି, ମହମ୍ମଦ୍‌ ମୋକିମ୍‌, ସୁରେଶ କୁମାର ରାଉତରାୟ, ରମେଶ ଚନ୍ଦ୍ର ଜେନା ଓ ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ବ୍ୟାନର ଦେଖାଇବା ସହିତ ହଟ୍ଟଗୋଳ କରିଥିଲେ। ଫଳରେ ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇ ପାରିଲା ନାହିଁ। ବାଚସ୍ପତି ବାଧ୍ୟହୋଇ ଗୃହକୁ ମାତ୍ର ଅଧା ମିନିଟ ପରେ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୧୦ଟା ୩୦ରେ ସଭାକାର୍ଯ୍ୟ ଚଳାଇବା ପାଇଁ ଗୃହକୁ ପ୍ରବେଶ କରିଥିଲେ। ସଦସ୍ୟମାନେ ନମସ୍କାର ଜଣାଇ ବାଚସ୍ପତିଙ୍କୁ ସ୍ବାଗତ କଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ ଉଭୟ କଂଗ୍ରେସ ଓ ଭାଜପାର ସଦସ୍ୟମାନେ ବ୍ୟାନର ଦେଖାଇ ଗୃହର ମଧ୍ୟଭାଗକୁ ମାଡିଆସିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ବାଚସ୍ପତି ସେମାନଙ୍କୁ ଅନୁରୋଧ କରିଥିଲେ । ମାତ୍ର ଏହାର କୌଣସି ପ୍ରଭାବ ବିରୋଧୀଙ୍କ ଉପରେ ପଡ଼ି ନ ଥିଲା। ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଜୋର୍‌ଦାର ଆକ୍ରମଣ କରିଥିଲେ। ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରି ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଅପହରଣ ଅଭିଯୋଗ: ଥାନାରେ ୫ ଅଟକ

ଆନନ୍ଦପୁର,୨୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଶାଳପଡ଼ା ବସଷ୍ଟପ୍‌ ନିକଟରୁ ଜଣେ ମହିଳାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ଘସିପୁରା ପୋଲିସ...

ନାବାଳିକାଙ୍କ ଆଖି ନଷ୍ଟ ହେବା ଘଟଣା: ଜିଲାପାଳ, ସିଡିଏମ୍‌ଓଙ୍କୁ ଭେଟିଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନଛିପୁର ଗ୍ରାମର ଚନ୍ଦ୍ରକାନ୍ତ ଗୋଛାୟତଙ୍କ ଝିଅ ରିଙ୍କି ଗୋଛାୟତ (୬)ଙ୍କ ଆଖି ନଷ୍ଟ ହେବା ଘଟଣାରେ ଶୁକ୍ରବାର...

ସମାଜ ଗଠନରେ ଗଣମାଧ୍ୟମ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବାଲୁଗଁ।, ୧ା୧୨(ଡି.ଏନ୍‌.ଏ.) ଏକ ଆଦର୍ଶ ଓ ପରିବର୍ତ୍ତନଶୀଳ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକଙ୍କ ସତ୍ୟ, ନିରପେକ୍ଷ ଏବଂ ନିର୍ଭୀକ ଲେଖନୀ ଚାଳନା ଦ୍ୱାରା...

ଯୁକ୍ତ୨ ପରୀକ୍ଷା ପଦ୍ଧତି ବଦଳିବ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ମାଟ୍ରିକ ଭଳି ଯୁକ୍ତ୨ ପରୀକ୍ଷା ପଦ୍ଧତିରେ ବି ପରିବର୍ତ୍ତନ ଅଣାଯିବ। ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ହେବ। ଏଥିସହ ଇଣ୍ଟରନାଲ୍‌ ଆସେସମେଣ୍ଟ ହେବ।...

ମଣ୍ଡିରୁ ଉଠୁନି ଧାନ, ବ୍ଲକ ଅଫିସରେ ଧାନ ଗଦାଇଲେ ଚାଷୀ

ବରଗଡ଼ ଅଫିସ,୯।୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ପ୍ରାୟ ତିନି ମାସ ବିତି ଗଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ।...

ସରିଲା ଓଳାଶୁଣୀ ଗୁମ୍ଫାମେଳା

ଚଣ୍ଡିଖୋଲ,୨୮ା୧(ଡି.ଏନ.ଏ.): ଓଳାଶୁଣୀ ଗୁମ୍ଫାମେଳା ୧୦ଦିନରେ ଶୁକ୍ରବାର ଶେଷ ହୋଇଛି। ଶନିବାର ମେଳା ପଡ଼ିଆରୁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ପ୍ରଶାସନିକ ଅଧିକାରୀ ବିଦାୟ ନେବେ। ପୋଲିସ...

ଧାନ ବିକ୍ରି ଅପେକ୍ଷାରେ ୩୪ହଜାର ଚାଷୀ

ଭଦ୍ରକ ଅଫିସ, ୧୬।୨: ଭଦ୍ରକ ଜିଲାକୁ ସରକାରଙ୍କ ପକ୍ଷରୁ ମିଳିଥିବା ଟାର୍ଗେଟ୍‌ ସରି ଆସୁଥିବା ବେଳେ ଧାନ ବିକି ନ ପାରିବା ନେଇ ଚାଷୀଙ୍କ ଅସନ୍ତୋଷ...

ଜେଲରେ ଉପଯୁକ୍ତ ଚିକିତ୍ସା ମିଳୁନି: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହାଇଦର

କଟକ ଅଫିସ,୨୪।୪: କରୋନାରେ ଆକ୍ରାନ୍ତ ହୋଇଥିବା ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦରଙ୍କୁ ଚୌଦ୍ୱାର ଜେଲରେ ଉପଯୁକ୍ତ ଚିକିତ୍ସା ମିଳୁନାହିଁ। ଅଧିକ ଚିକିତ୍ସା ଲାଗି ସେ ଶୁକ୍ରବାର ହାଇକୋର୍ଟଙ୍କ...

Advertisement
Archives

Model This Week