ବିଦ୍ୟୁତ୍‌ ଲୋଭୋଲଟେଜ ସମସ୍ୟା: ଜିଲାପାଳଙ୍କୁ ଦେଖାକଲେ ଚାଷୀ ପ୍ରତିନିଧି

ନୂଆପଡା ଅଫିସ,୧୭ା୪: ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଦର୍ଲିପଡା, ସିଆଲଟି ଗ୍ରାମପଞ୍ଚାୟତରେ ବିଦ୍ୟୁତ୍‌ ଲୋଭୋଲଟେଜ ସମସ୍ୟା ଯୋଗୁ ଶତାଧିକ ଏକର ଜମିର ରବି ଚାଷ ଉଜୁଡିବାରେ ଲାଗିଛି। ଏହାକୁ ନେଇ ଚଷୀମାନେ ବାରମ୍ବାର ବୁିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଶେଷରେ ଚାଷୀମାନେ ବୁଧବାର ନୂଆପଡା ଆସି ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ତୁରନ୍ତ ସମାଧାନ ନ ହେଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦର୍ଲିପଡା ଏବଂ ସିଆଲଟି ଗ୍ରାମପଞ୍ଚାୟତର ୮/୯ଖଣ୍ଡ ଗାଁରେ ଗଭୀର ନଳକୂଅ ପାଣିରୁ ଚାଷୀ ଧାନ, ମୁଗ, ବିରି, ସୂର୍ଯ୍ୟମୂଖୀ ଆଦି ଚାଷ କରିଛନ୍ତି । ଧୀରେ ଧୀରେ ଏହି ଅଞ୍ଚଳରେ ଖରା ବଢିବା ସାଙ୍ଗକୁ ପାଣି ସମସ୍ୟା ସୃଷ୍ଟି ହେଉଛି । ଏଠାକୁ ସ୍ଥାନୀୟ କୁରୁମପୁରୀ ସବଷ୍ଟେଶନ ଜରିଆରେ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ । ହେଲେ ବାରମ୍ବାର ଲୋଭୋଲଟେଜ ଯୋଗୁ ନଳକୂଅରୁ ପାଣି ଉଠୁନାହିଁ । ଫଳରେ କ୍ଷେତକୁ ପାଣି ମଡାଇବାରେ ଅସୁବିଧା ହେଉଛି । ଦିନକୁ ଦିନ ଚାଷ ମରିବାରେ ଲାଗିଛି । ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ୮ତାରିଖରେ କୁରୁମପୁରୀ ସବଷ୍ଟେଶନ ନିକଟରେ ଚାଷୀ ଜାତୀୟ ରାଜପଥ ୩୫୩କୁ ଅବରୋଧ କରିଥିଲେ। ବିଦ୍ୟୁତ୍‌ ବିଭାଗ ତରଫରୁ ଅଧିକାରୀମାନେ ଆସି ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ସମାଧାନ ହେଲାନାହିଁ । ଶେଷରେ ଅସନ୍ତୋଷ ଚାଷୀମାନେ ବୁଧବାର ନୂଆପଡା ଆସି ଜିଲାପାଳ ଡା. ପୋମା ଟୁଡୁଙ୍କୁ ଦେଖା କରି ଏହି ସମସ୍ୟା ନେଇ ଜଣାଇଛନ୍ତି । ଜିଲାପାଳ ଚାଷୀଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରି ଏହାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷେ ଏହାର ତୁରନ୍ତ ସମାଧାନ କରା ନ ଗଲେ ଚାଷୀମାନେ ସର୍ବସ୍ବାନ୍ତ ହୋଇଯିବେ। ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କହିଥିଲେ। ଚାଷୀଙ୍କ ମଧ୍ୟରେ ସନ୍ତୋଷ ବିଶ୍ୱାଳ, ସନ୍ତୋଷ କୁମାର ସୋନି, ସୁଶୀଳ କୁମାର ସୋନି, ଚାଷୀ ନେତା ସରୋଜ କୁମାର ସାହୁ, ସୁବର୍ତ ପ୍ରଧାନ, ଚମ୍ପୁଲାଲ ସୋନି, ଯୁବରାଜ ପ୍ରଧାନ, ଲିଙ୍ଗରାଜ ମାଝି, ତୁଲାରାମ ସାହୁ, ସୁଖରାମ ଅହୀର ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଦର: ଏବେ…

ଭୁବନେଶ୍ୱର,୨୦ା୬(ସୁଚିସ୍ମିତା ସାହୁ): ଗ୍ରୀଷ୍ମ ଛୁଟି ସରିବା ପରେ ଶୁକ୍ରବାରଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିଛି। ପ୍ରଥମ ଦିନରୁ ହିଁ ସ୍କୁଲରେ ମଧ୍ୟାହ୍ନଭୋଜନ ମିଳିଛି। ଏପରିସ୍ଥିତିରେ ରାଜ୍ୟ...

୧୨ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଡ଼ ଆଲର୍ଟ କଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର, ୨୦।୬: ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା ପାଇଁ ଆଗାମୀ ସପ୍ତାହକର ପାଣିପାଗ ପୂର୍ବାନୁମାନ ଜାରି କରିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୌସୁମୀ ବର୍ଷା...

ଆସନ୍ତା ୨୭ ଯାଏ ରାଜ୍ୟରେ ବଜ୍ରପାତ ସହ ପବନ ବର୍ଷା, ଏହି ୨୦ ଜିଲାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୧୯ା୬(ଅନୁରାଧା ମହାରଣା) – ରାଜ୍ୟର ଅଧିକାଂଶ ସ୍ଥାନରେ ଗତ କିଛିଦିନ ଧରି ବର୍ଷା ଜାରି ରହିଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବିିଭିନ୍ନ ଜିଲାକୁ ବର୍ଷା...

ବିଞ୍ଜିଗିରିକୁ ସ୍ମାରକୀ ଗ୍ରାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ଜନତା ମୈଦାନରୁ ଆଭାସୀ ମାଧ୍ୟମରେ ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ଗଞ୍ଜାମ ଜିଲା...

ଓଡ଼ିଶା ପାଇଁ ଟ୍ରମ୍ପଙ୍କ ଆମନ୍ତ୍ରଣକୁ ମନା କଲେ ମୋଦି, ଭୁବନେଶ୍ୱରରୁ କହିଦେଲେ…

ଭୁବନେଶ୍ୱର,୨୦।୬: ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଭୁବନେଶ୍ୱର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ସେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଛନ୍ତି। ସେ...

ମୋଦିଙ୍କ ଆଗରେ ହିନ୍ଦୀରେ ଏତେ ବଡ଼କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ହଲଚଲ

ଭୁବନେଶ୍ୱର,୨୦।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସ୍ବାଗତ ଭାଷଣ ହିନ୍ଦୀରେ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ...

ବିଦ୍ୟାଳୟ ଖୋଲିବା ପ୍ରଥମ ଦିନରେ ଅଘଟଣ: ଛାତ୍ର କ୍ଲାସରୁମ୍‌କୁ ପଶୁପଶୁ…

କେନ୍ଦୁଝର,୨୦।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ। ବିଦ୍ୟାଳୟ...

ଭୁବନେଶ୍ୱରେ ପହଞ୍ଚିଲେ ମୋଦି: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri