ବିଦ୍ୟୁତ୍‌ ସଂଯୋଗ ଲାଗି ଅଠରନଳାରେ ଟାୟରଜାଳି ରାସ୍ତାରୋକୋ

ପୁରୀ ଅଫିସ,୨୯।୫: ବାତ୍ୟା ‘ଫନୀ’ ପ୍ରଭାବରେ ପୁରୀ ସହରର ବିଶେଷ କ୍ଷତି ଘଟିଛି । ଶତାଧିକ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନଭିତ୍ତିରେ ବିଦ୍ୟୁତ୍‌ ସଜାଡିବା ଆରମ୍ଭ କରିଛି। ବାତ୍ୟାକୁ ୨୫ ଦିନ ବିତିଥିଲେ ମଧ୍ୟ ପୁରୀ ସହରର ଅର୍ଦ୍ଧାଧିକ ଅଞ୍ଚଳ ଅନ୍ଧାରରେ ରହିଛ। ବୁଧବାର ସକାଳ ୮ଟାରେ ଗୋପୀନାଥପୁର ବାସିନ୍ଦା ଅଠରନଳା ଛକରେ ଟାୟାରଜାଳି ରାସ୍ତାରୋକୋ କରିଥିଲେ। ଫଳରେ ପୁରୀ-ଭୁବନେଶ୍ବର ଯାତାୟାତ ଠପ୍‌ ହୋଇଯାଇଥିଲା । ଅଠରନଳାରୁ ଚାରିନଳା ଛକ ପର୍ଯ୍ୟନ୍ତ ବାଇକ, ଘରୋଇ ବସ ଅଟକି ରହିଥିଲା। ଖବରପାଇ ସଦର ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରେ ଦେଢ଼ ଘଣ୍ଟା ପରେ ରାସ୍ତାରୋକୋ ହଟିଥିଲା।
ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ୨୫ ଦିନ ହେଲା ଗୋପୀନାଥପୁର ପଞ୍ଚାୟତର ଏକାଧିକ ଗ୍ରାମ ଅନ୍ଧାରରେ ରହିଛି। ଭାଙ୍ଗି ପଡିଥିବା ବିଦ୍ୟୁତ୍‌ ଖୁଣ୍ଟ ସମ୍ପ୍ରସାରଣ କରାଯାଇ ନାହିଁ । ଅନ୍ୟପଟେ ବିଦ୍ୟୁତ୍‌ ସଂଯୋଗ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ବାରମ୍ବାର ଅଭିଯୋଗ ସତ୍ତ୍ବେ ସେସୁ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଗ୍ରାମବାସୀ କହିଛନ୍ତି। ପ୍ରଥମେ ୨୦, ପରେ୨୩, ତା’ ପରେ ୨୫ ପରେ ୨୭ ତାରିଖରେ ବିଦ୍ୟୁତ୍‌ ଚାର୍ଜ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୪୮ ଘଣ୍ଟା ବିତିଲାଣି। ତଥାପି ସେସୁ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ବୁଧବାର ସନ୍ଧ୍ୟା ସୁଦ୍ଧା ଲାଇନ ଚାର୍ଜ କରା ନ ଗଲେ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସେସୁ ନିର୍ବାହୀଯନ୍ତ୍ରୀ ଶିବ ପ୍ରସାଦ ସ୍ବାଇଁ କୁହନ୍ତି ଯୁଦ୍ଧକାଳୀନଭିତ୍ତିରେ ବିଦ୍ୟୁତ୍‌ ସଜାଡିବା କାର୍ଯ୍ୟ ଜାରିରହିଛି। ଯଥାଶୀଘ୍ର ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଞ୍ଚେଶ୍ୱର ଆକ୍ରାନ୍ତ ବିରିୟାନୀ ଡେଲିଭରି ବୟ; ବୁଲିଥିବା ଚକେଇସିଆଣୀ ମାର୍କେଟ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର, ୯।୫ (ବ୍ୟୁରୋ): ଭୁବନେଶ୍ୱରରୁ ୩ କରୋନା ପଜିଟିଭ ଗତ ଗୁରୁବାର ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମଞ୍ଚେଶ୍ୱର ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଜଣେ...

ବଦଳିଲା ଅଗ୍ନିଶମ ବିଭାଗ ନାଁ

ଭୁବନେଶ୍ୱର,୨।୨(ବ୍ୟୁରୋ): ପରିବର୍ତ୍ତନ ହେଲା ଓଡ଼ିଶା ଅଗ୍ନିଶମ ବିଭାଗ ନାଁ। ଏହାର ନାଁକୁ ବଦଳାଇ ଅଗ୍ନିଶମ ଓ ଜରୁରୀ ସେବା ବିଭାଗ ହୋଇଛି। ଏନେଇ ରାଜ୍ୟ ସରକାରଙ୍କ...

ବେକରି ଫ୍ୟାକ୍ଟ୍ରିକୁ ଯାଉଥିଲା ପଚା ଅଣ୍ଡା: ରାସ୍ତାରେ ଜବତ କଲା ସିଏମ୍‌ସି

କଟକ ଅଫିସ,୬।୧୦: କଟକ ମହାନଗର ନିଗମ (ସିଏମ୍‌ସି) ବୁଧବାର ଅଟୋରେ ଯାଉଥିବା ୧୦ ପେଟି ପଚା ଅଣ୍ଡା ଜବତ କରିଛି। ଏହି ଅଣ୍ଡାକୁ ପାଉଁରୁଟି, କେକ...

ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କଲେ ଲୁଟେରା

ଝାରବନ୍ଧ,୨୫।୩: ବରଗଡ଼ ଜିଲା ଝାରବନ୍ଧ ଥାନା ଅଧୀନ ଅମଠି ଗ୍ରାମରେ ଲୁଟେରାଙ୍କ ଆକ୍ରମଣରେ ଗୁରୁତର ଥିବା ମାଇକ୍ରୋ ଫାଇନାନ୍ସ କର୍ମଚାରୀ ବିଶ୍ୱଜିତ ରାଜହଂସଙ୍କ ବୁଧବାର ମୃତ୍ୟୁ...

ଚିଲିକା ମଝିରେ ଅଟକିଲା ଭସାପୋଲ : ୨ଘଣ୍ଟା ଧରି ୧୦୦ ଯାତ୍ରୀ ଜଳବନ୍ଦୀ

କୃଷ୍ଣପ୍ରସାଦ,୯ା୨ (ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା-ସାତପଡା ଚିଲିକା ମଝିରେ ଶନିବାର ଏକ ଯାତ୍ରୀବାହୀ ଭେସେଲ (ଭସାପୋଲ) ୨ ଘଣ୍ଟା ଧରି ଅଟକି ରହିଥିଲା।...

ଝଲସିବ ବାରାଣାସୀ ଗଙ୍ଗାଘାଟ

ପାର୍ବଣ ଋତୁରେ ମା’ଙ୍କ ଆଗମନ ପାଇଁ ରାଜଧାନୀରେ ଆରମ୍ଭ ହୋଇଗଲାଣି ପୂଜା ପ୍ରସ୍ତୁତି। କରୋନା ପାଇଁ ୨ ବର୍ଷ ହେବ କଟକଣାରେ କେବଳ ବିଧିରକ୍ଷା ପୂର୍ବକ...

ଝାରସୁଗୁଡ଼ା, ବ୍ରଜରାଜନଗରରେ ଲକ୍‌ଡାଉନ୍‌: ରାସ୍ତାଘାଟ ଶୂନ୍‌ଶାନ, ବଜାର ଫାଙ୍କା

ଝାରସୁଗୁଡା ଅଫିସ,୨୨।୩- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ଦିନିକିଆ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଥିଲେ।...

ନାଲ୍‌କୋ ବସଲା ସାହି ହଟିଂ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବଅଁରପାଳ,୧୨।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ବସଲା ସାହି ନିକଟ ପଡ଼ିଆରୁ ଗୁରୁବାର ଏକ ନବଜାତ ଶିଶୁକନ୍ୟାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।...

Advertisement
Archives

Model This Week