ବିଦ୍ୟୁତ ବିଲ୍‌ ବକେୟା ୧୬୭ କୋଟି

ଜୟପୁର,୬ା୨(ନି.ପ୍ର.) କୋରାପୁଟ ଜିଲା ଅଧୀନ ଜୟପୁର ଉପଖଣ୍ଡରେ ୯୬ କୋଟି ଓ କୋରାପୁଟ ଉପଖଣ୍ଡରେ ୭୦ କୋଟି ଟଙ୍କାର ବିଦ୍ୟୁତ ବକେୟା ପଡ଼ିଛି। ୧୫ ତାରିଖ ସୁଦ୍ଧା ବକେୟା ବିଲ୍‌ ଜମା କରିବା ପାଇଁ ସମୟ ଦେଇଛି ସାଉଥ୍‌କୋ। ପ୍ରଚାର ଗାଡ଼ି ବୁଲିବା ସହ ଡାକବାଜି ଯନ୍ତ୍ରରେ ଏହି ଘୋଷଣା କରାଯାଇଛି। ନିର୍ଦ୍ଧାରିତ ତାରିଖ ଭିତରେ ଜମା ନ କଲେ ୧୬ ତାରିଖରୁ ବିଦ୍ୟୁତ ସଂଯୋଗ କାଟିଦେବା ପାଇଁ ବକେୟା ରଖିଥିବା ଉପଭୋକ୍ତାଙ୍କୁ ଚେତାବନୀ ଦେଇଛି ସାଉଥ୍‌କୋ।
କୋରାପୁଟ ସାଉଥ୍‌କୋ ୟୁଟିଲିଟି ଡିଭିଜନ ଅଧୀନରେ କୋରାପୁଟ, ସେମିଳିଗୁଡ଼ା, ପଟ୍ଟାଙ୍ଗି, ଲକ୍ଷ୍ମୀପୁର, ନନ୍ଦପୁର, ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର ବ୍ଲକ ସହ ସୁନାବେଡ଼ା ଓ କୋରାପୁଟ ପୌରପରିଷଦ ରହିଛି ା ସେହିପରି ଜୟପୁର ସାଉଥ୍‌କୋ ୟୁଟିଲିଟି ଡିଭିଜନ ଅଧୀନରେ ଜୟପୁର, ବୈପାରିଗୁଡ଼ା, କୁନ୍ଦୁରା, ବୋରିଗୁମ୍ମା, କୋଟପାଡ଼, ଲମତାପୁଟ ବ୍ଲକ ରହିଛି। କୋରାପୁଟ ଅଧୀନରେ ପ୍ରାୟ ୧ ଲକ୍ଷ ୪୮ ଜଣ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି। ଏଥିମଧ୍ୟରୁ ୨୨ ହଜାର ଉପଭୋକ୍ତା ହିଁ ବିଜୁଳି ବିଲ୍‌ ନିୟମିତ ପଇଠ କରନ୍ତି। ଜୟପୁର ଡିଭିଜନ ଅଧୀନରେ ୧ ଲକ୍ଷ ୫୨ ହଜାର ୨୨୭ ଜଣ ଉପଭୋକ୍ତା ରହିଥିବା ବେଳେ ୩୦ ହଜାର ଉପଭୋକ୍ତା ନିୟମିତ ବିଜୁଳି ବିଲ ପଇଠ କରନ୍ତି। ୯୬ କୋଟି ୭୫ ଲକ୍ଷ ଟଙ୍କା ବକେୟା ରହିଛି। ୧୨୭୦ ସରକାରୀ ଗ୍ରାହକ ରହିଛନ୍ତି। କୋରାପୁଟ ଡିଭିଜନ ଅଧୀନରେ ପଞ୍ଚାୟତିରାଜ ବିଭାଗରେ ୩ କୋଟି ୧୧ ଲକ୍ଷ, ଜନସ୍ବାସ୍ଥ୍ୟ ବିଭାଗରେ ୩ କୋଟି, ବିଦ୍ୟାଳୟ ଗଣଶିକ୍ଷା ବିଭାଗର ୧.୪ କୋଟି ଭଳି ଜିଲାର ୬୭ଟି ସରକାରୀ ବିଭାଗରେ ୧୩ କୋଟି ୧୯ ଲକ୍ଷ ୯୪ ହଜାର ୭୯୭ ଟଙ୍କା ବକେୟା ପଡ଼ିଛି। ସେହିପରି ଜୟପୁର ଡିଭିଜନ ଅଧୀନରେ ନଭେମ୍ବର ୨୦୧୯ ଯାଏ ୪୦ଟି ବିଭାଗରେ ୫ କୋଟି ୪୧ ଲକ୍ଷ ୮୧ ହଜାର ୮୭୨ ଟଙ୍କା ବକେୟା ପଡ଼ିଛି। ଜୟପୁର ଡିଭିଜନ ପଞ୍ଚାୟତରାଜ ବିଭାଗର ୨ କୋଟି ୧୩ ଲକ୍ଷ ୭୬ ହଜାର ୧୦୬ ଟଙ୍କା ବକେୟା ଥିବାବେଳେ ପୌରପରିଷଦ ୪୦ ଲକ୍ଷ ୬୭ ହଜାର ୭୦୯ ଟଙ୍କା ବକେୟା ରଖିଛି। ଏନେଇ ମଙ୍ଗଳବାର ବ୍ରହ୍ମପୁରରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଜୟପୁର ଡିଭିଜନ ସାଉଥ୍‌କୋ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ଗୌଡ଼ କହିଛନ୍ତି, ସରକାରୀ ବିଭାଗକୁ ବକେୟା ଟଙ୍କା ପଇଠ କରିବାକୁ କୁହାଯାଇଛି। ସେମାନେ ଶୀଘ୍ର ପଇଠ କରିବେ। ଉପଭୋକ୍ତାଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଉଛି। ଯେଉଁମାନେ ବକେୟା ଟଙ୍କା ପଇଠ ନ କରିବେ ସେମାନଙ୍କ ବିଦ୍ୟୁତ ସଂଯୋଗ ଛିନ୍ନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri